ଫରେଷ୍ଟର ଏବଂ ଚାଳକଙ୍କ ଦାଦା ଗିରି

ସୁନ୍ଦରଗଡ ଜିଲ୍ଲା ଧରୁଆଡ଼ିହି  ଥାନା ଅନ୍ତର୍ଗତ ଧାରୁଆଡ଼ିହି କେନ୍ଦୁଲିଭ ଠାରେ ଜଣେ କାର୍ଯ୍ୟ ରତ (ଜଗୁଆଳି)ବୟସ ୫୫ ବର୍ଷୀୟ ଶିଉନନ୍ଦନ ସିଂ ଙ୍କୁ ରାତି ୧୧ ଟା ୩୦ ସମୟରେ ବାଡ ଡେଇଁ କି  ମରଣାନ୍ତକ ଆକ୍ରମଣ। ଏହା ପୁଣି ତାଙ୍କ ଉପରିସ୍ଥ ଅଧିକାରୀ  ଗଡ଼ିଆଯୋର ଫରେଷ୍ଟର ବାବୁଲି ନାଏକ ମହୋଦୟ ଓ ଗାଡି ଚାଳକ ରାଜୁ ନାଏକ । ହେଲେ କଣ ପାଇଁ ଆକ୍ରମଣ କରିଥିଲେ ଏହା ସ୍ପଷ୍ଟ ଜଣା ପଡୁନ ଥିବା ବେଳେ ଶିଉନନ୍ଦନ ସିଂ (ଜଗୁଆଳି) କହିଛନ୍ତି ଯେ କାହିଁକି ବାଡ଼ ଡେଇଁ ଆସୁଛନ୍ତି ଫରେଷ୍ଟର ହୋଇ କି ସାର କହିବାରୁ ଅସଭ୍ୟ ଭାଷା ରେ ଗାଳି କରିବା ସହିତ ଗାଡିଚାଳକ ସାଙ୍ଗରେ  ମରଣାନ୍ତକ ଆକ୍ରମଣ କରିଥିଲେ l ଆମେ କହି ରଖୁଛୁ ଯେ ଅନେକ ସମୟରେ ଧାରୁଆ ଡ଼ିହି କେନ୍ଦୁଲିଭ ଓ ବାମରା କେନ୍ଦୁଲିଭ ରୁ  କେନ୍ଦୁ ପତ୍ର କୋଲକାତାକୁ ଚୋରା ଚାଲାଣ ହେବାର ଘଟଣା ସାମ୍ନାକୁ ଆସିଛି! ଗତ କାଲି ଅର୍ଥାତ ଶନିବାର ଦିନ ରାତି ୧୧ ଟା ୩୦ ସମୟରେ ଗଡ଼ିଆ ଜୋରରୁ ଧରୁଆଡ଼ିହି କେନ୍ଦୁପତ୍ର ଆଣିବା ଏକ ସନ୍ଦେହ ସୃଷ୍ଟି କରୁଛି । କାରଣ ଆଇନ ଅନୁଯାୟୀ ସକାଳ ୬ ଟା ସମୟରୁ ସନ୍ଧ୍ୟା ୬ ସମୟ ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ରହୁଥିବା ବେଳେ। ଏହା ପୁଣି ୧୦ ରୁ ୧୧ କିଲୋମିଟର ହେବ ଗଡ଼ିଆ ଜୋର ରୁ ଧରୁଆଡ଼ିହି ରାସ୍ତାl ଯୋଉ ଗାଡ଼ିରେ କେନ୍ଦୁପତ୍ର ଅଣା ଯାଇଥିଲା । ଗାଡି ନଂ ଟି ହେଲା ଓଡି ୧୬ ଇ ୨୯୯୯ ଯାହା ଏବେ ଧରୁଆଡ଼ିହି ପୋଲିଶ ଥାନାରେ ଅଟକ ରହିଛି ।ତେବେ ଗାଡିର ଫିଟନେସ ୨୭ ଜୁନ ୨୦୨୦ ରେ ଶେଷ ହୋଇ ଯାଇଥିବା ବେଳେ ସରକାରୀ କାର୍ଯ୍ୟରେ ନିଯୁକ୍ତି ରହିବା ଏକ ଦୁର୍ଭାଗ୍ୟର ବିଷୟ ଯଦି କୌଣସି ଦୁର୍ଘଟଣା ଘଟିଥିଲେ ଏହାର ଦାୟୀ କିଏ ହୋଇ ଥାନ୍ତା ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏ ସମ୍ପର୍କରେ ଧାରୁଆଡ଼ିହି ଥାନା ରେ ଶିଉନନ୍ଦନ ସିଂ ଲିଖିତ ଅଭିଯୋଗ କରି ଥିବାବେଳେ ଏ ବିଷୟରେ ଧାରୁଆଡ଼ିହି ପୋଲିଶ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏ ସମ୍ପର୍କରେ ଆମେ କେନ୍ଦୁଲିଭ ର ଉପରିସ୍ଥ ଅଧିକାରୀ ତଥା  ବାମରା  ରେଞ୍ଜର ଙ୍କୁ ପଚାରିବାରୁ ରାତି ୧୧ ଟା ୪୦ ସମୟରେ ମୁଁ ଏ ବିଷୟରେ ସୁଣିଲି କିନ୍ତୁ ମୁଁ ଘଟଣା ସ୍ଥଳରେ ନ ଥିବାରୁ ସଠିକ ତଥ୍ୟ ଦେଇ ପାରିବିନି କହି ଥିଲେ । ଆମେ ଉକ୍ତ ଗଡ଼ିଆଯୋର  ଫୋରେଷ୍ଟର  ଙ୍କର ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଆମକୁ ଖାଇକି ଆସିଲା ପରେ ପ୍ରତିକ୍ରିୟା ଦେବୀ କହିଥିଲେ ହେଲେ ଖାଇ କି ଆସିଲା ପରେ ମଧ୍ୟ କିଛି ପ୍ରତିକ୍ରିୟା ଦେଇ ନ ଥିଲେ । ତେବେ ଦେଖି ବାକୁ ବାକି ରହିଲା ଶିଉନନ୍ଦମ ସିଂ ଙ୍କୁ କେବେ  ନ୍ୟାୟ ମିଳୁଛି ଓ ଫରେଷ୍ଟର ଓ ଗାଡିଚାଳକ ବିରୋଧରେ ପୋଲିଶ  କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here