ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର ଗଣବିକ୍ଷୋଭ

ରାଉରକେଲା: ଆଜି ସ୍ଥାନୀୟ ବିଶ୍ରା ଛକ ଠାରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ତରଫରୁ ୩ ଦଫା ଦାବିରେ ଏକ ଗଣବିକ୍ଷୋଭ ଆୟୋଜିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ ର ଅଧ୍ୟକ୍ଷ ହିମାଂଶୁ ବଳ କହିଛନ୍ତି ଯେ ପୂଜା ପୂର୍ବରୁ ବୋନସ ପ୍ରଦାନ କରିବା, ତୁରନ୍ତ ଏନଜେସିଏସ ବୈଠକ ଡାକି ବେତନ ଚୁକ୍ତିନାମା କରିବା ଓ କରୋନା ରେ ଇସ୍ପାତ କାରଖାନା ର ମୃତ୍ୟୁବରଣ କରିଥିବା କର୍ମଚାରୀ ଙ୍କ ପରିବାର ସଦସ୍ୟଙ୍କୁ ଅନୁକମ୍ପାମୂଳକ ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ ତିନୋଟି ପ୍ରମୁଖ ଦାବି ନେଇ ଆଜି ଏ ବିଶାଳ ଗଣବିକ୍ଷୋଭର ଆୟୋଜନ ହୋଇଥିଲା। ସେଲ୍ କର୍ତ୍ତୃପକ୍ଷ ତୁରନ୍ତ ଏହା ପୂରଣ କରନ୍ତୁ ନଚେତ ଆଗାମୀ ଦିନରେ ଶ୍ରମିକମାନେ ତାଙ୍କ ହକ୍ ପାଇଁ ଦରକାର ପଡିଲେ କାରାଖାନା କୁ ଅଚଳ କରିଦେବେ ବୋଲି ଶ୍ରୀ ବଳ କହିଛନ୍ତି। ଆଜିର ଏହି ଗଣବିକ୍ଷୋଭ କାର୍ଯ୍ୟକ୍ରମ ରେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ସଂଘ (ଆରଆଇକେକେଏସ)ର ସଦସ୍ୟ ଗଣ ବହୁସଂଖ୍ୟାରେ ସମେବେତ ହୋଇଥିଲେ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here