ଗଣ ଦୁଷ୍କର୍ମ ଘଟଣାର ପର୍ଦାଫାସ , ୩ ଗିରଫ , ୨ ବଲେରୋ ଜବତ I

ରାଉରକେଲା: ବହୁ ଚର୍ଚ୍ଚିତ ଗଣ ଦୁଷ୍କର୍ମ ଘଟଣାରେ ବଡ ସଫଳତା ମିଳିଛି ରାଉରକେଲା ପୋଲିଶକୁ । ଜନୈକା ଗ୍ରାମିଣ ଝିଅକୁ ଅପହରଣ କରିଆଣି ରାଉରକେଲା ସ୍ଥିତ ସେକ୍ଟର–୧୩ ଅନ୍ତର୍ଗତ ଓମଫେଡ ଫେକ୍ଟ୍ରିର ନିଛାଟିଆ ରାସ୍ତାରେ ରାତି ତମାମ ଗଣ ଦୁଷ୍କର୍ମ କରିଥିବା ୩ ଅଭିଯୁକ୍ତ ଗିରଫ । ବିବାହିତ ପ୍ରେମିକ ନାମରେ ମଧ୍ୟ ମାମଲା ରୁଜୁ କଲା ପୋଲିଶ । ଅଭିଯୁକ୍ତ ପ୍ରମିକ ପ୍ରବର ଏବେ ଗିରଫ ହେବାର ବାକି ରହିଛି । ଘଟଣା ଦିନ ପ୍ରେମିକ ରାତି ୮ ଟାରୁ ଝିଅକୁ ନେଇ ଦୁଷ୍କର୍ମ ଅଭିଳାଷାରେ ବାଇକରେ ଗୁରୁଣ୍ଡିଆ ଅଞ୍ଚଳରେ ବୁଲାଉଥିଲା । ଏହି ସମୟରେ ଗୁରୁଣ୍ଡିଆ ଦେଇ ଯାଉଥିବା ଗୋଟିଏ ବଲେରୋ ସହ ଧକ୍କା ହୋଇଥିଲା । ଗିରଫ ହୋଇଥିବା ୩ ଜଣ ଯୁବକ ଚୋରା ବଲେରୋରେ ବିଭିନ୍ନ ଆଡେ ବୁଲି ଗୁରୁଣ୍ଡିଆ ଦେଇ ଆସୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାରେ ପ୍ରେମିକ ଓ ପୀଡିତା ତଳେ ପଡିଯିବା ବେଳେ ପ୍ରେମିକକୁ ଗୁରୁତର ଅବସ୍ଥାରେ ଛାଡି ପୀଡିତାକୁ ଅପହରଣ କରି ନେଇଥିଲେ । ପୀଡିତାକୁ ଇଛା ବିରୁଦ୍ଧରେ ବଲେରୋରେ ଦୁଷ୍କର୍ମ କରିବା ସହ କଲୁଙ୍ଗା ବାଟ ଦେଇ ରାଉରକେଲା ଆଣି ଏରୋଡ୍ରାମ ପାଖ ଓମଫେଡ ଫେକ୍ଟ୍ରିର ନିଛାଟିଆ ରାସ୍ତାରେ ମୁଖାପିନ୍ଧି ତିନି ଅଭିଯୁକ୍ତ ଗଣ ଦୁଷ୍କର୍ମ କରି ଭୋର ସମୟରେ ଲୋକେ ଚାଲିବାକୁ ଆସିବା ସମୟରେ ପୀଡିତାକୁ ଛାଡି ଫେରାର ହୋଇ ଯାଇଥିଲେ । ପୀଡିକୁ ଦେଖି ସ୍ଥାନୀୟ ଲୋକେ ପୋଲିଶକୁ ସୂଚନା ଦେଇଥିଲେ । ତିନି ଅଭିଯୁକ୍ତ ରାଉରକେଲା ସ୍ଥିତ ନାଲାରୋଡ ନିବାସୀ ସରଫରାଜ , ହୀରା ଓ ପପ୍ପୁ ବୋଲି ଜଣାପଡିଛି । ଛେଣ୍ଡ ପାଖରେ ଘଟଣା ଘଟିଥିବାରୁ ପୀଡିତା ଛେଣ୍ଡ ଥାନାରେ ମାମଲା ରୁଜୁ କରିଥିଲେ ତିନି ଅଭିଯୁକ୍ତଙ୍କ ନାମରେ । ପୋଲିଶ ହୀରାକୁ ମୁଖ୍ୟ ଆରୋପି ଭାବେ ବିବେଚନା କରି ତା ଠାରୁ ଚୋରା ଗାଡି କିଣିଥିବା ଲୋକଙ୍କୁ ମଧ୍ୟ ଖୋଜୁଛି । ପୀଡିତାଙ୍କ ଅପହରଣ ଓ ଗଣ ଦୁଷ୍କର୍ମ ବେଳେ ବ୍ୟବହାର ହୋଇଥିବା ୨ ଟି ବଲେରୋ , ୩ ଟି ମୋବାଇଲ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୋଲିଶ ଜବର କରିଛି ।

ଗତ ୧୫ ତାରିଖର ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଅତିଶୀଘ୍ର ଅଭିଯୁକ୍ତ ମାନଙ୍କୁ ଧରିବା ନେଇ ରାଜନୈତିକ ଦଳର ମହିଳା ମୋର୍ଚ୍ଚା ଆନ୍ଦୋଳନ ସହ ରାଲି ମଧ୍ୟ କରିଥିଲେ । ପୋଲିଶ ପାଇଁ ଏହା ଏକ ବଡ ଚେଲେଞ୍ଜ ରୂପେ ସାଜିଥିଲା । ତେବେ ମୁଖା ପିନ୍ଧି ଗ୍ରାମିଣ ଝିଅକୁ ଅପହରଣ କରିଆଣି ଗଣ ଦୁଷ୍କର୍ମକ କରିଥିବା ଯୁବକଙ୍କୁ ଧରିବା ଏତେ ସହଜ ନ ଥିଲା । ରାଉରକେଲା ଏସପି କେ ଶିବା ସୁବ୍ରମଣି ଟାଣୁଆ ଯୁବ ପୋଲିଶ ଅଧିକାରୀଙ୍କ ଏକ ଦଳ ଗଠନ କରିଥିଲେ ଏବଂ ଏପରି ଏକ ଦୃଢ ଚେଲେଞ୍ଝକୁ ସାମନା କରି ଗୋଟିଏ ସପ୍ତାହ ମଧ୍ୟରେ ୨ ଟି ବଲେରୋ ସହ ୩ ଅଭିଯୁକ୍ତଙ୍କୁ ଖୋଜି ଗିରଫ କରିଥିବାରୁ ସେମାନଙ୍କୁ ସବୁ ମହଲରୁ ଅଭିନନ୍ଦନ ଜଣାରାଉଛି । ରାଉରକେଲା ଏସପି ଚେଣ୍ଡ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here