ମନରେଗାରେ ମନମାନୀ, ଲୋକଙ୍କ ଜୀବିକା ଲୁଟୁଛି ମେସିନ, ଠିକାଦାର ମାଲାମାଲ

ଡାବୁଗାଁ, ୨୭/୯ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଏଠି ବାଟବଣା ହୋଇପଡିଛି |ଲୋକଙ୍କୁ ଜୀବିକା ଯୋଗାଇ ଦେବା ପରିବର୍ତ୍ତେ ବିକାଶ ନାଁ ରେ କୋଭିଡ ଭଳି ପରିସ୍ଥିତି ରେ ଲୋକଙ୍କୁ ଭୁଆଁ ବୁଲାଉ ଥିବା ଦେଖିବାକୁ ମିଳିଛି |ପ୍ରଶାସନ ଆଗରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ର ସହଯୋଗ ମିଳୁନଥିବା କହିଛନ୍ତି ଗ୍ରାମବାସୀ |ଏଭଳି ଘଟଣା ସାମ୍ନାକୁ ଆସିଛି ଝରିଗାଁ ବ୍ଲକ ପାଲିଆ ଗ୍ରାମପଞ୍ଚାୟତ ଠାରେ | ଯାହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି |ପାଲିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାମସା ଗ୍ରାମ ସ୍କୁଲ ଠାରେ ରାସ୍ତାକଡ଼ ନାଳ ମେସିନ ଦ୍ୱାରା ଖୋଳା ଯାଉଥିବା ବେଳେ କାମରେ ଫଳକ ଟିଏ ମଧ୍ୟ ନାହିଁ |ମନରେଗାରେ ଗାଁ ମେଟ ର ତତ୍ୱାବଧାନରେ କାର୍ଯ୍ୟ କରାଯିବା କଥା କିନ୍ତୁ ଉକ୍ତ କାମ ବିଷୟରେ ନା ମେଟ ଜାଣିଛନ୍ତି ନା ୱାର୍ଡସଭ୍ୟ |ତେବେ ଏହି କାମ ଲାଗି (ଲେ ଆଉଟ )ଦେଲା କିଏ? କାର୍ଯ୍ୟସ୍ଥଳରେ ପାନୀୟ ଜଳ, ଛାମୁଣ୍ଡିଆ ଏବଂ ପ୍ରାଥମିକ ଚିକିତ୍ସା ଲାଗି ଔଷଧ ର ବ୍ୟବସ୍ଥା କରାଯିବା କଥା କିନ୍ତୁ ଯେଉଁଠି ଜେ ସି ବି କାମ କରୁଛି ସେଇଠି ଏସବୁ ର ଆବଶ୍ୟକତା କାହାପାଇଁ |ଗୋଟେ ପଟେ ସରକାରୀ କାମ ଖଣ୍ଡେ ନ ପାଇ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଥିବା ବେଳେ, ବର୍ତ୍ତମାନ କାଭିଡ ଲାଗି ଲୋକେ ଘରେ ବେ ରୋଜଗାରୀ ହଇ ବସିଛନ୍ତି |ଲୋକଙ୍କୁ ଜୀବିକା ଯୋଗାଇ ଦେବାଲାଗି ଉଦ୍ଦିଷ୍ଟ ଯୋଜନା ଯଦି ଫେଲ ମାରିବ ତେବେ ପ୍ରଶାସନ ର ଭୂମିକା କଣ? ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ସମ୍ପୂର୍ଣ ଅବ୍ୟବସ୍ଥା ହେଉଥିବା ବେଳେ, ଏ ସମ୍ପର୍କ ରେ ଗ୍ରାମରୋଜଗାର ସେବକ କିମ୍ବା ସ୍ଥାନୀୟ ପି ଇ ଓ ଙ୍କୁ ପଚାରିଲେ ଏ ସମ୍ପର୍କ ରେ କିଛି ଜାଣିନଥିବା କହିଛନ୍ତି |ଯେତେବେଳେ ଦୁର୍ନୀତି ଲୋକଲୋଚନକୁ ଆସିଯାଉଛି ସେତେବେଳେ ସବୁ ଅଧିକାରୀ କିଛି ଜାଣି ନ ଥିବା କହି ନିଜ ଉପରୁ ଦୋଷ କାଢିନେଉଥିବା ସାଧାରଣ କଥା ହୋଇଯାଇଛି |ତେବେ ଏହି କାମ କାହା ତତ୍ତ୍ୱାବଧାନରେ ଚାଲିଛି ଏବଂ ଏହାର ଲେଆଉଟ ଦେଲା କିଏ ଏ ନେଇ ସାଧାରଣରେ ନିନ୍ଦା କରାଯାଉଛି ।

ପ୍ରଜ୍ଞା ରଞ୍ଜନ ପରିଡ଼ା, ଡାବୁଗାଁ, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here