ମହାପ୍ରୟାଣରେ ସାମିଲ ହୋଇ ଦୁଇ ସାଙ୍ଗ ସାଥି ହୋଇ ରହିଗଲେ ଯୁଗ ଯୁଗକୁ

ସାଙ୍ଗ ହେବତ ଏମିତ । ଜୀବନ ଥିବା ଯାଏଁ ସାଙ୍ଗ , ମଲେ ବି ସାଥିରେ ସାଙ୍ଗ ହୋଇ । ବିଧାତାର ନ୍ୟାୟ କି ଚମତକାର । ଗୋଟିଏ ଅଞ୍ଚଳର ଦୁଇ ଦୁଇଟି ଯୁବକଙ୍କ ଅମୂଲ୍ୟ ଜୀବନ ଅଚିରେ ମାଟିରେ ମିଶିଗଲା । କାନ୍ଦ ବୋବାଳିରେ ଭରିଗଲା ସାରା ଅଞ୍ଚଳ । ଭାବିଲେ ମୁଣ୍ଡ ଝାଇଁ ଝାଇଁ କରେ । ଭଲ କରି ଦୁନିଆ ବିଷୟରେ ଅବଗତ ହୋଇ ନ ଥିବା ଦୁଇଟି ଅମୁଲ୍ୟ ଜୀବନ ଏକା ସାଥୀରେ ଏକା ଜାଗାରେ ଇହଲୀଳା ସମ୍ବରଣ କରି ଯୁଗ ଯୁଗ ପାଇଁ ସାଙ୍ଗର ଅର୍ଥ ଭାବେ ଆଗାମୀ ପିଢୀକୁ ବାର୍ତ୍ତା ଦେଇଗଲେ ସାଙ୍ଗ ହେବତ ଏମିତି । ଜୀବନ ଜୀଇଁବାର ଇଛ୍ଛାନେଇ ରାଉରକେଲା ସ୍ଥିତ ସେକ୍ଟର–୨୨ ଅନ୍ତର୍ଗତ ଫର୍ଟିଲାଇଜର ସଂଲଗ୍ନ କନଷ୍ଟ୍ରକ୍ସନ କଲୋନୀର ସି ବ୍ଲକର ବାସୀନ୍ଦା ଜୋଲେନ ସିଂ (୨୫ ) ନିଜର ସାଙ୍ଗ ବି ବ୍ଲକର ପାଣ୍ଡୁ ବାନ୍ଦରା (୨୪ ) ସହିତ ଓଡି ୧୪ ଏଚ ୪୩୧୧ ନଂ ବାଇକରେ ବିରମିତ୍ରପୁର ଅଞ୍ଚଳକୁ କୌଣସି ଘରୋଇ କାମରେ ଯାଇ ଗତ କୋଡିଏ ତାରିରେ ଫର୍ଟିଲାଇଜର ଅଞ୍ଚଳ ନିଜ ଘରକୁ ଫେରୁ ଥିିବା ସମୟରେ ଅନ୍ଧାର ରାତିରେ କୌଣସି ଅଜଣା ଗାଡିର ଧକ୍କାରେ ଚାଡ୍ରି ହରିହରପୁର ଅଞ୍ଚଳ ସ୍ଥିତ ୧୪୩ ନଂ ଜାତୀୟ ରାଜପଥରେ ଦୁଇ ସାଙ୍ଗ ଘଟଣାସ୍ଥଳରେ ଇହଲୀଳା ସମ୍ବରଣ କରିଥିଲେ । ପର ଦିନ ପରିବାର ଲୋକେ ଖବର ପାଇ ଆସି ପରିଚୟ ଦେବା ପରେ ଶବ ବ୍ୟବଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ କଥା ହେଉଛି ଦୁଇ ସାଙ୍ଗଙ୍କର ଶବ ଅଞ୍ଚଳକୁ ପହଞ୍ଚିବା ପରେ ପରିବାର ବର୍ଗଙ୍କ ସମେତ ସାଇ ପଡିସା ମଧ୍ୟ କୋହ ସମ୍ଭାଳି ପାରି ନ ଥିଲେ । ଦୁଇଟି ମୃତ ଯୁବକର ପରିବାର , ବନ୍ଧୁ ବର୍ଗ ଓ ସାଇପଡିଶାଙ୍କ କାନ୍ଦ ବୋବାଳିରେ ଶୋକାକୁଳ ପରିବେଶରେ ପରିଣତ ହୋଇଯାଇଥିଲା କନଷ୍ଟ୍ରକ୍ସନ କଲୋନୀ । ଜଣେ ହିନ୍ଦୁ ଓ ଜଣେ ଖ୍ରୀଷ୍ଟ ଧର୍ମାବଲମ୍ବିର ହୋଇଥିଲେ ମଧ୍ୟ ଦୁହିଙ୍କ ମଧ୍ୟରେ ଗଭୀର ବନ୍ଧୁତା ଥିଲା । ଜଣେ ପଞ୍ଚଭୂତରେ ଲୀନ ହୋଇଥିବା ବେଳେ ଆଉ ଜଣଙ୍କୁ ବଂଶ ପରମ୍ପରା ଓ ରୀତିନୀତି ହିସାବରେ ମାଟି ଦିଆଯାଇଥିଲା । ଫର୍ଟିଲାଇଜର କନଷ୍ଟ୍ରକ୍ସନ କଲୋନୀର ଏହି ଦୁଇ ଯୁବକ ସାଙ୍ଗ ହେବା ସହ ସାଙ୍ଗରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରି ଅଞ୍ଚଳ ପାଇଁ ଏକ ବିରାଟ ବାର୍ତ୍ତା ଛାଡି ଗଲେ , ପ୍ରକୃତ ସାଙ୍ଗର ମୁଲ୍ୟ ଜାଣିବା ପାଇଁ । ଘଟଣା ବିଷୟରେ ଅବଗତ ହେବାପରେ ସମଗ୍ର କନଷ୍ଟ୍ରକ୍ସନ କଲୋନୀ ଯେପରି କାଠ ପଥର ପାଲଟି ଯାଇଥିଲା । ଦୁଇ ସାଙ୍ଗଙ୍କର ଏଭଳି ସ୍ମୁତି ଜନ୍ମା ଜନ୍ମାନ୍ତର ପାଇଁ ସମସ୍ତିଙ୍କର ମନେରହିବ । ପର ପିଢି ପାଇଁ ଏକ ଉଦାହରଣ ସାଜିଗଲେ ସାଙ୍ଗ ହେବତ ଏମାନଙ୍କ ଭଳି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here