ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ଯୋର ଜବର ଭାବେ ଟଙ୍କା ଆଦାୟ ଅସତ ବ୍ୟବହାର ପ୍ରଦର୍ଶନ କରି

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ପୈ।ରାଞ୍ଚଳରେ କେତେକ ଏସଏଚଜି ଦଳର ମହିଳା ମାଇକ୍ରୋ ଫାଇନାନ୍ସରୁ ଋଣ ନେଇ ବ୍ୟବସାୟ ଆରମ୍ଭ କରିଥିବା ବେଳେ କରୋନା ହେତୁ ବ୍ୟବସାୟ ହୋଇ ପାରୁ ନ ଥିବାବେଳେ କର୍ମଚାରୀ ଗଣ କେତେକ ଦଲାଲଙ୍କ ସହିତ ମହିଳା ଦଳଙ୍କୁ ଅସଦ ବ୍ୟବହାର କରି ଋଣ ଟଙ୍କା ଆଦାୟ କରୁଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ କରୁଛନ୍ତି ମହିଳା ଦଳ । ପରିସ୍ଥିତି ଅତି ଭୟଙ୍କର ହେଲେ କରୋନାକୁ ଖାତିର ନ କରି ସମସ୍ତ ମହିଳା ଦଳ ଏକତ୍ରିତ ହୋଇ ଝାଡୁ ପାତିଆ ଧରି ରାଜରାସ୍ତାକୁ ଓହ୍ଲାଇବେ ଯେତେବେଳେ ସେହି ସମୟରେ କୈ।ଣସି ପ୍ରଶାସନ ଯେପରି ମୁଣ୍ଡ ନ ଖେଳାଏ ସେଥିପ୍ରତି ପ୍ରଶାସନ ନିଜେ ସତର୍କ ରହିବାକୁ ଚେତାବନୀ ଦେଉଛନ୍ତି ମହିଳା ଦଳ ।

ବିଭିନ୍ନ ସମୟରେ ,ବିଭିନ୍ନ ସ୍ଥାନରେ, ସରକାରୀ ଅଫିସ ରେ ଅଭିଯୋଗ, ଅନୁରୋଧ, ହରତାଳ ପରେ ମଧ୍ୟ ଏସଏଚଜି ମାଆ ମାନଙ୍କର ଦୁଃଖ ଯାଇନାହିଁ, କୋଭିଡ ମହାମାରୀ ରେ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ର କର୍ମଚାରୀ ମାନେ ମାଆ ମାନଙ୍କୁ ଅଭଦ୍ରାମି, ଜୋର ଜବରଦସ୍ତ, ଗାଳିଗୁଲଜ କରି ଟଙ୍କା ଆଦାୟ କରୁଛନ୍ତି, ସେଥିପାଇଁ ଆଜି ୨୮.୯.୨୦ ବିଭିନ୍ନ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଓ ବ୍ୟାଙ୍କ ଗୁଡିକୁ ଯାଇ ଉଚ୍ଚ ଅଧିକାରୀ ମାନଙ୍କ ସହ ଆଲୋଚନା କରିବାକୁ ବାଧ୍ୟ ହେଲୁ । କୌଣସି ପରିସ୍ଥିତିରେ ମାଆ ମାନଙ୍କୁ ଅଭଦ୍ରାମି ନ କରିବା ପାଇଁ ତାଗିଦ ସହିତ ପୋଲିଶରେ ମଧ୍ୟ ଅଭିଯୋଗ କରିଛୁ ।  ଆଗାମୀ ଦିନରେ ଯଦି ଏହି ମାଇକ୍ରୋ ଫାଇନାନ୍ସ ଗୁଡିକ ଜୋର ଜବରଦସ୍ତ ଟଙ୍କା ଆଦାୟ କରନ୍ତି ତାହା ହେଲେ ଆଇନ କୁ ହାତକୁ ନେବା ପାଇଁ ମାଆ ମାନେ ପଛାଇବେ ନାହିଁ ‌ । ମାଆ ମାନଙ୍କର ହକ୍ ପାଇଁ, ମାଆ ମାନଙ୍କର ସମ୍ମାନ ପାଇଁ ଜିଜେଡି ଦଳର ଲଢେଇ ଜାରି ରହିବ   । ଏଣିକି ଆଦାୟ କାରୀ ସଚେତନ ନ ହେଲେ ମହିଳାଙ୍କର ଆକ୍ରୋସର ଶିକାର ହେବ ଏବଂ ଏଥିରେ କୈ।ଣସି ପ୍ରକାରେ ପ୍ରଶାସନ ମୁଣ୍ଡ ନ ଖେଳେଇଲେ ଭଲହେବ ।

 ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here