ଜମିପଟ୍ଟା ଓ ଜରୀପାଲ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।

ଦେଖନ୍ତୁ ଏ ଦୃଶ୍ୟ ହେଉଛି ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ । ଆଜି ପୂର୍ବାହ୍ନ ୧୧ ଘଟିକା ସମୟରେ କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ ନସିଡିପୁର  ୬-ନମ୍ବର ୱାର୍ଡ଼ର ଗ୍ରାମର ଶେଷ ମୁଣ୍ଡରେ ରହୁଥିବା ଜେନା ସାହି ବା ଦଳିତ ସାହିର ପ୍ରାୟ ୧୫ଟି ପରିବାରର ପାଖାପଖି ୬୦ଜଣ ଲୋକ ସେଠାରେ କାହିଁ କେତେଦିନ ହେବ ବା ଦୀର୍ଘ ୨୦ ବର୍ଷହେବ ସରକାରୀ ଅନାବାଦୀ ଏବଂ ଗ୍ରାମ ଶ୍ମଶାନ ପାଖୁକୁ ଲାଗିଥିବା ଜାଗାରେ ବସବାସ କରି ଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ନା ମିଳିଛି କୌଣସି ସରକାରୀ ସାହାଯ୍ୟ ନା ମିଳିଛି ବର୍ଷା ପବନରେ ସମ୍ପୁର୍ଣ୍ଣ ଭାବେ ଭାଂଗିରୁଜି ଯାଇଥିବା ଘରଗୁଡିକ ପାଇଁ ଜରୀପାଲ ଖଣ୍ଡେ, ନା ମିଳିଛି ଜମି ପଟ୍ଟା ଖଣ୍ଡେ ଖଣ୍ଡେ । ଏପର୍ଯ୍ୟନ୍ତ କିଛିବି ସରକାରୀ ସାହାଯ୍ୟ ସହଯୋଗ ସେମାନଙ୍କୁ ନମିଳିବା ବଡ ଦୁଃଖ ଆଉ ପରିତାପର ଏବଂ ବିଡମ୍ବନାର ବିଷୟ । ସେମାନେ ସମସ୍ତେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଗୋଟେ ଗୋଟେ ନଡା ଛପର ଏବଂ ଚାଳିଆ ଘର କରି ଅନ୍ଧାର ରାତିରେ ସାପ, ବେଂଗ ଓ ଅନ୍ୟାନ୍ୟ ଯନ୍ତୁ ଯୁନ୍ତାକୁ ଭୟନକରି ସେମାନେ ଛୋଟ ଛୋଟ ପିଲାଛୁଆଙ୍କୁ ଧରି କର୍ମକୁ ଆଦରି ସେହି ସ୍ଥାନରେ ପଡି ରହିଥିବା ଏବଂ ନିଜ ଜୀବନ ଆଉ ଜୀବିକା ସହିତ ପ୍ରତିଟି ମୁହୂର୍ତ୍ତରେ  ସଂଗ୍ରାମ କରି ଚାଲିଛନ୍ତି । ସେମାନେ ରହୁଥିବା ଝୁମ୍ପୁଡି ଘରଗୁଡିକ ଗଲା ୪ ରୁ ୫ ଦିନଧରି ଯେଉଁ ଭଳି ଭାବରେ ଲଗାଣ ଲଘୁଚାପ୍ ଜନିତ ବର୍ଷା , ପବନ ତାଣ୍ଡବ ରଚିଲା । ତାହା ପ୍ରକୋପରେ ଭାଂଗି ଯିବାରୁ । ମେଘ, ପବନ ଦାଉରୁ ନିଜ ପରିବାର ବା ପିଲାଛୁଆଙ୍କୁ ରକ୍ଷା କରିବା ପାଇଁ ଜରୀପାଲ ଓ ଜମି ପଟ୍ଟା ଖଣ୍ଡେ ପାଇଁ ପୌର ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି, ଟାଉନ୍ ଭଗବାନପୁର ଆରାଇ ଏବଂ ତହସିଲଦାରଙ୍କ ପର୍ଯ୍ୟନ୍ତ ବାରମ୍ବାର ଦୌଡି ଦୌଡି ନୟାନ୍ତ ହେବା ପରେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ମିଳୁନି ଜମି ପଟ୍ଟା ଖଣ୍ଡେ କି ଜରୀପାଲ ଖଣ୍ଡେ । ଆଜି ସମସ୍ତେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ଭେଟ ନପାଇବାରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କୁ ଭେଟି ତାଙ୍କର ରହିଥିବା ଦାବିପତ୍ର ଗୁଡିକ ପ୍ରଦାନ କରିଥିବା ଜଣାପଡିଛି  । ଏହି ବିକ୍ଷୋଭ ପ୍ରତିବାଦ୍ ସଭାରେ ଲକ୍ଷ୍ମୀ ଦେଇଙ୍କ ସମେତ ମମତା ଜେନା, ପୁଷ୍ପଲତା ଜେନା, ସୁମିତ୍ରା ଜେନା, ସୁନୀତା ଦଳେଇ, ନୀର ଜେନା, ମନୁ ଜେନା, ବାବାଜୀ ଜେନା, ବିଜୁ ଜେନା, ମିନା ଜେନା, ମିନତୀ ଜେନା ପ୍ରମୁଖ ଶତାଧିକ ଦଳିତ ଲୋକେ ଯୋଗ ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here