ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ସାମାଜିକ କର୍ମୀ ଓ ସଦସ୍ୟ ଏବଂ ସଦସ୍ୟାଙ୍କ ଧାରଣା ଏବଂ ଅନଶନ ।

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାର ବିଭିନ୍ନ ସାମାଜିକ ଅନୁଷ୍ଠାନ ବା ସଂଗଠନର କର୍ମୀ ଓ ସଦସ୍ୟ ଏବଂ ସଦସ୍ୟା ମାନେ ଧାରଣା ଓ ଅନଶନରେ ବସିବା ସହିତ ସେମାନଙ୍କର ମୁଖ୍ୟ ଅଭିଯୋଗ ଗୁଡିକଥିଲା ଯେ-ସ୍ୱାଧିନତାର ଦୀର୍ଘ ୭୪ବର୍ଷ ପରେ ମଧ୍ୟ ଆମ ଜିଲ୍ଲାବାସୀ ସରକାରଙ୍କଠାରୁ ବିଭିନ୍ନ ମୌଳିକ ସୁବିଧା,ସୁଯୋଗରୁ ବଞ୍ଚିତ ହୋଇ ଆସୁଛନ୍ତି । ସେଥି ମଧ୍ୟରୁ ସ୍ୱାସ୍ଥ୍ୟ ସେବା ଅନ୍ୟତମ ବା ଏକ ମୂଖ୍ୟ ସମସ୍ୟା ବୋଲି ଅନଶନ କାରୀମାନେ ଦାବିରଖି କହିଥିଲେ । ବିଶେଷକରି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଡାକ୍ତର ମାନଙ୍କର ଘୋର ଅଭାବ ପରିଲକ୍ଷିତ ହେଉଛି । ଡାକ୍ତର ମାନଙ୍କର ଅଭାବ ହେତୁ ଦୂର ଦୂରାନ୍ତରୁ ହସପିଟାଲକୁ ଆସୁଥିବା ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେତିକି ଡାକ୍ତର ଜିଲ୍ଲାରେ ନିଯୁକ୍ତି ପାଇଛନ୍ତି ତନ୍ମଧ୍ୟରୁ ମାତ୍ର ୭୨ଜଣ ଡାକ୍ତର ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି । କିନ୍ତୁ ଆଉ ଅବଶିଷ୍ଟ ଡାକ୍ତର ମାନଙ୍କର କୌଣସି ପତା ମିଳୁନାହିଁ । ଯାହା ଫଳରେ ଅଧିକାଂଶ ସମୟରେ ରୋଗୀ ସେବାରେ ବ୍ୟାଘାତ୍ ଘଟୁଛି  । ସରକାରୀ ଡାକ୍ତର ମାନେ ନିଜ ନିଜ ଡିଉଟି ଛାଡି ଅଧିକାଂଶ ସମୟରେ ନିଜ ଘରେ ଖୋଲିଥିବା  ପ୍ରାଇଭେଟ୍ କ୍ଲିନିକରେ ପ୍ରାକ୍ଟିସ୍ କରି ଲକ୍ଷ ଲକ୍ଷ ଟଙ୍କା ଶୋଷିନେଉଛନ୍ତି ଏବଂ ଦଲାଲ୍ ମାନଙ୍କ ସାହାଯ୍ୟରେ ରୋଗୀମାନଙ୍କୁ ବହୁ ସମୟରେ ଶୋଷଣ କରୁଥିବାରୁ ଜିଲ୍ଲାର କୋଣ ଅନୁକୋଣରେ ମେଡିକାଲକୁ ଆସୁଥିବା ରୋଗୀମାନେ ଅଧିକାଂଶ ସମୟରେ ଶୋଷଣର ଶୀକାର ହେଉଥିବା ବୁଦ୍ଧିଜିବୀ ମହଲରେ ମଧ୍ୟ ମୂଖ୍ୟ ଆଲୋଚ୍ୟର ବିଷୟ ପାଲଟିଛି । ଆଇସିୟୁର ବ୍ୟବସ୍ଥା ଏବଂ ଉର୍ଣ୍ନତ ମାନର ଯନ୍ତ୍ରପାତି ଓ ନୂର୍ତନ ଜ୍ଞାନ କୌଶଳ ପଦ୍ଧତିରେ ହସପିଟାଲକୁ ଆସୁଥିବା ରୋଗୀମାନଙ୍କୁ ଚିକିତ୍ସା ଯୋଗାଇଦେବା । ଅଲଟ୍ରାସାଉଣ୍ଡ,ଇଣ୍ଡୋସ୍କୋପି,ଇସିଜି,ଏକ୍ସ୍ରେ,ଇଇଜି ଓ ସିଟି ସ୍କାନ୍ ଓ ଏମ୍ ଆର୍ ଆଇ ଭଳି ଯନ୍ତ୍ରପାତି ହସପିଟାଲ୍ ପରିସରରେ ରଖି ରାଜ୍ୟ ସରକାର ରୋଗୀମାନଙ୍କୁ ସେବା ଯୋଗାଇ ଦେବା ଏବଂ କଟକ ବଡ ଡାକ୍ତରଖାନାକୁ ଛୋଟ ମୋଟ ଘଟ୍ଟଣାରେ ବାରମ୍ବାର ଡାକ୍ତର ମାନେ ରୋଗୀମାନଙ୍କୁ ରେଫର ନକରି ଏହିଠାରେ ରଖି ରୋଗୀମାନଙ୍କୁ ଚିକିତ୍ସା କରାଇବା ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କୁ ଅନଶନ କାରୀମାନେ ତାଙ୍କ ଦାବି ଗୁଡିକ ପ୍ରଦାନ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here