ରାଉରକେଲା ମହାନଗର ନିଗମ ଦ୍ଵାରା ଜନ ହିତରେ ଜାରି ସଚେତନତା ବାର୍ତ୍ତା

ହାଲୋ ରାଉରକେଲା। …………. ମୁଁ କରୋନା କହୁଛି। ……….. ଆପଣମାନଙ୍କ ହାବଭାବ ଦେଖି ଲାଗୁଛି ଅଧିକାଂଶ ଲୋକ ଏବେ ବେପରୁଆ ହୋଇଗଲେଣି। କରୋନା କୁ ଆଉ ଡର ଭୟ କିଛି ଯେମିତି ନାହିଁ। ହେଲେ ମୁଁ ଏବେବି ଅଛି। କୁଆଡେ ଯାଇନି। କରୋନା ସହିତ ଆପଣମାନଙ୍କୁ ବଞ୍ଚିବାକୁ ପଡିବ। ଶୀତ ଆସିଲାଣି। ଶୀତରେ ମୋ ପ୍ରକୋପ ଅଧିକ ହୋଇପାରେ। ତେଣୁ ହେଳା କରନ୍ତୁନି। ନିଜ ଯତ୍ନ ନିଜେ ନିଅନ୍ତୁ। ସରକାର ଜାରି କରିଥିବା ସମସ୍ତ ନିୟମ ମାନି ଚାଲନ୍ତୁ। ସର୍ବଦା ଠିକ ଭାବେ ମାସ୍କ ପିନ୍ଧନ୍ତୁ। ସାମାଜିକ ଓ ଶାରିରୀକ ଦୂରତା ବଜାୟ ରଖନ୍ତୁ। ବାରମ୍ବାର ସାବୁନରେ ହାତ ଧୁଅନ୍ତୁ। ସାନିଟାଇଜର ବି ବ୍ୟବହାର କରିପାରିବେ। ଭୁଲନ୍ତୁ ନାହିଁ । ମୁଁ ଏବେବି ବଞ୍ଚିଛି। ମୋତେ ମାରିବା ପାଇଁ କେତେ ଡାକ୍ତର, କେତେ ବୈଜ୍ଞାନିକ ନୀତିଦିନ ଲାଗିଛନ୍ତି। ସତର୍କ ହୁଅନ୍ତୁ। ସଜାଗ ହୁଅନ୍ତୁ। ନହେଲେ ମୋ କବଳରେ ପଡିବେ। ଆଉ କଷ୍ଚ ଭୋଗିବେ।

ଶୁଣିଲେ…. ତ ….. କରୋନା କଣ କହିଲା।  ହେଲେ ଯଦି ଆମେ କରୋନା ସଂପର୍କିତ ସମସ୍ତ କଟକଣା ମାନି ଚଳିବା, ସର୍ବଦା ଠିକ ଭାବେ ମାସ୍କ ପିନ୍ଧିବା, ସାମାଜିକ ଓ ଶାରିରୀକ ଦୂରତା ବଜାୟ ରଖିବା, ତା ହେଲେ କରୋନା ଆମର କିଛି ବି କରିପାରିବ ନାହିଁ। ଆବଶ୍ୟକ ନହେଲେ ଘରୁ ବାହାରିବା ନାହିଁ। ଦୋକାନ ବଜାର କିମ୍ବା ସେଭଳି କିଛି ସ୍ଥାନକୁ ଗଲେ ସେଠାରେ ଅଧିକ ସତର୍କତା ବଜାୟ ରଖିବା। କରୋନା ଲକ୍ଷଣ ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା। ହୋମ୍ ଆଇସୋଲେସନରେ ରହୁଥିବା କୋଭିଡ ପଜିଟିଭ୍ ବ୍ୟକ୍ତି ଜରୁରୀ କାଳୀନ ପରିସ୍ଥିତିରେ ତୁରନ୍ତ ହେଲ୍ପଲାଇନ ନମ୍ବରରେ ଫୋନ କରିବା, ସେହିଭଳି ବୟସ୍କ ବ୍ୟକ୍ତିଙ୍କ କରୋନା ସଂପର୍କିତ କୌଣସି ଲକ୍ଷଣ ଦେଖାଦେଲେ ବି ତୁରନ୍ତ ବୟସ୍କ ନାଗରିକଙ୍କ ଲାଗି ଉଦ୍ଦିଷ୍ଟ ହେଲ୍ପ ଲାଇନ ନମ୍ବରରେ ଫୋନ କରିବା। ନିଜ ୱାର୍ଡର ୱାର୍ଡ ଅଫିସରଙ୍କ ସହ ବି ଆବଶ୍ୟକ ସ୍ଥଳେ ପରାମର୍ଶ କରିବା। ତା ଛଡ଼ା କୋଭିଡ ସଂପର୍କିତ ଯେ କୌଣସି ଅନ୍ୟ ସମସ୍ୟାର ପ୍ରତିକାର ପାଇଁ ଆପଣ ନିଜ ମୋବାଇଲରେ ସ୍ୱଚ୍ଛତା ଆପ୍ ଡାଉନଲୋଡ କରି ସେଥିରେ ନିଜ ସମସ୍ୟା ଜଣାଇଲେ ବି ତାର ସମାଧାନ କରାଯିବ। ତେଣୁ ଡେରି କରନ୍ତୁ ନାହିଁ ଆଜି ହିଁ   ନିଜ ମୋବାଇଲ ଫୋନରେ ସ୍ୱଚ୍ଛତା ଆପ୍ ଡାଉନଲୋଡ୍ କରନ୍ତୁ ଓ ସ୍ୱଚ୍ଛତା ସାଙ୍ଗକୁ କୋଭିଡ ସଂପର୍କିତ ସମସ୍ୟା ବି ଜଣାନ୍ତୁ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here