ପର୍ଯ୍ୟଟନ ଦିବସରେ ଭୁନେଶ୍ବରଠାରୁ କୋଣାର୍କ ଗଡିଲା “ମୋ ବସ୍”

ପୁରୀ/କୋଣାର୍କ (ସମୟ ରଞ୍ଜନ ସାହୁ) : ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଆଜି ଠାରୁ ପ୍ରଥମ୍ ଥର କରି ଭୁନେଶ୍ଵରଠାରୁ କୋଣାର୍କ କୁ ଗଡିଲା ମୋ ବସ । ଯାହା ଆଜି ସକାଳ ୭.୪୦ରେ ଭୁବନେଶ୍ୱର ରୁ ବାହାରି ସକାଳ ୧୦ ଘଟିକାରେ କୋଣାର୍କରେ ପହଞ୍ଚି ଥିଲା। କୋଣାର୍କ ଅଞଚଳବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ଆଜି ବାସ୍ତବର ରୂପ ନେଇଛି। ଆଜିଠାରୁ ରୁଟ ନମ୍ବର ୭୦ରେ ଭୁବନେଶ୍ୱର ଠାରୁ କୋଣାର୍କ କୁ ଗଡ଼ିଛି ମୋ ବସ।ଯାହା ପ୍ରଥମ ଦିନରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ ବାହାରିଥିଲା। ଦୈନିକ ୨ ଟି ବସ କିଛି ସମୟ ବ୍ୟବଧାନରେ କୋଣାର୍କ କୁ ଯାତ୍ରୀ ନେବା ଓ ଆଣିବା କରିବା ଦ୍ଵାରା କୋଣାର୍କ କୁ ପ୍ରତ୍ୟେକ ଦିନ ଆସୁଥିବା ପର୍ଯ୍ୟଟକ ମାନେ ସୁବିଧାରେ ଓ ସୁରକ୍ଷିତ ଭାବେ କୋଣାର୍କ କୁ ଯିବା ଆସିବା କରି ପାରିବେ।ଏହା ଦ୍ଵାରା କୋଣାର୍କ କୁ ଏକ ସ୍ଵତନ୍ତ୍ର ପରିଚୟ ମିଳିପାରିବ।

ଏହି ବସ ଗୁଡିକ ରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ମାଗଣା wifi ସହ କ୍ୱାରକୋଡ଼ ସ୍କାନ ମାଧ୍ୟମରେ ବସ ଯାତ୍ରା ର ନିର୍ଧାରଣ ହୋଇଥିବା ଦେୟ ୬୦ ଟଙ୍କା ପୈଠ ନିମନ୍ତେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହା ସହ ଯାତ୍ରୀଙ୍କ ବସ ଯାତ୍ରା ପୂର୍ବରୁ ଥର୍ମାଲ ସ୍କାନ ସହ ସାନିଟାଇଜର ବ୍ୟବହାର କରିବା ନିମନ୍ତେ ସୁବିଧା କରାଯାଇଛି ଏହା ସହ ବିନା ମାସ୍କ ରେ ଯାତ୍ରୀ ମାନେ ବସ ଯାତ୍ରା କରିପାରିବେ ନାହିଁ ବୋଲି ମଧ୍ୟ ସୂଚନା ଦିଆଯାଇଛି। କୋଣାର୍କ କୁ ସରକାରଙ୍କ ପକ୍ଷରୁ ଏପରି ସୁବିଧା ଯୋଗାଇ ଦେଇଥିବାରୁ କୋଣାର୍କ ଅଞ୍ଚଳ ବାସୀଙ୍କ ମନରେ ନୂଆ ଆଶା ବସା ବାନ୍ଧିଚି। ଯାହା ବିଗତ ଅନେକ ଦଶନ୍ଧି ଧରି କୋଣାର୍କର ବିକାଶର ସ୍ଵପ୍ନ ଦେଖିଥିବା ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି। ସେପଟେ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଥିବାରୁ ପର୍ଯ୍ୟଟକ ଓ ପର୍ଯ୍ୟଟନ ଉଭୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here