ଭୂବନେଶ୍ବର ରୁ ଗାଡି ଡ୍ରାଇଭର କିଣ୍ଡାପ୍ ଆଉ କେନ୍ଦ୍ରାପଡାରେ ଧରାପଡିବା ଘଟ୍ଟଣାର ପର୍ଦ୍ଧାଫାସ୍

କେନ୍ଦ୍ରାପଡା: ଦେଖନ୍ତୁ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ପରିସରର ଦୃଶ୍ୟାବଳୀ । ଆମେ ଏଠି ଆପଣମାନଙ୍କର ମନେ ପକାଇ ଦେବାକୁ ଚାହୁଁ ଯେ-ବିଗତ କିଛି ଦିନ ତଳେ ଆପଣମାନଙ୍କର ନିଶ୍ଚିନ୍ତ ମନେଥାଇ ପାରେ ଯେ-ଗାଡି ଭଡା ନାମରେ ଭୂବେନେଶ୍ୱର ରେଳ ଷ୍ଟେସନରୁ ୩ହଜାର ଟଙ୍କାରେ ଭଡା ଛିଡାଇ କିଛି ଡକାୟତ୍ ମାନେ କେନ୍ଦ୍ରାପଡା ଅଭିମୂଖେ ଆସିବା ବେଳେ ବାଟରେ ବନ୍ଧୁକ ଡ୍ରାଇଭର ମୁଣ୍ଡରେ ଲଗାଇ, ଡ୍ରାଇଭରକୁ ହାତ,ଗୋଡ ଓ ମୁହଁ ବାନ୍ଧି ଗାଡି ଡିକିରେ ପୁରାଇ କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ଆଡକୁ ଯିବା ସମୟରେ ପାଟ୍ଟାମୁଣ୍ଡାଇ ଥାନା ସନିକଟ ବାଇପାସ୍ ଛକ ନିକଟରେ ଗାଡିଟି ଏକ ଟେମ୍ପୁକୁ ସାମନ୍ନା ପଟୁ ଧକା ଦେବା ଫଳରେ ଗାଡିର ଡିକିଟି ସମ୍ପୁର୍ଣ୍ଣ ଭାବେ ଖୋଲି ଯାଇଥିଲା । ଆଉ ଡିକିରେ ହାତଗୋଡ ବନ୍ଧା ଡ୍ରାଇଭର ଜଣକ ତଳକୁ ଖସିପଡିବା ଫଳରେ ସ୍ଥାନୀୟ ବାସିନ୍ଦା ଏସବୁ ଫିଲ୍ମ କାହାଣୀ ପରି ମନେ ହେଲେବି ପୁରା ଘଟ୍ଟଣା ସବୁ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଆଉ ପଟ୍ଟାମୁଣ୍ଡାଇ ପୋଲିସ ତୁରନ୍ତ ଘଟ୍ଟଣା ସ୍ଥଳରେ ପହଞ୍ଚି କିଣ୍ଡାପ୍ ହୋଇଥିବା ଡ୍ରାଇଭର ଓ ଗାଡିଟିକୁ ଉଦ୍ଧାର କରବା ସହିତ ଖସି ପଳେଇ ଯିବାକୁ ଚେଷ୍ଟା କରୁଥିବା ଆସାମୀମାନଙ୍କୁ ଗୋଡାଇ ଗୋଡାଇ ନିକଟସ୍ଥ ଖରୀ ଜଂଗଲରୁ ୩ଜଣଙ୍କୁ ଧରି କୋର୍ଟ ଚାଲାଣ କରିଥିଲେ । ସେହି ଘଟ୍ଟଣା ସହିତ ସଂମ୍ପୃକ୍ତଥିବା ଅନ୍ୟ ୪ଜଣ ଆସାମୀକୁ ସ୍ପେସାଲ୍ ଷ୍କ୍ୱାର୍ଡ ପୋଲିସ୍ ଏବଂ ପଟ୍ଟାମୁଣ୍ଡାଇ ପୋଲିସର ବିଭିନ୍ନ ସ୍ଥାନରେ ମିଳିତ ଚଢାଉ ଏବଂ ଛାନଭିନ୍ନ ପରେ ଗତକାଲି ଅନ୍ୟ ୪ଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବାକୁ ସକ୍ଷମ ହୋଇଥିବା ପଟ୍ଟାମୁଣ୍ଡାଇ ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । ଉକ୍ତ ଅଭିଯୁକ୍ତ ମାନଙ୍କର ଏହି ଘଟ୍ଟଣା ବଳୀସହିତ କଣ ଏବଂ କିକି ସଂମ୍ପର୍କ ସବୁ ରହିଛି ଏକ ପ୍ରେସ୍ ମିଟ୍ ଜରିଆରେ ଏସପିଙ୍କ ଅନୁପସ୍ଥିତିରେ ପଟ୍ଟାମୁଣ୍ଡାଇ ଏସଡିପିଓ ଶ୍ରୀଯୁକ୍ତ ରଂଜନ କୁମାର ଦେ ଗଣମାଧ୍ୟମ ସମ୍ମୁଖରେ ଅଭିଯୁକ୍ତ ମାନଙ୍କର ଆଗରୁ କେଉଁ କେଉଁ କସ୍ ବା ଘଟ୍ଟଣା ସହିତ ସମ୍ରୁକ୍ତି ବା ଜଡିତ ରହିଛନ୍ତି ଏବଂ କାହା ନାମରେ କେତେ ଓ କୋଉ କୋଉ ଥାନାରେ କିକି କେସ୍ ସବୁ ରହିଛି । ସେ ସବର ସମ୍ପୂର୍ଣ୍ଣ ତଥ୍ୟାବଳୀ ପ୍ରଦାନ କରିବା ସହିତ ପୁରା ଘଟ୍ଟଣାର ରହସ୍ୟା ବଳୀ ବିଷୟରେ ପର୍ଦ୍ଧାଫାସ୍ କରିଥିବା, ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here