ମହିଳାଙ୍କୁ ଯୌତୁକ ନିର୍ଯାତନା ଯୋଗୁଁ ଥାନା ରେ ଶାଶୁ, ଶଶୁର, ଓ ସ୍ୱାମୀ ଙ୍କ ନାମରେ ଅଭିଯୋଗ

ସୁନ୍ଦର ଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ରେ ମହିଳାଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ନେଇ ଥାନା ରେ ଅଭିଯୋଗ ହୋଇଛି । ରାଜଗାଙ୍ଗପୁର ସହର ପୌର ପାଳିକା ଅଧୀନ ୱର୍ଡ ନମ୍ବର ୧୭ ଷ୍ଟେସନ ପଡ଼ା ନିବାସୀ କଳ୍ପନା ବୋଥରା ନାମକ ମହିଳା (୩୩)ଙ୍କ ବାହାଘର ଗତ ଜୁଲାଇ ୭ତାରିଖ ୨୦୧୯ ରେ ଝାରସୁଗୁଡା ସ୍ଥିତ ଝଡ଼େଶ୍ୱର ମନ୍ଦିର ରେ ସୌରଭ ବୋଥରାଙ୍କ ସହ ଉଭୟ ପରିବାର ଙ୍କ ଉପସ୍ଥିତି ରେ ହୋଇଥିଲା ।କଳ୍ପନା ବୋଥରା ଆଗରୁ ବିଭାହିତା  ଥିବା ବେଳେ ତାଙ୍କର ଛାଡ଼ ପତ୍ର ହୋଇଥିଲା ଓ ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି  । ସୌରଭ ମଧ୍ୟ ଆଗରୁ ବିଭାହିତ ଥିବା ବେଳେ ତାଙ୍କର ଏକ ସନ୍ତାନ ଥିବା ଜଣା ପଡିଛି ! ବିବାହ ର ୨ ମାସ ପରେ ତାଙ୍କ ସ୍ୱାମୀ ସୌରଭ,ତାଙ୍କ ଶାଶୁ ସୁଧା ବୋଥରା, ତାଙ୍କ ଶ୍ବଶୁର ରଞ୍ଜିତ ବୋଥରା ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଆରମ୍ଭ କରିଥିଲେ  । ବିବାହ ସମୟରେ କମ ଜିନିଷ ଆଣିଥିବାରୁ କାହିଁକି କମ ଜିନିଷ ଆଣିଲୁ କହି ପ୍ରତେକ ଦିନ ମାର ଧର କରୁଥିଲେ !ଏହା ସହ ତାଙ୍କୁ ଘରୁ ଗେଟରୁ ଟାଣି ଟାଣି ବାହାରକୁ ଆଣି ମଧ୍ୟ ମାରପିଟ କରୁଥିଲେ !ଏହି ବିଷୟ ରେ ସେ ଆଗରୁ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ଥାନା ଅଧିକାରୀ ତାଙ୍କୁ ବୁଝା ସୁଜା କରି ଏକାଠି ରହିବାକୁ ବୁଝାଇ ଥିଲେ ।ଏହାର କିଛି ଦିନ ପର୍ଯ୍ୟନ୍ତ ନୀରବତା ରହି ଥିବା ବେଳେ  ବର୍ତ୍ତମାନ ତାଙ୍କ ସ୍ୱାମୀ, ଶାଶୁ ଓ ଶ୍ୱଶୁର ତାଙ୍କୁ ନିଜ ଖର୍ଚ୍ଚ ନେଇ ଘରୁ ବାହାରକୁ ଯିବା ପାଇଁ କହିବା ସହ ମାଡ଼ ମଧ୍ୟ ମାରିଥିଲେ !ଯଦି ନ ଯାଉ ତା ହେଲେ ଜୀବନ ରୁ ମାରି ଦେବା ପାଇଁ ଧମକ ମଧ୍ୟ ଦେଉଛନ୍ତି  ‌। ଗତ କିଛି ଦିନ ତଳେ ତାଙ୍କ ସ୍ୱାମି, ଶାଶୁ, ଶ୍ବଶୁର ତାଙ୍କୁ ରାତି ପ୍ରାୟ ୨ ଟାରେ ତାଙ୍କ ବେକ ରେ ଲୁଗା ଲଗାଇ  ଚିପିବା ସହ ତାଙ୍କୁ ଜୀବନ ରେ ମାରି ଦେବାକୁ ଚେଷ୍ଟା ମଧ୍ୟ କରିଥିଲେ ! ବର୍ତ୍ତମାନ ଯୌତୁକ ନିର୍ଯାତନା ଅତିସୟ ହେବାରୁ ଓ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ରାଜଗାଙ୍ଗପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ଏମାମଲାରେ ପୋଲିଶ ତଦନ୍ତ କରି ତାଙ୍କ ସ୍ୱାମୀଙ୍କୁ କୋର୍ଟ ଚାଲାଣ କରିଥିବାବେଳେ, ଶାଶୁ, ଶଶୁରଙ୍କୁ ମଧ୍ୟ ନୋଟିଶ ଦିଆଯାଇଥିବା ଜଣାପଡିଛି  ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here