ବିପଦରେ ଗଜରାଜ,ଗୋଟିଏ ସପ୍ତାହରେ ଦୁଇଟି ହାତୀ ମୃତ୍ୟୁ I

ପାରମ ସାହିରେ ଦନ୍ତାହାତୀ ମୃତଦେହ ଠାବ । ବନ ବିଭାଗ କାର୍ଯ୍ୟଦକ୍ଷତା ଉପରେ ଉଠିଲା ପ୍ରଶ୍ନ  ?

କୋଇଡା ରେଞ୍ଜ ଅନ୍ତର୍ଗତ ଅରାଘାଟ ଗ୍ରାମ ପାର୍ଶ୍ୱ ପାରମସାହିରେ ଆଜି ପୁଣି ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି ମୃତ ଦନ୍ତାର ବୟସ ୧୨ ବର୍ଷରୁ ୧୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସେହିପରି ଗତ ୧୩ ତାରିଖରେ ସଗଡଭଙ୍ଗା ଜଙ୍ଗଲ ରେ ଏକ ମାଇ ହାତୀର ମୃତ ଦେହ ଗ୍ରାମବାସୀଙ୍କ ଜରିଆରେ ସ୍ଥାନୀୟ ବନ ବିଭାଗ ଠାବ କରିଥିବା ବେଳେ ଅଂଚଳରେ ଆଜି ଆଉ ଏକ ଦନ୍ତା ହାତୀର ମୃତ୍ୟୁ ନେଇ ବନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ଆଙ୍ଗୁଳି ଉଠିଚି  । ଏହିପରି ସପ୍ତାହ ମଧ୍ୟରେ ଦୁଇ ଦୁଇଟି ହାତୀ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ଗଜରାଜ ଙ୍କ ପ୍ରତି ବିପଦର ସଙ୍କେତ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଏବେ ଅଞ୍ଚଳରେ ପ୍ରଶ୍ନ ଉଠିବା ସ୍ଵଭାବିକ ଯେ, ବନବିଭାଗ କରୁଛି କଣ ? ଗଜ ବନ୍ଧୁ ଯୋଜନା କାହା ପାଇଁ ? ସରକାର ଏହି ଯୋଜନା କରି ହାତୀକୁ ସୁରକ୍ଷା ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ କୋଇଡା ଅଞ୍ଚଳରେ ସପ୍ତାହରେ ଦୁଇ ଦୁଇଟି ହାତୀ ମୃତ୍ୟୁକୁ ନେଇ ବୁଦ୍ଧିଜିବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଏପଟେ ବନବିଭାଗ ତଦନ୍ତ କରୁଥିବା କଥା କହୁଥିବାବେଳେ ମାଇ ହାତୀର ମୃତ୍ୟୁ ୮ ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଆଜି ଦନ୍ତା ହାତୀ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ପ୍ରାଥମିକ ତଦନ୍ତ ଅନୁଯାୟୀ ହାତୀର ମୃତ୍ୟୁ ହୋଇଥିବା ସ୍ଥାନକୁ ହାତୀ ଦଳି ଚକଟି ଦେଇଥିବା ବେଳେ ଦନ୍ତାର ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଛି  । ହାତୀଟି ମୃତ୍ୟୁ ହେବା ପୂର୍ବରୁ ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁ ବୟଣ କରିଥିବା ଅନୁମାନ କରାଯାଉଛି । ଘଟଣା ସ୍ଥଳରେ ବଣାଇ ଡିଏଫଓ , କୋଇଡା ଭାରପ୍ରାପ୍ତ ବନ ଖଣ୍ଡ ଅଧିକାରୀ , କୋଇଡା ପ୍ରାଣୀଧନ ଡାକ୍ତରୀ ଦଳ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣ ପଡିଛି ।ଅନ୍ୟପଟେ ଅନୁସନ୍ଧାନ ନିମନ୍ତେ  ହାତୀର ମୃତ ଶରୀରକୁ ୨୪ ଘଣ୍ଟା ପାଇଁ ରଖାଯିବା ନେଇ ବନ ବିଭାଗ ସୂଚନା ଦେଇଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here