ମାଲଗୋଦାମ ଗୁଳି କାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ସମେତ ୮ ଗିରଫ, ତଦନ୍ତ ଜାରି

ମାଲଗୋଦାମ ଅଞ୍ଚଳରେ ଗତକାଲି ରାତିରେ ହୋଇ ଥିବା ଗୁଳି କାଣ୍ଡ ଓ ଖଣ୍ଡା ମାଡ଼ ଘଟଣାରେ ଉଦିତ ନଗର ଥାନା ପୋଲିସ ଉଭୟ ଗୋଷ୍ଟି ର ୮ ଜଣ ଙ୍କୁ ଗିରଫ କରି କୋଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ମହମ୍ଦଦ ପରବେଜ ମଧ୍ୟ ଗିରଫ ହୋଇଛି। ତା ଠାରୁ ଦେଶୀ ପିସ୍ତଲ ଜବତ କରିଛି ପୋଲିଶ।

ଅନ୍ୟ ପଟେ ଗୋଟେ ଗୋଷ୍ଟି ର ମହିଳା ମହିଳା ମାନେ ଆଜି ଥାନା ଘେରାଉ କରି ନିର୍ଦ୍ଦୋଷ ମାନକୁଁ ଗିରଫ କରାଯାଇଥିବା ଅଭିଯୋଗ କରି ଥିଲେ। ସେମାନଙ୍କ ତୁରନ୍ତ ଛାଡ଼ିବାକୁ ଦାବି କରି ଥିଲେ। ଉକ୍ତ ଘଟଣା କଣ୍ ପାଇଁ ଘଟିଛି ତାହା ବର୍ତ୍ତମାନ ଯାଏଁ ସ୍ପଷ୍ଟ ହୋଇ ପାରିନି। କିଏ କହୁଛି ଜୁଆ ଖେଳ କୁ ନେଇ ହେଇଛି ତ ଆଉ କିଏ କହୁଛି ଛୋଟ ପିଲାଙ୍କ ଝଗଡ଼ା କୁ ନେଇ ହୋଇଛି। ପୋଲିଶ ଅଧିକ ତଦନ୍ତ ଜାରି ରଖି ଥିବା ବେଳେ ଘଟଣା ସ୍ଥଳରେ ପୋଲିଶ ଫୋର୍ସ ମୁତୟନ କରାଯାଇଛି ବୋଲି  ଡିଏସପି ଅସୀମ ପଣ୍ଡା କହିଛନ୍ତି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here