୧୫୦ ରୁ ୨୦୦ ଗାଇ ଚଲାଇ ଚଲାଇ ନେଉଥିବା ବେଳେ ଧରାପଡିଲେ ବଜରଙ୍ଗ ଦଳ ହାତରେ , ସବୁ ଗାଇଙ୍କ ଖୁରାରେ ଲୁହା ନାଲ ବିଦ୍ଧ କରାଯାଇଛି

ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ଥାନା ଦେଇ ୧୫୦ ରୁ ୨୦୦ ଗାଇ ଚଲାଇ ଚଲାଇ ନେଉଥିବା ବେଳେ ଗ୍ରାମବାସୀଙ୍କ ସହ ବଜରଙ୍ଗ ଦଳ ହାତରେ ଧରାପଡିଥିଲେ । ତେବେ ଗାଇ ମାନଙ୍କୁ ନେଉଥିବା ଲୋକେ ଗ୍ରାମବାସୀ ଓ ବଜରଙ୍ଗ ଦଳର ଯୁବକ ମାନଙ୍କୁ ଦେଖି ଅନ୍ୟୁନ ୧୫ ରୁ ୨୦ ଲୋକ ଦୌଡି ପଳାଇ ଥିଲେ । ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହି ଯେ ପ୍ରତ୍ୟେକ ଗାଇର ଗୋଡର ଖୁରାରେ ଲୁହା ନାଲ ବିଦ୍ଧ କରାଯାଇଛି । ଯାହା ଆଇନ ବିରୁଦ୍ଧ ଅଟେ । ଏହା କ୍ବାରେଲଟି ଟୁ ଆନିମଲ ଆକ୍ଟରେ ମାମଲା ରୁଜୁ ହୋଇ ଧରା ପଡିଥିବା ଚୋରା ଗାଇ ମାନଙ୍କୁ ଗୋଶାଳାରେ ରଖାଯିବା ସହ ଯେଉଁ ମାନେ ଏହି କାର୍ଯ୍ୟରେ ସଂପୃକ୍ତ ଥିଲେ ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୂଷ୍ଠାନ ଗ୍ରହଣ କରାଯିବା ଉଚିତ । ବଜରଙ୍ଗ ଦଳର ପ୍ରୟାସ ଓ ଗ୍ରାମବାସୀଙ୍କ ସହଯୋଗରେ ୧୫୦ ରୁ ୨୦୦ ଗୋ ମାତାଙ୍କର ଜୀବନ ବଞ୍ଚି ଯାଇଛି । ଏ ବାବଦରେ ବଜରଙ୍ଗ ଦଳ ତରଫରୁ ରାଏବଗା ଥାନାରେ ଏକ ଲିଖିତ ଅଭିଯୋଗ ହୋଇପାରେ ବୋଲି ସୂଚନା ମିଳିଛି । ତେବେ ଆଜି ଏକ ଛୋଟ ପ୍ରୟାସ ଯୋଗୁ ଏତେ ଏତେ ଗୋ ମାତାଙ୍କର ଜୀବନ ବଞ୍ଚାଇ ଥବାରୁ ବୁଦ୍ଧିଜୀବି ମହଲ ତାଙ୍କୁ ସାଧୁବାଦ ଜଣାଇଛି । ଆଗକୁ ଏଭଳି ପ୍ରୟାସ ଜାରି ରହିବ ବୋଲି ବଜରଙ୍ଗ ଦଳର ମୁଖ୍ୟ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here