ବୀରମିତ୍ରପୁରରେ ପ୍ରେମ ଜିହାଦ ପାଇଁ ଆନ୍ଦୋଳନ ଏପର୍ଯ୍ୟନ୍ତ ଥଣ୍ଡା ପଡି ନ ଥିବାବେଳେ ପୁନଶ୍ଚ ରାଉରକେଲାରେ ଆଉ ଏକ ପ୍ରେମ ଜିହାଦ ମାମଲା ମୁଣ୍ଡ ଟେକିଛି :

ରାଉରକେଲାର ସ୍ଥିତ କଚେରୀ ରୋଡରେ ଥିବା ହୋଟେଲ ଆରାମକୁ ନେଇ ଏହି ପ୍ରେମ ଜିହାଦ ଘଟଣା ବିଷୟରେ ଚର୍ଚ୍ଚାର ପରିସରକୁ ଆସିଛି ବୋଲି ପରିଲକ୍ଷିତ ହୋଇଛି ।

ପଶ୍ଚିମବଙ୍ଗର କଲିକାତାର ଜଣେ ଚାଲାକ ଯୁବକ ପ୍ରଥମେ ସୋସିଆଲ ମିଡିଆ ମାଧ୍ୟମରେ ରାଉରକେଲାର ଜଣେ ଯୁବତୀଙ୍କୁ ତାଙ୍କ ପ୍ରେମ ଜାଲରେ ଜଡିତ କରିଥିଲା ।

ଏହା ପରେ ଉକ୍ତ ଯୁବତୀଙ୍କୁ କଲିକତା ନେଇଯିବାର ଯୋଜନା କରି ଦୁଇ ଦିନ ପୂର୍ବରୁ ଉକ୍ତ ଯୁବକ ରାଉରକେଲାକୁ ଆସି ହୋଟେଲ ଆରାମରେ ଏକ ରୁମ ବୁକ କରି ନିଜେ ଉକ୍ତ ରୁମରେ ରହିଥିଲା |

ଏହି ଷଡଯନ୍ତ୍ରରେ ଯୁବତୀଙ୍କୁ ପ୍ରେମ ଜିହାଦର ବାସ୍ତା ଦେଇ ନିଜ ପାଖକୁ ଡାକିବାରୁ ଜନୈକା ଯୁବତୀ ଯୁବକଙ୍କ ରୁମକୁ ଚାଲି ଆସିଥିଲେ । ନିଜର ଯୋଜନା ମୁତାବକ

ପ୍ରେମ ଜିହାଦରେ ପୀଡିତା ଯୁବତୀଙ୍କୁ କଲିକାତାରୁ ଆସିଥିବା ଯୁବକ

କିଶୋରୀଙ୍କୁ ତାଙ୍କ ସହିତ ବସି ଘଣ୍ଟା ଘଣ୍ଟା ଧରି ବହୁତ ବଡ ବଡ ସ୍ୱପ୍ନ ଦେଖାଇଥିଲା | କଥାବାର୍ତ୍ତା ହେବା

ପରେ ସେ ଯୁବତୀଙ୍କୁ ହୋଟେଲର ଆରାମରେ ବୁକ କରିଥିବା ନିଜ କୋଠରୀକୁ ଯୁବତୀଙ୍କୁ ନେଇ ଆସିଥିଲେ  । ଝିଅ ଘରୁ ବାହାରି ଉକ୍ତ କଲିକତା ଯୁବକଙ୍କ ପାଖକୁ ଜାଇଥିବା  ଜାଣିବା ପରେ

ଦୁଃଖୀ କିଶୋରୀଙ୍କ ପରିବାର ପୋଲିଶର ସାହାଯ୍ୟ ନେଇ ତାଙ୍କୁ ଘଟଣା ବିଷୟରେ ସଂପୂର୍ଣ୍ଣ ଅବଗତ କରିଥିଲେ  । ପ୍ରେମ ଜେହାଦ ଘଟଣାରୁ କିଶୋର ଦୂରେଇ ଯିବା ପୂର୍ବରୁ ମୋବାଇଲ୍ ଟ୍ରାକିଙ୍ଗ ଆଧାରରେ ଯୁବକଙ୍କୁ ଧରିଥିଲେ।

ରଘୁନାଥ ପାଲି ପୋଲିଶ ଯୁବତୀଙ୍କୁ କଲିକାତାରୁ ଆସିଥିବା ଜନୈକ ଯୁବକଙ୍କ କବଳରୁ ଉଦ୍ଧାର କରି ତାଙ୍କ  ପରିବାରକୁ ହସ୍ତାନ୍ତର କରିଛି । କଲିକତା ଯୁବକଙ୍କୁ ପୋଲିଶ ନିଜ ଅଧୀନରେ ରଖି ଘଟଣାର ବିଭିନ୍ନ ଦିଗରୁ ତଦନ୍ତ କରୁଛି ରଘୁନାଥପାଲି ପୋଲିଶ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here