ବିଦ୍ୟତୁ ଦର ବୃଦ୍ଧିକୁ ନେଇ ବିଜେପି ପକ୍ଷରୁ ପ୍ରତିବାଦ

ଆଜି ଜିଲ୍ଲା ବିଜେପି ପକ୍ଷରୁ ରାଉରକେଲା ବିଦ୍ୟତୁ କାର୍ଯ୍ୟାଳୟ ସମ୍ମୁଖରେ ରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।ଆଜି ବିଜେପି ଦଳର ଅନେକ କର୍ମକର୍ତ୍ତାମାନେ ରାସ୍ତାକୁ ଆସି ବିଦ୍ୟତୁ ଦରର ବୃଦ୍ଧିକୁ ନେଇ ପ୍ରତିବାଦ କରିବା ସହ ବିଦ୍ୟତୁ ଦରକୁ କମାଇବାକୁ ନେଇ ଦଳ ପକ୍ଷରୁ ଦାବି କରାଯାଇଥିଲା । ରାଜ୍ୟ ସରକାର କରୋନା ସମୟରେ ବିଦ୍ୟତୁ ଦର ବଢାଇଥିବା ଫଳରେ ଗରୀବ ଓ ଦିନ ମଜୁରିଆ ଲୋକମାନେ ପ୍ରଭାବିତ ହେବେ ତେଣୁ  ସରକାର ଏହି ବିଦ୍ୟତୁ ଦର ବୃଦ୍ଧି ପ୍ରତ୍ୟାହାର ନ କଲେ ବିଜେପି ଦଳ ପକ୍ଷରୁ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ତୀବ୍ର ପ୍ରତିବାଦ କରିବ ବୋଲି ବିଜେପିର ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here