ରାଜ୍ୟ ଜନଶକ୍ତି ପାର୍ଟି ତରଫରୁ ଜାଲ୍ଲାପାଳଙ୍କୁ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୦ ଦଫା ଦାବିପତ୍ର ପ୍ରଦାନ

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଜନଶକ୍ତି ପାର୍ଟି ତରଫରୁ ବରିଷ୍ଠ ଆଇନଜୀବୀ ଏବଂ ଦଳର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ଏକ ସ୍ପେଶାଲ ଟିମ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବେକାରି ସମସ୍ୟା, ଦରଦାମ ବୃଦ୍ଧି, କଳାବଜାରୀ ରୋକିବା ଓ କୃର୍ଷକ ମାନଙ୍କୁ ଋଣମୁକ୍ତ କରିବା,ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିମାଯୁକ୍ତ ଓ ଋଣ ପ୍ରଦାନ,ତୁରନ୍ତ କେନ୍ଦ୍ରାପଡା ଜିଲ୍ଲାରେ ଯାତ୍ରୀବାହି ଟ୍ରେନ୍ ଚଳାଚଳ ଆରମ୍ଭ କରିବା ଏବଂ ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଟିଉସନ୍ ଫି ଛାଡ ଓ କରୋନା ମହାମାରୀ ରୋଗରେ ମୃର୍ତ୍ୟୁ ବରଣ କରୁଥିବା ଲୋକମାନଙ୍କ ପରିବାରକୁ କ୍ଷତିପୂରଣ ଇତ୍ୟାଦି ଇତ୍ୟାଦି ବିଭିନ୍ନ ଦାବି ଗୁଡ଼ିକ ନେଇ ଏକ ୧୦ ଦଫା ଦାବିପତ୍ର ଦିଲ୍ଲୀପ୍ ଜେନା, ଶାନ୍ତନୁ ନାୟକ, ଅକ୍ଷୟ ଦାସ, ସୁବାଷ ରାଉତ,ପ୍ରହ୍ଲାଦ ମାହାଳି, ମହେଶ୍ୱର ବେହେରା, ଧନଞୟ ଦାସଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ କର୍ମୀ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ପ୍ରସାଦ ମଲ୍ଲିକଙ୍କୁ ପ୍ରଦାନ କରିଥିବା ବିଶେଷ ସୁତ୍ରରୁ ଖବର ନେବାରୁ ଜଣାପଡିଛି  ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here