କରୋନା ମହାମାରୀକୁ ରୋକିବା ପାଇଁ ନଗର ବଜରଂଗ ଦଳ ତରଫରୁ ମାକ୍ସ ଓ ସାନିଟାଇଜର ବଣ୍ଟନ

ଆଜି ନଗର ବଜରଂଗ ଦଳ ତରଫରୁ ଜିଲ୍ଲା ବଜରଂଗ ଦଳର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ସେନାପତି ଏବଂ ରାଜ୍ୟ ଆଖଡା ପ୍ରମୁଖ ଶ୍ରୀଯୁକ୍ତ ରାଜକିଶୋର ନାୟକଙ୍କ ନେତୃତ୍ବରେ ଦଳର ନଗର ସଂଯୋଜକ ସୁକୁମାର ଦାସ, ସହ ସଂଯୋଜକ ଦେବେନ୍ଦ୍ର ଜେନା,ସୌମ୍ୟରଂଜନ କର ଏବଂ ସାପ୍ତାହିକ ମିଳନ ପ୍ରମୁଖ ସିଦ୍ଧାର୍ଥ ସିଂ ଓ ମାର୍ଶାଘାଇର ସହ ସଂଯୋଜକ ସିଲୁ ପ୍ରସାଦ ମହାରଣା, ନୀଳକଣ୍ଠ ସ୍ୱାଇଁ, ରାହୁଲ ଶୁକ୍ଳା, ଗୌତମ ସାହୁଙ୍କ ସମେତ ବାପି ସାହୁ ପ୍ରମୁଖ ଏହି କରୋନା ରୋଗ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରାପଡା ସହରର ନୂଆ ବଷ୍ଟାଣ୍ଡ ପାଖରୁ ଆରମ୍ଭ କରି ଇଛାପୁର ସ୍ଥିତ ମାଉସୀ ‘ମା’ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଯାତାୟତ କରୁଥିବା  ଶତାଧିକ ପଥଚାରୀଙ୍କ ସମେତ ରାସ୍ତାର ଦୁଇ କଡରେଥିବା ବିଭିନ୍ନ ଦୋକାନୀ ଓ ଘରୋଇ ଲୋକମାନଙ୍କୁ ମଧ୍ୟ ଶହଶହ ସଂଖ୍ୟାରେ ମାକ୍ସ୍ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିଲା  । କରୋନା ମହାମାରୀ ରୋଗ ପାଇଁ ବଜରଂଗ ଦଳର ପିଲାମାନେ ସଚେତନ ମୂଳ ବାର୍ତ୍ତା ମଧ୍ୟ ପ୍ରେରଣ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । କୋଭିଡ୍-19 ଓ କରୋନା ରୋଗର କାୟା ଯେଭଳି ଭାବରେ ଦିନକୁ ଦିନ ସହରରେ ବୃଦ୍ଧି ପାଇବାରେ ଲାଗିଛି ଏବଂ ଏହି ରୋଗରେ କବଳିତ ହୋଇ ହଜାର ହଜାର ସଂଖ୍ୟାରେ ଯେଉଁ ଭଳି ଭାବରେ ଲୋକମାନେ ମୃର୍ତ୍ୟୁ ବରଣ କରୁଛନ୍ତି । ସେଥିପାଇଁ ବଜରଂଗ ଦଳର ଏପରି ଏକ ନିଆରା ସଚେତନାତ୍ମକ କର୍ଯ୍ୟାବଳୀ ପାଇଁ ସହରର ବହୁ ବୁଦ୍ଧିଜିବୀ ଏବଂ ଜ୍ଞାନୀ, ଗୁଣୀ ବ୍ୟକ୍ତି ବିଶେଷ ମହଲରେ ପିଲାମାନଙ୍କୁ ଭୂୟସି ଏପରି କାର୍ଯ୍ୟ ପାଇଁ ପ୍ରଶଂସା କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here