ଅଭିନବ ଉପାୟରେ ଦିନ ବେଳେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ

ରାଉରକେଲା ସ୍ଥିତ ବରୋଦା ବେଙ୍କ ବାହାରେ ଜନୈକା ମହିଳାଙ୍କୁ ଠକି ଚାରିଜଣ ଡକାୟତ ଦୁଇ ଲକ୍ଷରୁ ଅଧିକ ସୁନା ଚେନ୍ ଏବଂ ମଙ୍ଗଲସୁତ୍ର ନେଇ ଫେରାର ହୋଇଯାଇଛନ୍ତି । ପ୍ଲାଣ୍ଟସାଇଟ ଓ ଉଦିତନଗର ଥାନା ମଝିରେ ଥିବା ବରୋଦା ବ୍ୟାଙ୍କ ଗଳିରେ ମହିଳା ଜଣକ ମାର୍କେଟିଙ୍ଗ ପାଇଁ ଯାଉଥିବା ବେଳେ ଚାରିଜଣ ଅଜଣା ଦୁର୍ବୁର୍ତ୍ତ  ଜନୈକା ମହିଳାଙ୍କଠାରୁ ନିଆରା ଢଙ୍ଗରେ ବରୋଦା ବ୍ୟାଙ୍କର ପ୍ରବେଶ ଦ୍ୱାରରୁ ଲୁଟି ନେଇଥିଲେ ସୁନା ଗହଣା ସହ ମଙ୍ଗଲସୁତ୍ର । ଏ ବାବଦରେ ଉଦିତନଗର ପୋଲିଶ ଷ୍ଟେସନକୁ ସୂଚନା ଦେଇଥିଲେ।  ଉଦିତନଗର ପୋଲିଶ ଓ ପ୍ଲାଣ୍ଟସାଇଟ ପୋଲିଶ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ମଧ୍ୟାହ୍ନରେ ଏହି ଘଟଣା ଘଟିଛି , ଯେତେବେଳେ ମହିଳା ଜଣକ ପଣ୍ଡା କଲୋନୀରେ ଥିବା ନିଜଘରୁ ବାହାରି ଡେଲି ମାର୍କେଟକୁ କିଛି କିଣିବାକୁ ଯାଉଥିଲେ ସେହି ସମୟରେ ଏହି ଦୁର୍ବୁର୍ତ୍ତ ମାନେ ତାଙ୍କଠାରୁ ଅଭିନବ ଉପାୟରେ ସବୁ ଲୁଟି ନେଇଥିଲେ । ଏଠାରେ ସିସି ଟିଭିରେ ଡକାୟତଙ୍କ ଫଟୋ ଥିବା ଦେଖି ପୋଲିଶ ବିଭିନ୍ନ ଦିଗ ଅନୁସନ୍ଧାନ କରୁଛି । ଗୁରୁବାର ଅପରାହ୍ନ ପ୍ରାୟ ୧୨ . ୩୦ ସମୟରେ ଡକାୟତମାନେ ଏହି ଘଟଣାକୁ କାର୍ଯ୍ୟକାରୀ କରିଥିଲେ। ସମଗ୍ର ଜନସାଧାରଣଙ୍କ ଉପସ୍ଥିତିରେ ଦିନବେଳେ ଏହିଭଳି ଅପରାଧିକ ଘଟଣା ଘଟୁଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here