ସ୍ତ୍ରୀ କୁ ପିଟି ପିଟି ହତ୍ଯା କଲା ସ୍ୱାମୀ

ଅଭିଯୁକ୍ତ ପରଧାନ ମୁଣ୍ଡା

ସୁନ୍ଦରଗଡ଼ କେ.ବଲାଙ୍ଗ ଥାନା ଅନ୍ତର୍ଗତ ରୋରଧରା ଗ୍ରାମ ନିକଟ ସିରିକଟୋଲା ଗ୍ରାମରେ ଘରୋଇ କଳିକୁ କେନ୍ଦ୍ର କରି ପରଧାନ ମୁଣ୍ଡା ନିଜ ସ୍ତ୍ରୀ ଜାମ୍ବି ମୁଣ୍ଡା କୁ କାଠ ଫାଳିଆ ରେ ପିଟି ହତ୍ୟା କରିଛି ।ଗତ ରବିବାର ଦିନ ରାତିରେ କୌଣସି କାରଣ କୁ ନେଇ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ପାଟି ତୁଣ୍ଡ ହୋଇଥିଲା।ଏଥିରେ ସ୍ୱାମୀ ରାଗିଯାଇ ଏକ କାଠ ଫାଳିଆ ରେ ଜାମ୍ବି ମୁଣ୍ଡାର ମୁଣ୍ଡ କୁ ପିଟି ହତ୍ୟା କରିଥିଲା ।ପରେ ତାର ପୁଅ ରଞ୍ଜିତ ମୁଣ୍ଡା(୧୮) କେ.ବଲଙ୍ଗ ଥାନା ରେ ଅଭିଯୋଗ କରିବା ପରେ  ଥାନା ଅଧିକାରୀ ବିକାଶ ରଞ୍ଜନ ସ୍ବାଇଁ ଘଟଣା ସ୍ଥଳେ ପହଞ୍ଚି ଶବ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଲହୁଣିପଡା ପଠାଇଥିଲେ ।ହତ୍ୟା କରି ପରଧାନ ମୁଣ୍ଡା ଫେରାର ହୋଇଯାଇଛି ।ଏନେଇ କେ  ବଲାଙ୍ଗ ଥାନା ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।କେଶ ନମ୍ବର ୪୯/୨୦୨୦ ଦଫା ୩୦୨ ରୁଜୁ ହୋଇଛି । ଫେରାର ଅଭିଯୁକ୍ତ ପରଧାନ ମୁଣ୍ଡାକୁ ଆଜି ସକାଳୁ ତା ଘରୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ମତବ୍ୟକ୍ତ କରିଛନ୍ତି ଥାନା ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ସ୍ବାଇଁ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here