ଅଜଣା ମହିଳାଙ୍କ ଶବ ନଦୀ ପଠାରୁ ଉଦ୍ଧାର

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡ  ଅନ୍ତର୍ଗତ ବଣାଇଁ ଥାନା ଇଲାକା ଉପରପଡା ଗାଁ ପାଖେ ଥିବା ବ୍ରାହ୍ମଣୀ ନଦୀ କୂଳରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର l ନଦୀରେ ମୃତଦେହ ଟି ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିଶ କୁ ଖବର ଦେଇଥିଲେ। ଫଳରେ ଖବର ପାଇ ବଣାଇଁ ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିବା ଜଣାପଡ଼ିଛି l ହେଲେ ଉକ୍ତ ମହିଳା ଜଣକ କେଉଁ ଅଞ୍ଚଳର ବା କିଏ ମାରି ପକାଇ ଦେଇ ଫୋପାଡି ଦେଇଛି ନା ଅନ୍ୟ କିଛି କାରଣ  ଘଟିଛି ତାହା  ଏଯାଏଁ ସ୍ପଷ୍ଟ ହୋଇପାରିନି l ମୃତଦେହଟି ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବାବେଳେ ପରିଚୟ ଏଯାଏଁ ମିଳିପାରିନାହିଁ l ସେପଟେ ବଣାଇଁ ପୋଲିଶ ଏନେଇ ଅଧିକ ତଦନ୍ତ ଜାରି ରଖିଛି l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here