ସ୍ୱାମୀ ଓ ପୋଲିସ୍ ବିରୋଧରେ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ‘ମା’ଏବଂ ଦୁଇ ଝିଅ

କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ ଭାଗବତପୁର ଗ୍ରାମ ପଞ୍ଚାୟତର ସିମଳଦା ଗ୍ରାମର ନୀରଞନ ସ୍ୱାଇଁଙ୍କ ଝିଅ ଦୀପିନା ସ୍ୱାଇଁ ବୟସ-୨୩ ବର୍ଷଙ୍କୁ ଗତ ମେଁ ମାସ ୨ ତାରିଖ ଦିନ ସମସ୍ତ ଯାନି ଯୌତୁକ ଓ ସୁନା, ଗହଣା ଗଣ୍ଠି ଓ ଘରୋଇ ଆସଭାବ ପତ୍ର ଏବଂ ଫନିଚର ଜିନିଷ ଗୁଡିକ ସହିତ ଡେରାବିଶ୍ ଥାନା ଅନ୍ତର୍ଗତ ପୁରୀପଡା ଗ୍ରାମର କ୍ଷୀରୋଦ ପ୍ରଧାନଙ୍କ ପୁଅ ଜଗନ ପ୍ରଧାନ(୩୦)ଙ୍କୁ ବୈବାହିକ ରିତୀନୀତି ଅନସାରେ ବିବାହ କରିଥିଲେ । ହେଲେ ବଡ ଦୁଃଖ ଆଉ ପରିତାପର ବିଷୟ ଯେ-ନୂଆ ବୋହୁଟିର ପାଦରୁ ଅଳତା ଏପର୍ଯ୍ୟନ୍ତ ଲିଭିନାହିଁ କି ହାତରୁ ମେହେନ୍ଦି ମଧ୍ୟ ଛାଡି ନାହିଁ କିନ୍ତୁ ଅଧିକ ୫୦ ହଜାର ଟଙ୍କା ଗାଡି ବାବଦକୁ ଆଣିବା ପାଇଁ ଦିପିନାର ସ୍ୱାମୀ ଜଗନ ବାରମ୍ବାର କହିବା ଏବଂ ମାଗିବାରୁ ଦୀପିନାର ବାପା ‘ମା’ ଅତ୍ୟନ୍ତ ଗରିବ ହୋଇଥିବାରୁ ଟଙ୍କା ନଦେଇ ପାରିବାରୁ ଦୀପିନା ଉପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ଟଙ୍କା ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ।ଦୀପପିନାକୁ ପ୍ରତିଦିନ ଖାଇବା ପିଇବାକୁ ନଦେଇ କୁଆଡେ ତାଙ୍କ ଶାଶୁ ଆଉ ସ୍ୱାମୀ ମାଡ ମାରିବା ସହିତ ବିଭିନ୍ନ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ଏବଂ ବାପଘରୁ ଟଙ୍କା ନ ଆଣିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେବା ପରେ ଦୀପିନା ଦୀର୍ଘ ୫ମାସକାଳ ବହୁ ଦୁଃଖ କଷ୍ଟରେ କର୍ମକୁ ଆଦରି ପଡି ରହିବା ପରେ ନିର୍ଯ୍ୟାତନା ଅସହୟ ହୋଇ ପଡିବାରୁ ବାପ ଘରକୁ ଖବର ଦିଏ ନବବଧୂ ଦୀପିନା । ଦୀପିନାର ମା ପହଞ୍ଚନ୍ତି ଦୀପିନାଙ୍କ ଶାଶୁଘରେ ଆଉ  ଘଟଣା ସମ୍ଭନ୍ଧରେ ପଚାରନ୍ତି ତାଙ୍କ ଜ୍ୱାଇଁ ଜଗନକୁ । କିନ୍ତୁ ଜଗନର ସାନଭାଇ ଦୀପିନାଙ୍କ ମାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମଧ୍ୟ ମାରନ୍ତି  । ଏସବୁକୁ ନିଜ ଆଖିରେ ଦେଖି ଦିପିନା ମଧ୍ୟ ଆଖି ଲୁହ ଆଖିରେ ମାରିବା ଭଳି ଚୁପ୍ ରୁହନ୍ତି । ପୁଣି କିଛିଦିନ ପରେ ପୁଣି ଦୀପିନାକୁ ମାଡ ମରାଯିବା ସହିତ ଘରୁ ମଧ୍ୟ ତଣ୍ଟିଆ ମାରି ବାହାର କରି ଦିଅନ୍ତି ଜଗନ ।  ଏବିଷୟରେ ଡେରାବିଶ୍ ଥାନାରେ ଦୀପିନା ଏବଂ ତାଙ୍କ ବାପ ମା ଏକ ସାଂଗରେ ଯାଇଁ ଏକ ଲିଖିତ ଅଭିଯୋଗ କରିଥିଲେ  । ହେଲେ ପୋଲିସ୍ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପ୍ରତି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟି କୁଆଡେ ଆସିଛ ବୋଲି ଥାନାରେଥିବା ଥାନା ବାବୁ କୁହନ୍ତି । ଏ କେସ୍ କିଛି ହବନି ତୁମେ ଘରକୁ ପଳା କହି ଥାନାରୁ ତଡି ଦେଇଥିବା କୁହନ୍ତି ଦୀପିନାର ‘ମା’ । ପୋଲିସ୍ କିଛି ବୁଝୁନାହିଁ ବୋଲି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସନ୍ତି । ଏବିଷୟରେ ଆମେ ଡେରାବିଶ୍ ଆଇଆଇସିଙ୍କୁ ମୋବାଇଲ୍ ଯୋଗେ ଯୋଗାଯୋଗ କରିବା ପରେ ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି  । ଉକ୍ତ ଘଟଣା ବଳୀକୁ ନେଇ ଏକ କେସ୍ ଦାୟର କରାଯାଇ ତଦନ୍ତ ଜାରୀ ରହିଛି । ଯାହା କିଛି କରାଯିବା କଥା ପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ  ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here