୭୦ବର୍ଷର ବୁର୍ଦ୍ଧାଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ।

ଦେଖନ୍ତୁ ଆମେ ସିଧା ସଳଖ ଦେଖାଉଛୁ କେନ୍ଦ୍ରାପଡାର ଏକ କରୁଣ କାହାଣୀ ବା ହୃଦୟ ବିଦାରକ ଦୃଶ୍ୟ । ଏଦୃଶ୍ୟ କୌଣସି ଓଡିଆ ଚଳଚିତ୍ର କିମ୍ବା ହିନ୍ଦୀ ସିନେମାର କାହାଣୀ ନୁହେଁ  । ଏଦୃଶ୍ୟ ହେଉଛି ଖୋଦ୍ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟ ସମ୍ମୁଖର ଦୃଶ୍ୟ । ଟିକେ ଭଲଭାବରେ ନଜର ପକାନ୍ତୁ ତଃ ଏହି ଭିଜୁଆଲ୍ ଉପରେ । ତେବେ ଆପଣ ଠିକ୍ ଭାବେ ଜାଣି ପାରିବେ ଯେ-ଜଣେ ୭୦ ବର୍ଷର ବୃର୍ଦ୍ଧା ମହିଳା କେମିତି ଅତି ଦୟନୀୟ ଅବସ୍ଥାରେ ବସି କଇଁ କଇଁ ହୋଇ କାନ୍ଦୁଛି ଏବଂ ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ଟିକେ ଦେଖା କରିବ ଆଉ ତାର ଦୁଃଖ ଭରା କାହାଣୀ ଜଣାଇଁବ । ହେଲେ କୋଭିଡ୍-19ର କଟକଣା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ନିଷେଧ ଥିବାରୁ,ବିଚରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମୂଖ୍ୟ ଫାଟକ ପାଖରେ ଛିଡା ହୋଇ ବାଟ ଜଗିଥିବା ପିଅନକୁ କିପରି କୋହଭରା କଣ୍ଠରେ କାକୁତି ମିନତି ହେଉଛି ବୃର୍ଦ୍ଧା ଜଣକ । ଜିଲ୍ଲାପାଳଙ୍କ ନିକଟକୁ ଛାଡିବା ପାଇଁ ରୋକ୍ ଠୋକ୍ ମଧ୍ୟ ମନା କରୁଛନ୍ତି ପିଅନ । ଶେଷରେ ପିଅନ ଫେରାଇ ଦେଇଛି ବୃର୍ଦ୍ଧାଙ୍କୁ ଏବଂ ମନା ମଧ୍ୟ କରୁଛି ନାଦେଖା କରିହେବନି ଜିଲ୍ଲାପାଳଙ୍କୁ । ଶେଷରେ ବୃର୍ଦ୍ଧା ‘ମା’ଜଣଙ୍କ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗେଟ୍ ସମ୍ମୁଖରେ ବସି କାନ୍ଦି ଚାଲିଛି । ସେହି ସମୟରେ ଆମ ଜିଲ୍ଲା ପ୍ରତିନିଧି ପହଞ୍ଚିଥିଲେ ସେଠାରେ ଏବଂ ବୃର୍ଦ୍ଧାଙ୍କୁ ସବୁ କଥା ପଚାରି ବୁଝିବା ପରେ ଏବଂ ସବୁ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଆମ ପ୍ରତିନିଧି । ଖଣ୍ଡେ ଚିରା ଶାଢୀ ପିନ୍ଧି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଥିବା ବୁଦ୍ଧା ମହିଳା ଜଣଙ୍କର ଘର ହେଉଛି ପଟ୍ଟାମୁଣ୍ଡାଇ ବ୍ଳକ୍ ଅନ୍ତର୍ଗତ ଅଳପୁଆ ଡିଆ ଗ୍ରାମରେ ଏବଂ ସେ ହେଉଛନ୍ତି ସ୍ୱର୍ଗତ ହୃଷିକେଶ ଜେନାଙ୍କ ପତ୍ନୀ ଜ୍ୟୋତି ଜେନା, ବୟସ ଅତି ପରିଣତ ବୟସ, ପାଖାପାଖି ବୃର୍ଦ୍ଧାଙ୍କୁ ୭୦ ବର୍ଷ ହେବ । ଏହି ନିକଟ ଅତୀତରେ ତାଙ୍କର ପୁଅ ମରିଯିବାରୁ ପରିବାର କହିଲେ ବିଧବ ବୋହୁ ଏବଂ ଦୁଇ ନାତୀ, ନାତୁଣୀଙ୍କୁ ନେଇ ଶୁଖ ଦୁଃଖ ଓ ତେଲ, ଲୁଣର ସଂସାର ବା ପରିବାର । ଗ୍ରାମର ୱାର୍ଡ଼ ମେମ୍ବର ଏବଂ ସରପଞ୍ଚଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପଟ୍ଟାମୁଣ୍ଡାଇ ବ୍ଳକ୍ ଅଧିକାରୀଙ୍କ ପର୍ଯ୍ୟନ୍ତ ପ୍ରାୟ ୧୦ରୁ ୧୫ଥର ଦୌଡି ଦୌଡି ନୟାନ୍ତ ହେବାପରେ ଏପର୍ଯ୍ୟନ୍ତ ବୃର୍ଦ୍ଧା ମହିଳାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା କି ପରିବାରର ଭରଣ ପୋଷଣ ନିମନ୍ତେ ରାସନ କାର୍ଡ ଖଣ୍ଡକ । ଏବିଷୟରେ ସରପଞ୍ଚଙ୍କୁ ବୃର୍ଦ୍ଧା ବହୁବାର କହିଛନ୍ତି ଏବଂ ଜଣାଇଁଛନ୍ତି ହେଲେ ସରପଞ୍ଚ ତାଙ୍କ କଥା କୁଆଡେ ବୁଝୁନାହାନ୍ତି । ଏଠି ଆଜ୍ଞା ମନରେ ଗୋଟେ ପ୍ରଶ୍ନ ଉଠୁଛି ଆମ ରାଜ୍ୟ ସରକାର ସବୁ ବେଳେ ସବୁ ସମୟରେ ଡିଣ୍ଡିମ ପିଟୁଛନ୍ତି ଏବଂ 5T ଭଳି ବିଭିନ୍ନ ଯୋଜନା ପରେ ଯୋଜନା କାର୍ଯ୍ୟକାରୀ ସରକାର କରୁଛନ୍ତି । ହେଲେ ସବୁ ଯୋଜନା ସତେ ଯେମିତି ଏଠି ଫେଲ୍ ମାରିଥିବା ପରି ଜଣାପଡେ । କହିବା କାହାକୁ ଗୁହାରୀ ଶୁଣିବ କିଏ  ? ବୃର୍ଦ୍ଧାଙ୍କର ଜମିବାଡି କିଛି ନଥିବାରୁ ଘରଚଳାଇବା ନିମନ୍ତେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜ୍ୟୋତି ଜେନା ନାମକ ଏହି ବୁର୍ଦ୍ଧା ମହିଳା ଜଣଙ୍କ । ଗାଆଁ ଗଣ୍ଡାରୁ ଧାର୍ କରଜ କରି ବହୁ ଦୁଃଖ,କଷ୍ଟରେ ଜୀବନ ଆଉ ଜୀବିକା ସହିତ ପ୍ରତିଟି ମୁହୂର୍ତ୍ତରେ ବଞ୍ଚିବା ପାଇଁ ସଂଗ୍ରାମ ଓ ସଂଘର୍ଷ ଜାରି ରଖିଥିବା ଏହି ବୁର୍ଦ୍ଧାଙ୍କୁ ଯଦି ରାସନ କାର୍ଡ ଖଣ୍ଡକ ସହିତ ବାର୍ଦ୍ଧକ୍ୟ ଭତ୍ତା ଟିକକ ମିଳି ପାରନ୍ତା କିମ୍ବା ସରକାରୀ ସହାୟତା ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଇ ପାରନ୍ତା ତେବେ ନିଶ୍ଚିତ ରୂପେ ଗୋଟେ ପରିବାର ଅନ୍ତତଃ ପକ୍ଷେ ଆସନା ମୃର୍ତ୍ୟୁ ମୂଖରୁ ବଞ୍ଚି ବା ରକ୍ଷା ପାଇ ପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲରେ ଏହା ଏକ ମୂଖ୍ୟ ଚର୍ଚ୍ଚା ଓ ଆଲୋଚ୍ୟର ବିଷୟ ପାଲଟିଛି । ଏପରିକି ଆମ ପ୍ରତିନିଧି ମଧ୍ୟ ଟେଲିଫୋନ୍ ଯୋଗେ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଯୋଗାଯୋଗ କରିବା ପରେ ବିଡିଓ ମହୋଦୟଙ୍କୁ ଏବିଷୟରେ ପଚାରିବା ପରେ ବିଡିଓ ମହୋଦ୍ୱୟ ମଧ୍ୟ ସାହାଯ୍ୟର ହାତ ବଢାଇବାକୁ କହିବା ସହିତ ଦୃଢ ପ୍ରତିଶୃତି ମଧ୍ୟ ଦେଇଛନ୍ତି ଏବଂ ତୁରନ୍ତ ତାଙ୍କୁ ରାସନ କାର୍ଡ ସହିତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବା ପାଇଁ ମତବ୍ୟକ୍ତ କରିଛନ୍ତି । ଦେଖାଯାଉ ବିଡିଓ ମହାଶୟ ତାଙ୍କର ଦେଇଥିବା ପ୍ରତିଶ୍ରୁତି ଓ କଥାକୁ କେତେଦୂର ରକ୍ଷା କରି ଜଣେ ଗରିବ ଅସହାୟ ବୃର୍ଦ୍ଧାଙ୍କୁ ସରକାରୀ ସହାୟତା ଯୋଗାଇ ଦେଉଛନ୍ତି ତାହା ଖାଲି ଯାହା ବାକି ରହିଲା ଆଗକୁ ଦେଖିବା ପାଇଁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here