ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣକୁ ନେଇ ଗ୍ରାମବାସୀ ଙ୍କ ବିରୋଧ

ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାର ଙ୍କ ତରଫରୁ କୋଟି କୋଟି ଟଙ୍କା ବ୍ୟୟ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।ରାଜଗାଙ୍ଗପୁର ସ୍ଥିତ ରାଣୀବନ୍ଦର ରାଣୀପୋଖରୀର ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ଅନୁଦାନ ୩ କୋଟି ୫୨ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି।ଏହି କାର୍ଯ୍ୟ କୁ ରାଣୀବନ୍ଦ ସ୍ଥିତ ମହିଳା ଏସ ଏଚ ଜି ଗ୍ରୁପ ହାତକୁ ନେଇଛନ୍ତି।ଗତ ଜୁନ ମାସ ୨୪ ତାରିଖ ଠାରୁ କାର୍ଯ୍ୟ ଚାଲୁଅଛି।କିନ୍ତୁ ଆଜି ଧୋବା ଟୋଲି ଓ ତଳପଡା ଗ୍ରାମର ଗ୍ରାମବାସୀ  ମାନେ ବିରୋଧ କରିବା ସହ ନିର୍ମାଣଧୀନ କାର୍ଯ୍ୟକୁ ବନ୍ଦ କରିଦେଇଛନ୍ତି। ସେମାନେ କହିବା କଥା ଏହି କାର୍ଯ୍ୟ ହେବା ଦ୍ଵାରା ଅସାମାଜିକ  ବ୍ୟକ୍ତିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବ ତେଣୁ ଏହି କାର୍ଯ୍ୟ ନ ହେବା ଉଚିତ।କିନ୍ତୁ ଏସ ଏଚ ଜି ଗ୍ରୁପ ସ୍ଥାନୀୟ ଲୋକମାନଙ୍କୁ କାର୍ଯ୍ୟ ରେ ନିୟୋଜିତ କରି ସେମାନଙ୍କୁ କାର୍ଯ୍ୟକ୍ଷମ କରାଇବାରେ ସହଯୋଗ କରୁଛନ୍ତି।ଏହି ଭୟାବହ କରୋନା  ସମୟରେ ଦିନ ମଜୁରିଆ ମାନେ ନିଜର ପେଟପାଟଣା ପାଇଁ କିଛି ଅର୍ଥ ଉପାର୍ଜନ କରିବାପାଇଁ ସକ୍ଷମ ହୋଇପାରୁଛନ୍ତି।ଏହି ଭଳି ବିବାଦୀୟ ପରିସ୍ଥିତି ରେ କାର୍ଯ୍ୟ ବନ୍ଦ ରହିଛି।ସ୍ଥାନୀୟ ଗ୍ରାମବାସୀମାନେ ଏହି ଘଟଣା କୁ ନେଇ ଜିଲାପାଳ ନିକଟକୁ ଏକ ଲିଖିତ ଅଭିଯୋଗ କରିଛନ୍ତି।ବିଜେଡି ପକ୍ଷରୁ ରାଜଗାଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ କାର୍ଯ୍ୟ ବନ୍ଦ କରିବାପାଇଁ  ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା।ଜନହିତକର କାର୍ଯ୍ୟ ପାଇଁ ସରକାରଙ୍କ କୋଟି କୋଟି ଟଙ୍କା ବ୍ୟୟ କରିବାରେ ଜନଅସନ୍ତୋଷ  ଦେଖାଯିବା ଏକ ଚର୍ଚ୍ଚାର ବିଷୟ।ଏଥିରୁ ରାଜନୈତିକ ଉଷ୍ମତା ମଧ୍ୟ ବାରି ହେଉଛି।ଏହି ପରିସ୍ଥିତିର ସୁଧାର ଆଣିବା ପାଇଁ ପୋଲିଶ ପକ୍ଷରୁ ଦୁଇଦିନ ପର୍ଯ୍ୟନ୍ତ କାର୍ଯ୍ୟକୁ ସ୍ଥଗିତ ରଖାଯାଇଛି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here