ରାଜ୍ୟ ଜନଶକ୍ତି ପାର୍ଟିର ଦରଦାମ ବୃଦ୍ଧିକୁ ରୋକିବା ନିମନ୍ତେ ସାଇକେଲରେ ବୁଲିବୁଲି ପୋଷ୍ଟ କାର୍ଡ ବଣ୍ଟନ ଅଭିଯାନ

ଆଜି ସକାଳ ୯ ଘଟିକା ସମୟରେ ରାଜ୍ୟ ଜନଶକ୍ତି ପାର୍ଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ସାଇକେଲରେ ବୁଲିବୁଲି ଦିନକୁ ଦିନ ଯେଭଳି ଭାବରେ ବିଭିନ୍ନ ଖାଦ୍ୟ ସାମଗ୍ରୀ ଓ ପନି ପରିବାର ଦରଦାମ୍ ହୁହୁ ହୋଇ ବଢି ଚାଲିଛି । ତାହାର ପ୍ରତିବାଦରେ ଦରଦାମ୍ ପ୍ରତି ରାଜ୍ୟ ସରକାରଙ୍କ ରୋକ୍ ଲଗାଇବା ନିମନ୍ତେ ଏବଂ ସାଧାରଣତଃ ଗରିବ, ଦିନ ମଜୁରୀଆ ଓ ନୀତି ଖଟି ଖାଉଥିବା ମୂଲୀଆ ଶ୍ରେଣୀର ଏବଂ ମଧ୍ୟବିତ ପରିବାର ଲୋକମାନଙ୍କୁ ଏଭଳି କୋଭିଡ୍ -19 ବା କରୋନା ମହାମାରୀ ରୋଗର କାୟା ବିସ୍ତାର ସମୟରେ ଏବଂ ଲୋକମାନଙ୍କର ସମସ୍ତ କାମଧନ୍ଦା ବନ୍ଦ୍ ହୋଇଯାଇଥିବା ବେଳେ ଏବଂ ଲୋକମାନଙ୍କର ଆର୍ଥିକ ଦୂରାବସ୍ତା ଦେଖା ଦେଇଥିବା ସହିତ ଅଦିନିଆଁ ବର୍ଷା ଓ ବନ୍ୟାର ପ୍ରକୋପରେ ଲୋକମାନଙ୍କ ଆର୍ଥିକ ଓ ମାନସୀକ ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ଦେଶରେ ଓ ଓଡିଶା ଭଳି ଏକ ପଛୁଆ ବର୍ଗର ସମଗ୍ର ରାଜ୍ୟରେ ଏପରି ଦରଦାମ୍ ବୃଦ୍ଧି ଲୋକଙ୍କୁ ବୋଝ ଉପରେ ନଳିତା ବିଡା ପରି ମନେହୁଏ । ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ପୋଷ୍ଟ କାର୍ଡ ପ୍ରେରଣ ବା ପ୍ରଦାନ ଉଦ୍ଧେଶ୍ୟରେ ସାଇକେଲରେ ବୁଲିବୁଲି ଲୋକ ମାନଙ୍କଠାରୁ ଦସ୍ତଖତ ସଂଗ୍ରହ ଜନଶକ୍ତି ପାର୍ଟିର କର୍ମୀ ମାନଙ୍କ ଦ୍ୱାରା କରାଯାଇଥିଲା ।  ସାଇକେଲରେ ବୁଲି ବୁଲି ଏହି ଦସ୍ତଖତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମକୁ ସଂମ୍ପାଦକ ସୁବାସ କୁମାର ରାଉତ, ସମାଜସେବୀ ଅମରବର ବିଶ୍ୱାଳ, ଦିଲ୍ଲୀପ ଜେନା, ପବିତ୍ର ବେହେରା, ପ୍ରହଲ୍ଲାଦ ମହିଳା,ବିଶ୍ୱରଞନ ସାମଲ, ମହେଶ୍ୱର ସେଠୀ,ଦୋଳଗୋବିନ୍ଦ ଜେନା, ସରତ ଲେଙ୍କା,ତୃପ୍ତିମୟୀ ଜେନା,ଗଗନ ରାଉତ, ଗିରିଧାରୀ ରାଉତ,ବସନ୍ତ ପରିଡା,ନୃସିଂହ ମଲ୍ଲିକ,ସମାଜସେବୀ ପ୍ରଫୁଲ୍ଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଦସ୍ତଖତ ଅଭିଯାନକୁ ସଫଳ କରିବାରେ ସମସ୍ତ ସାହାଯ୍ୟ ସହଯୋଗର ହାତ ବଢାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଥିଲା ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here