ରାଜଗାଙ୍ଗପୁର ବିଧାୟକ କୋଭିଡ ୧୯ ନୀୟମକୁ ସଂପୂର୍ଣ୍ଣ ବେଖାତିର କରି ସମସ୍ତ ସଭା ସମିତିର ଯୋଗ ଦେଉଛନ୍ତି I

ରାଜଗାଙ୍ଗପୁର: ରାଜ୍ୟ ଓ କେନ୍ଦ୍ର ସରକାର କୋଭିଡ–୧୯ ନୀୟମ ପ୍ରତି ସଜାଗ ରହିବା ସହିତ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଯଥା ସାଧ୍ୟମତେ ବିଭିନ୍ନ ପ୍ରକାର ବ୍ୟବସ୍ତା କରୁଛନ୍ତି । ହେଲେ ନେତାଙ୍କୁ କହିବ କିଏ । ଆଜ୍ଞା ପାଠ କହୁଛି ବଡ ଲୋକକୁ ଉତ୍ତର ନାହିଁ । ହେଲେ ଆଜ୍ଞା ଶାସକ ନିଜେ ଯଦି ଭୂଲ କରିବେ ତେବେ ଜନତା ପରା ଡବଲ ଭୂଲ ପାଇଁ ରେଡି ହେଇକି ଅଛି । ତେବେ ଯାହା କଡା କଡି ନୀୟମ କ ‘ ଣ ଖାଲି ଜନତା ଜନାର୍ଦ୍ଦନ ପାଇଁ । ନେତାଙ୍କୁ ଚାରି ଖୁଣ୍ଟ ମାଫ । ରାଜଗାଙ୍ଗପୁର ବିଧାୟକଙ୍କ କୋଭିଡ ୧୯ ନୀୟମକୁ ସଂପୂର୍ଣ୍ଣ ବେଖାତିର କରିଥିବା ଏକ ନଗ୍ନ ନମୂନା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ କନ୍ଦିଆମୁଣ୍ଡା ପଞ୍ଚାୟେତ ଅଞ୍ଚଳରେ । ଏଠାରେ ଏକ ସଭାକୁ ଆସିଥିବା ମାନ୍ୟବର ରାଜଗାଙ୍ଗପୁର ବିଧାୟକ ଜଣେ ଡାକ୍ତର ହୋଇବି ବିନା ମାସ୍କରେ ସଭା ସମିତିରେ ଯୋଗ ଦେଉଥିବା ବେଳେ ଉକ୍ତ ସ୍ଥାନରେ ସାମାଜିକ ଦୂରତାକୁ ପଚାରେ କିଏ ? ଆପଣ ମାନେ ଏହି ଫଟୋ ଗୁଡିକୁ ଦେଖିଲେ ଯାଣି ପାରିବେ ଜଣେ ବିଧାୟକ ସହିତ ପେସାରେ ଜଣେ ଡାକ୍ତର କିଭଳି ଭାବେ ସରକାରଙ୍କର ସମସ୍ତ ନୀୟମକୁ ସଂପୂର୍ଣ୍ଣ ଭାବେ ବେଖାତିର କରି ନିଜର କାର୍ଯ୍ୟକ୍ରମ ଚଳାଇଛନ୍ତି । ଏପଟେ ମୁନିସିପାଲିଟି ସଚେତନତାର ବାର୍ତ୍ତା ପ୍ରଦାନ କରୁଥିବା ବେଳେ ପୋଲିଶ ପ୍ରଶାସନ ବିନା ମାସ୍କ ବାଲାଙ୍କଠାରୁ ଫାଇନ ଅସୁଲ କରୁଛନ୍ତି । ହେଲେ ବିଧାୟକ ମହୋଦୟ ଏବଂ ତାଙ୍କର ସହଯୋଗୀଙ୍କ ସମେତ କେହି ମାସ୍କ ପିନ୍ଧି ନାହାଁନ୍ତି କି ସାମାଜିକ ଦୂରତା ପାଇଁ ଧ୍ୟାନ ମଧ୍ୟ ଦେଉ ନାହାଁନ୍ତି । ତେବେ ବିଧାୟକ ମହୋଦୟ ଯଦି ଏଭଳି କାର୍ଯ୍ୟ କରୁଛନ୍ତି ତେବେ ଜନସାଧାରଣଙ୍କ ପାଇଁ ବିଭିନ୍ନ ନୀୟମର ଆଳ ଦେଖାଇ ପ୍ରତିବନ୍ଧକର ପାଚେରୀ ଛିଡା କରାଯାଉଛି ଏହାର ଜବାବ କିଏ ଦେବେ ଜିଲ୍ଲା ପ୍ରଶାସନ ନା ରାଜ୍ୟ ସରକାର । ଆଜ୍ଞା କଥାରେ ଅଛି ପରା ମତେ ଯେତେ ମାଠିବୁ ମାଠ ମୁଁ ସେଇ ଦରପୋଡା କାଠ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here