ହତ୍ୟା ନା ଆତ୍ମହତ୍ୟା : ନଦୀ ପୋଲ ତଳୁ କନିଷ୍ଠ ଯନ୍ତ୍ରୀଙ୍କ ଶବ ଉଦ୍ଧାର

ସୁନ୍ଦରଗଡ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଭେଢାବାହଲ ର ସୁଧୀର କୁମାର ନାଏକ ମୃତ ଦେହ ଭସ୍ମାର କୁଣ୍ଡୁକେଲା ସଫେଇ ନଦୀ କୂଳରେ ମିଳିଛି । ଭସ୍ମା ପୋଲିଶକୁ ସୂଚନା ମିଳିଥିଲା ଯେ କୁଣ୍ଡୁକେଲା ପୋଲ ଉପରେ ବାଇକରେ ଚାବି ଲଗା ହୋଇଥିଲା ଏବଂ ସେଠି ଜୋତା,ପର୍ସ ଥିଲା ପର୍ସ ରେ ସୁଧୀର ଙ୍କ ପରିଚୟ ପତ୍ର ଥିବାରୁ ପୋଲିଶ ଙ୍କୁ ଜଣାପଡିଲା ଯେ ଭେଢାବାହଲର ସୁଧୀର ନାଏକ କନିଷ୍ଠ ଯନ୍ତ୍ରୀଙ୍କ ବୋଲି  । ପୋଲିଶ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ସେ  ଝାରସୁଗୁଡା ଠାରେ ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ।ସେ ଗତ କାଲି ରାତ୍ରି ରେ  ଘରକୁ ଆସି ନ ଥିଲେ ।ଏଠାରେ ପ୍ରଶ୍ନ ଉଠୁଛି ଯେ ସେ ତାଙ୍କୁ କେହି ହତ୍ୟା କରିଛି କି  ସେ ନିଜେ ଆତ୍ମହତ୍ୟା କରିଛନ୍ତି । ପୋଲିଶ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି । ଏହି ଘଟଣାଟି ହତ୍ୟା ନା ଆତ୍ମହତ୍ୟା ଜଣିବା ସକାସେ ଭସ୍ମା ପୋଲିଶ ତଦନ୍ତ  ଜାରି ରଖିଥିବା ବେଳେ ସୁନ୍ଦରଗଡ଼ ଏସପି ସାଗରିକା ନାଥ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ପରିଲକ୍ଷିତ ହୋଇଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here