ଉମରକୋଟ ଗ୍ରସ୍ତ ରେ ଆସି ସ୍ଥିତି ସମୀକ୍ଷା କଲେ ଡିଆଇଜି

ଡ଼ାବୁ ଗାଁ ,  ୩୦/୯ କୋରାପୁଟ ଡି,ଆଇ,ଜି, ସଫିଁନ୍ ଅହମ୍ମଦ ଆଜି ନବରଙ୍ଗପୁର ଜିଲ୍ଲା  ଉମରକୋଟ ଗ୍ରସ୍ତ କରି ମାଓ ଗତିବିଧି ଓ କୋରୋନା ପରିଚାଳନା ର  ସ୍ଥିତି ସମୀକ୍ଷା କରିଛନ୍ତି । ନବରଙ୍ଗପୁର ଜିଲ୍ଲା ଓଡିଶା ଓ ଛତିଶଗଡ ସୀମାନ୍ତବର୍ତୀ  ରାଇଘର ବ୍ଲକ ଗୋନା ପଞ୍ଚାୟତ ର ହଳଦୀ ଓ ମିରିଝରି ଗ୍ରାମରେ ଗତ ୨୪ ତାରିଖ ରେ  ରାସ୍ତା ଉପରେ  ଓ ଗଛ ପକେଇବା ସହ ପୋଷ୍ଟର ଓ ବ୍ୟାନର ଲଗାଇ ମାଓବାଦୀ  ନିଜର ଉପସ୍ଥିତି ଜାହିର କରିଥିଲେ । ଏହି ଘଟଣା ପରେ ନବରଙ୍ଗପୁର ଜିଲ୍ଲାରେ ଯେପରି ମାଓବାଦୀ ଙ୍କ ପ୍ରଭାବ ରହିବା ନାହିଁ ସେଥିପ୍ରତି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଡ଼ି,ଆଇ ଜି । ୨୪  ତାରିଖରେ ଲାଗିଥିବା  ପୋଷ୍ଟର ବ୍ୟାନର ଓ ବିଛେଇଥିବା ତାର ର ତଦନ୍ତ ଚାଲିଛି ବୋଲି କହିଛନ୍ତି  ଡିଆଇଜି  ।  ରାଇଘର ଗ୍ରସ୍ତ କରିବା ସହ  ଫୁଟାନଡା ସ୍ଥିତ ବିଏସଫ କ୍ୟାମ୍ପ ଠାରେ ପହଂଚି ବିଏସଫ ଯବାନ ମାନଙ୍କ ସହ ଆଲୋଚନା କରିଥିଲେ । ପରେ ଉମରକୋଟ ପହଞ୍ଚି  କରନା ଵିରୋଧି ରେ ଲଢେଇ କରୁଥିବା ପୋଲିସ ମାନଙ୍କୁ ଆଉ ଅଧିକ ସତର୍କ ରହି ଲୋକଙ୍କୁ ସୁରକ୍ଷିତ ଦେବା ସହ ନିଜେ କିପରି ସୁରକ୍ଷିତ ଭାବରେ କାମ କରିବେ ଏବଂ କୋରୋନା ପରିଚାଳନା  କୁ କିପରି ତ୍ୱରାନ୍ୱିତ କରିବେ ସେଥିପ୍ରତି ଗୁରୁତ୍ୱ ଦେଇଥିଲ  । 

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡ଼ାବୁ ଗାଁ, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here