୭୪ ବର୍ଷର ବୁର୍ଦ୍ଧଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

ଦେଖନ୍ତୁ ଆଜ୍ଞା ଏ ବୃର୍ଦ୍ଦା ଜଣଙ୍କ ହେଉଛନ୍ତି କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଳପଡା ଗ୍ରାମ ପଞ୍ଚାୟତର ଗୋଲଖନଗର ଗ୍ରାମର ପିତା-ବିଦ୍ୟାଧର ମହାନ୍ତିଙ୍କ ପୁଅ ଭାଗବତ ମହାନ୍ତି, ବୟସ ପ୍ରାୟ ପାଖା ପାଖି ୭୦ ବର୍ଷହେବ । ହେଲେ ଏପର୍ଯ୍ୟନ୍ତ ମିଳୁନି ତାଙ୍କୁ ଭତ୍ତା । ସରକାରୀ ନୀୟମ ଅନୁଯାୟୀ ଗୋଟେ ବ୍ୟକ୍ତିଙ୍କୁ ୬୦ ବର୍ଷ ବୟସ ହେଲେ ସେ ବ୍ୟକ୍ତି ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି । ହେଲେ ଏହି ବୃଦ୍ଧା ଜଣଙ୍କ ୬୦ ପାର୍ ହୋଇ ୭୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଏ ଅଫିସିରୁ ସେ ଅଫିସି ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ସରପଞ୍ଚଠାରୁ ଆରମ୍ଭକରି ବିଡିଓ, ତହସିଲଦାର ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରର୍ଯ୍ୟନ୍ତ ଦୌଡି ଦୌଡି ଏଥି ମଧ୍ୟରେ ଦୀର୍ଘ ୧୦ବର୍ଷ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ବୃର୍ଦ୍ଧା ବ୍ୟକ୍ତିଙ୍କୁ ମିଳୁନି ବାର୍ଧକ୍ୟ ଭତ୍ତା ବା ମାସିକ ପେନସନ୍ । ଖାଲି ଯାହା କାଗଜ ପତ୍ରରେ ହଁ ହିଁ ଆଉ ତୁ ତୁ ମେଁ ମେଁରେ ଚାଲିଛି ବ୍ଲକ୍ ଅଫିସିରେ ସବୁ କାମ । ସତେ ଯେମିତି ସରକାରଙ୍କର ସବୁ ଯୋଜନା ଫସର ଫାଟି ଯାଇଛି । ଚାତକ ପରି ଚାହିଁ ବସିଛନ୍ତି ବୃଦ୍ଧା ଜଣଙ୍କ । କେବେ ମିଳିବ ବା ସରକାର ତାଙ୍କୁ ଦେବେ ଏପରି ପରିଣତଃ ବୟସର ବାର୍ଦ୍ଧକ୍ୟ ଭତ୍ତା । ଥରେ ନୁହେଁକି ଦୁଇଥର ନୁହେଁ,ବ୍ଲକ୍ ଅଫିସିକୁ ଶହେରୁ ଅଧିକ ଥର ଯାଇଁ ଯାଇଁ ପାଦରୁ ବିଣ୍ଡି ଉଠିଗଲାଣି ସିନା, ହେଲେ ସରକାରୀ ବାବୁମାନେ ବୁଝୁ ନାହାଁନ୍ତି ତାଙ୍କ ଦୁଃଖଭରା କାହାଣୀ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here