ଭୂବନେଶ୍ବର ରୁ କିଣ୍ଡାପ୍ ହୋଇଥିବା ଯୁବକ କେନ୍ଦ୍ରାପଡାରେ ଧରାପଡିଲା

ଆଜି ପଟ୍ଟାମୁଣ୍ଡାଇ ପୋଲିସକୁ ମିଳିଛି ପୁଣି ଏକ ବଡ ସଫଳତା । ଘଟ୍ଟଣାଟି ଘଟିଛି ପୁଣି ପଟ୍ଟାମୁଣ୍ଡାଇ ଆଦର୍ଶ ପୋଲିସ ଷ୍ଟେସନ ସମ୍ମୁଖରେ । ଆମେ ଦେଖାଉଛୁ ଏହି ଭିଜୁଆଲ୍ ମାଧ୍ୟମରେ  । କୌଣସି ଓଡିଶା ଚଳଚିତ୍ର କିମ୍ବା ହିନ୍ଦୀ ଫିଲ୍ମର କାହାଣୀ ନୁହେଁ । ଆମେ ଦେଖାଉଛୁ ନିଛକ ଏବଂ ବାସ୍ତବ ଦୁନିଆଁର ନୀକ୍ଷୁଣ ଛବି । ଆପଣମାନେ ଦେଖି ପାରୁଥିବେ ଆପଣଙ୍କ ଟିଭି ସ୍କ୍ରିନରେ କିପରି ଭୂବେନେଶ୍ୱର ରେଳଷ୍ଟେସନରୁ କିଣ୍ଡାପ୍ ହୋଇଥିବା ଏକ ଯୁବକ ପୁଣି ଏକ ଚାରିଚକିଆ ଗାଡି ଡିକିରେ ପୁରାଇ ହାତ, ଗୋଡସହିତ ମୁହଁ ବାନ୍ଧି ନେଉଥିବା ବେଳେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ସମ୍ମୁଖରେ ଖୋଲିଯାଇଥିଲା ଗାଡିର ଡିକି । ତଳେ ଗଳିପଡିଥିଲା ଡିକିରେ ରହିଥିବା ଯୁବକ । ସ୍ଥାନୀୟ ବାସିନ୍ଦା ଓ ପାଖ ଆଖ ଦୋକାନୀ ମାନଙ୍କୁ ପାଟିତୁଣ୍ଡ ହୋହାଲା ମଧ୍ୟରେ ଘଟଣା ସ୍ଥଳକୁ ଦୌଡି ଯାଇଥିଲା ପୋଲିସ ଏବଂ କିଣ୍ଡାପ ହୋଇଥିବା ଯୁବକ ସହିତ ଧରି ପକାଇଥିଲା କିଣ୍ଡାପରକୁ । ଉଭୟଙ୍କୁ ପୋଲିସ ଥାନାକୁ ନେଇ ପଚରା ଉଚରା କରିବା ପରେ ସବୁ କଥାର ପର୍ଦ୍ଧଫାସ୍ ଘଟିଥିଲା ଏବଂ ଆଉ ଦୁଇଜଣ କିଣ୍ଡାପରି ପୋଲିସ ଆଖିରେ ଧୂଳିଦେଇ ଦୌଡି ଖସି ପଳାଇ ଯିବାକୁ ଚେଷ୍ଟା କରି ବଂଗାଳଦିଆ ପାଟ୍ଟର ଖରୀ ବଣରେ ଲୁଚିରହିଥିବା କବର ପାଇ ପୋଲିସ ତତକ୍ଷଣାତ୍ ସେଠାରେ ପହଞ୍ଚି ଉକ୍ତ ଦୁଇ କିଣ୍ଡାପରଙ୍କୁ ଧରିବାକୁ ସକ୍ଷମ ହୋଇଥିଲା । ସମସ୍ତ କିଣ୍ଡାପରମାନଙ୍କୁ ପୋଲିସ ଥାନା ହାଜତରେ ଅଟକ ରଖି ଅଧିକ ତଥ୍ୟାବଳୀ ପାଇଁ ତଦନ୍ତ ଜାରୀ ରହିଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି । କିନ୍ତୁ ଏଠି ଆଜ୍ଞା ପ୍ରଶ୍ନ ଉଠୁଛି ଯେ-ପ୍ରକୃର୍ତରେ କିଣ୍ଡାପ୍ ହୋଇଥିବା ଯୁବକ ଜଣକ କିଏ  ? ଏବଂ ତାଙ୍କୁ କାହିଁକି ଏହି ଯୁବକ ମାନେ ପୁଣି ଭୁବନେଶ୍ୱର ରେଳଷ୍ଟେସନରୁ କିଣ୍ଡାପ୍ କଲେ । ସେ ଅସାମାଜିକ ଯୁବକ ମାନଙ୍କ ସହିତ କିଣ୍ଡାପ ହୋଇଥିବା ଯୁବକର କଣ ରହିଛି ସମ୍ପର୍କ । ପୁଣି ଭୂବେନେଶ୍ୱରରୁ କେନ୍ଦ୍ରାପଡା କା଼ହିଁକି ଆଣୁଥିଲେ, ପୁଣି ଏକ ଗାଡି ଡିକିରେ  । କଣରହିଥିଲା ସେମାନଙ୍କର ମୁଖ୍ୟ ଉଦ୍ଧେଶ୍ୟ । କଣ ଯୁବକଟିକୁ ହତ୍ୟା କରିବା ନା ଆଉକିଛି ମନ୍ଦ ଉଦ୍ଦେଶ୍ୟରେ କିଣ୍ଡାପ୍ କରିଥିଲେ ଅଭିଯୁକ୍ତମାନେ । ଏସମସ୍ତ ତଥ୍ୟାବଳୀ ସହିତ ପୁରା ଖୋଲାସା କରିବୁ ଆମେ ଆମ ଚ୍ୟାନେଲ ମଧ୍ୟମରେ ଆଗାମୀ ଅଧ୍ୟାୟରେ । ଆପଣମାନେ ଆମ ଚ୍ୟାନେଲ ଦେଖୁଥାନ୍ତୁ, ଲାଇକ୍,ସବସ୍କ୍ରାଇବ୍  ଏବଂ ଫରୁୱାର୍ଡ କରୁଥାନ୍ତୁ ଏମିତି ଦେଖୁଥାନ୍ତୁ ଏବଂ ଢେର୍ ସାରେ ଭଲପାଇବା ଦେଉଥାନ୍ତୁ ଆପଣମାନେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here