ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି ସ୍କୁଲ ଗୃହ ; ଡାବୁଗାଁ

ଡାବୁଗାଁ, ୨୩/୯ କୋରନା ମହାମାରୀ ସାରା ଦେଶ ରେ କାୟା ବିସ୍ତାର କରିଛି। ଏଥି ନିମନ୍ତେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନିଷ୍ପତ୍ତି କ୍ରମେ ସମସ୍ତ ବିଦ୍ୟାଳୟ ଗୁଡ଼ିକ ଆଜିକୁ ପ୍ରାୟ ୬ ମାସ ହେବାକୁ ଯାଉଛି ତାଲା ପଡି ରହିଛି କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ବିଦ୍ୟାଳୟକୁ ପିଲାଙ୍କୁ ଆସିବା ମନା ହେଲେ କେବଳ ପ୍ରଧାନ ଶିକ୍ଷକ କିମ୍ବା ସ୍କୁଲ୍ କମିଟି ସ୍କୁଲର ତଦାରଖ କରିବେ । କିନ୍ତୁ ୬ ମାସ ବିତିଗଲାଣି ଦିନେ ବି ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିସରରେ ଆସି ବିଦ୍ୟାଳୟ ର ତଦାରଖ କରି ନଥିବା ଦେଖା ଦେଇଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ପୈାରାଞ୍ଚଳରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ, ଡଙ୍ଗରିଗୁଡା, ଭାଲୁଗୁଡ଼ା  ପ୍ରାଥମିକ ବିଦ୍ୟାଳୟ,ଗୁଲିପାଟନା ପ୍ରାଥମିକ ବିଦ୍ୟାଳୟ, ଏବଂ ସରକାରୀ ଏସ୍, ଟି , କଲୋନୀ ବିଦ୍ୟାଳୟ ରେ ସ୍କୁଲ୍ କମିଟି ଓ ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ସରକାର ଙ୍କ କୋଟି କୋଟି ଟଙ୍କାର ସ୍କୁଲ୍ ଗୃହ ବର୍ତ୍ତମାନ ଏକ ପ୍ରକାର ଭଗ୍ନ  ଅବସ୍ଥାରେ । ବିଦ୍ୟାଳୟ ପରିସର ଚାରି ପାର୍ଶ୍ଵ ଲଟା ବୁଦା ଓ ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ  ଏଭଳି  ପରିବେଶକୁ ନେଇ କଂଗ୍ରେସ ଯୁବ ନେତା ମୁନା ପାଢୀ ଚେତାବନୀ ଦେଇଛନ୍ତି ଯେ ପ୍ରସାଶନ ଏହାକୁ ଯଦି ଅତି ଶୀଘ୍ର ସଫେଇ କରା ନ ଯାଏ ତେବେ ଆନ୍ଦୋଳନ କରିବାକୁ ଦଳ ସଜ ହେଉଥିବା ପ୍ରକାଶ କରିଛନ୍ତି।                                     

 ପ୍ରଜ୍ଞା ରଞ୍ଜନ ପରିଡ଼ା, ଡାବୁଗାଁ , Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here