ହାତୀବାରୀ ଥାନା ଓ ନୂଆଁଗାଁ ଫାଣ୍ଡି ପୋଲିଶର ମିଳିତ ଚଢାଉରେ ଦେଶୀ ବିଦେଶୀ ମଦ ଜବତ, ଜଣେ ଗିରଫ

ସରକାର ଯେତେ ପ୍ରକାର ବ୍ୟବସ୍ତା କଲେ ବି ଗାଁ ଗାଁ ରେ ଲୁଚା ଚୋରା ରେ ମଦ ବିକ୍ରି ଜାରି ରହିଛି l ଗାଁ ମାନଙ୍କରେ ଦେଶୀ ମଦ ସମେତ ବିଦେଶୀ ମଦର ପ୍ରାଦୁର୍ଭାବ ବୃଦ୍ଧି ହୋଇଥିବା ପରିଲକ୍ଷିତ ହୋଇଛି l ସୁନ୍ଦରଗଡ଼ ଜିଲ୍ଲାର ହାତୀବାରୀ ଥାନା ଓ ନୂଆଁଗାଁ ଫାଣ୍ଡି ପୋଲିଶର ମିଳିତ ଚଢାଉ ରେ ଆଜି ଉକ୍ତ ଅଂଚଳରୁ ଜଣେ ମଦ ବେପାରୀଙ୍କ ପାଖରୁ ୨୩.୫୮୦ ଲିଟର ବିଦେଶୀ ମଦ ଓ ୨୦ ଲିଟର ଦେଶୀ ମହୁଲି ମଦ ଜବତ ହୋଇଥିବା ବେଳେ, ୧୫୦ କେ. ଜି. ମହୁଲ ପୋଚ ନଷ୍ଟ   କରାଯିବା ସହ ଜଣେ ମଦ ବେପାରୀଙ୍କୁ ଗିରଫ କରାଯାଇଛି l ମଦ ପାଇଁ ବ୍ୟବହାର ହେଉଥିବା ୧୯ ଟି ମଧ୍ୟମ ଧାରଣର ପ୍ଲାଷ୍ଟିକ ଡ୍ରମ୍ ଜବତ ହୋଇଛି l ଅନୁରୂପ ଭାବେ ଆଉ ଏକ ସ୍ଥାନରୁ ୪୦ ଲିଟର ଦେଶୀ ମହୁଲି ମଦ ଜବତ ହେବା ସହ ୧୦୦ କେ. ଜି. ମହୁଲ ପୋଚ ନଷ୍ଟ କରାଯାଇଛି l ଏ ନେଇ ହାତୀବାରୀ ଥାନାରେ ଦୁଇଟି ଅବକାରୀ ମାମଲା ରୁଜୁ ହୋଇଥିବା ଜଣା ପଡିଛି l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here