ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ଆଲୋଚନା

ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜଗାଙ୍ଗପୁରର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନଙ୍କର ନେତୃତ୍ୱରେ ସୁନ୍ଦରଗଡ ଜିଲ୍ଲା ବିଜୁ ଜନତା ଦଳର ଏକ ନେତୃତ୍ବମଣ୍ଡଳୀ ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ସହ ଆଲୋଚନା କରିଥିଲେ  । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ଜଙ୍ଗଲ ଜମିରେ  ବେଦବ୍ୟାସ ଛକ, ବେଦବ୍ୟାସ ମନ୍ଦିର ରୋଡ,ଝାରତରଙ୍ଗ, ଆଇଡିସି, ସରୋଜିନୀ ନଗର, ସ ମିଲ ଛକ, ଲୋଟସ ଏରିଆ ରେ ବସବାସ କରୁଥିବା ୫୦୦ ପରିବାର ଲୋକ ମାନଙ୍କୁ ତୁରନ୍ତ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ ସକାସେ ଜଣାଇଥିଲେ ।କୋଭିଡ ୧୯ ମହାମାରୀ ସମୟରେ ଏସଏଚଜି ମାଆ ମାନଙ୍କୁ ଯେଉଁ ପ୍ରକାର ହଇରାଣ କରାଯାଉଛି ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗୁଡିକ ଦ୍ବାରା ତାହା ତୁରନ୍ତ ବନ୍ଦ କରାଯାଉ, ଏବଂ ଆଗାମୀ ଫେବୃଆରୀ ମାସ ପର୍ଯ୍ୟନ୍ତ ଋଣ ଆଦାୟ ବନ୍ଦ କରାଯାଉ । ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ କୁତ୍ରା ବ୍ଲକରେ ଆଦର୍ଶ ବିଦ୍ୟାଳୟ କାମର ଅଗ୍ରଗତି, ଏକଲବ୍ୟ ସ୍କୁଲ, ସେଣ୍ଟ୍ରାଲ ସ୍କୁଲ କାମ ଆରମ୍ଭ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଆଶା ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବହୁ ଶୀଘ୍ର ସମସ୍ତ କାର୍ଯ୍ୟ ଆଗେଇବ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here