ଭୂବନେଶ୍ୱରରୁ କିଣ୍ଡାପ୍ ହୋଇଥିବା ଯୁବକର ରସ୍ୟାବଳିକୁ ଏକ ପ୍ରେସ୍ ମିଟ୍ ଜରିଆରେ ପର୍ଦ୍ଦାଫାସ୍ କଲେ ଆରକ୍ଷୀ ଅଧିକ୍ଷକ

କେନ୍ଦ୍ରାପଡା :ଗତକାଲି ଭୁବନେଶ୍ବର ରେଳଷ୍ଟେସନରୁ ଏକ ଭଡାଗାଡିରେ କେନ୍ଦ୍ରାପଡା ଯିବେ କହି ୩ହଜାର ଟଙ୍କାରେ ଭଡା ଛିଣ୍ଡାଇ କେନ୍ଦ୍ରାପଡା ଅଭିମୂଖେ ବାହାରିଥିଲେ ୪ଜଣ ଯୁବକ । ବାଟରେ ନିଛାଟିଆ ଯାଗାଦେଖି କାରଚାଳକ ମୁଣ୍ଡରେ ବନ୍ଧୁକ ଲଗାଇ ଗାଡି ଡ୍ରାଇଭରକୁ ମାଡ ମାରିବା ସହିତ ତାର ହାମଗୋଡ ବାନ୍ଧି ନୀଷା ଇଞେକସନ୍ ଦେଇ ବେହୋସ୍ କରିବା ପରେ କାର ଡିକିରେ ପୁରାଇ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବଜାର ମଧ୍ୟ ଦେଇ ଯିବା ସମୟରେ ଏକ ଟେମ୍ପୁକୁ ଧକାଦେବା ଫଳରେ ଗାଡିର ଡିକି ଖୋଲିଯାଇଥିଲା ଏବଂ ଥାନା ପାଖରେ କିଣ୍ଡାପ୍ ଡ୍ରାଇଭରଟି ତଳେ ଗଳି ପଡିଥିଲା । ଯାହାଫଳରେ ଗାଡିରେ ଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରୁ ପୋଲିସ ଜଣକୁ କାବୁ କରିବା ସହିତ ଅନ୍ୟ କିଣ୍ଡାପର ମାନେ ପୋଲିସ୍ ଆଖିରେ ଧୂଳିଦେଇ ଖସିଯିବାକୁ ଚେଷ୍ଟାକରି ବାଟନପାଇ ବଂଗାଳଦିଆ ପାଟ୍ଟରେଥିବା ଖରୀ ବଣମଧ୍ୟରେ ପଶି ଲୁଚିଥିବା ବେଳେ । ପଟ୍ଟାମୁଣ୍ଡାଇ ଥାନା ପୋଲିସ ଓ ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ଅଭିଯୁକ୍ତ ମାନଙ୍କୁ ଧରିବା ସହିତ ସେମାନଙ୍କଠାରୁ କିଛି ଟଙ୍କା, ମୋବାଇଲ୍ ଫୋନ୍ ଏବଂ ଗୋଟେ ବନ୍ଧୁକ ଜବତ୍ କରିବା ସହିତ ସମସ୍ତ ଆସାମୀମାନଙ୍କୁ ଥାନା ହାଜତରେ ରଖି ପଚରା ଉଚ୍ଚରା କରିବା ପରେ ଗାଡି ମାଲିକର ଘର କଟକ ହୋଇଥିବା ବେଳେ,ଗାଡି ମାଲିକ ଖବର ପାଇ ପଟ୍ଟାମୁଣ୍ଡାଇ ଥାନାରେ ତତକ୍ଷଣତଃ ପହଞ୍ଚି ତାଙ୍କ ଗାଡି ଓ ଡ୍ରାଇଭର ଉଭୟଙ୍କୁ ଚିହ୍ନଟ କରିଥିବା ଜଣାପଡିଛି । ଆଜି କେନ୍ଦ୍ରାପଡା ଏସପି ନିତୀଶେଖର ଏକ ପ୍ରେସ୍ ମିଟ୍ ରେ ଗଣମାଧ୍ୟମ ଆଗରେ ସୂଚନା ପ୍ରଦାନ କରି କହିଛନ୍ତି ଯେ-ଡକାୟତ୍ ମାନେ ଯୋଯନା ମୁତାବକ କେନ୍ଦ୍ରାପଡାରେ ଏକ ବଡ ଧରଣର ଡକାୟତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ ଉକ୍ତ ଡ୍ରାଇଭରକୁ ମଧ୍ୟ ବାଟରେ ହତ୍ୟାକରି ଗାଡି ନେଇ ଫେରାର ହେବାପାଇଁ ମଧ୍ୟ ଯୋଯନା କରିଥିଲେ ବୋଲି ପୋଲିସ ଆଗରେ ସ୍ୱିକାର କରିଛନ୍ତି ବୋଲି ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here