ବିଜେପିର ମଣ୍ଡଳ ସ୍ତରୀୟ ବୈଠକ

ଡାବୁଗାଁ, ୨୮/୯ ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ବ୍ଲକ ଅନ୍ତର୍ଗତ ବୋରିଗାଁ ମଣ୍ଡଳ ରେ ବିଜେପି ର ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ବଳଭଦ୍ର ମାଝୀ, ଜିଲ୍ଲା ଉପସଭାପତି ଜୟନ୍ତ କୁମାର ପାତ୍ର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ପଦ୍ମନ ନାୟକ ଉପସ୍ଥିତ ରହି ବିଜେପି କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଅଧ୍ୟକ୍ଷତା କରିଥିଲେ ମଣ୍ଡଳ ସଭାପତି ଭାଷ୍କର ସୁନା। ଅନ୍ୟ ପ୍ରମୁଖ ବ୍ୟକ୍ତିମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ଦଶମୁ କଲାର, ନର ମାଝୀ, ସୁନ୍ଦର ଭତ୍ରା, ନାସେନ ମଙ୍ଗରୀ, ବିଶ୍ବନାଥ ମାଝୀ, ବିନୋଦ ସାନ୍ତା, ଶ୍ୟାମସୁନ୍ଦର କଲାର, ବିଚିତ୍ର ହରିଜନ, ହନୁ ଭତ୍ରା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସଂଗଠନ କୁ ମଜବୁତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ପ୍ରଜ୍ଞା ରଞ୍ଜନ ପରିଡା, ଡାବୁଗାଁ, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here