ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ଛଟେଇ ପ୍ରତିବାଦ ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

କଂଗ୍ରେସ ସଭାପତି ମୁନା ତ୍ରିପାଠୀ

ନବରଙ୍ଗପୁର ଜିଲ୍ଲାରେ କୋଭିଡ୍୧୯ ର ୧୯୬ ମହିଳା ସ୍ଵାସ୍ଥ୍ୟ କର୍ମୀ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ରେ ପୁନଃ ନିଯୁକ୍ତି ଓ ଥଇଥାନ ଦାବିରେ ଜିଲ୍ଲା ପ୍ରଶାସନ କୁ ଦାବି ପତ୍ର ପ୍ରଦାନ ସହିତ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କଲେ ।

 ଛଟେଇ ହେଇଥିବା ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କୁ ଜିଲ୍ଲା ର ବିଭିନ୍ନ ରାଜନୈତିକ ଦଳ ଏବଂ ବିଭିନ୍ନ ଅନୁଷ୍ଠାନ ଏହି ଆନ୍ଦୋଳନ କୁ ସମର୍ଥନ ଜଣାଇବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଛଟେଇ ନିଷ୍ପତ୍ତି କୁ ଦୃଢ ନିନ୍ଦା କରିଛନ୍ତି ଏବଂ ଏହା ତାଲିମ ପ୍ରାପ୍ତ ମହିଳା ସ୍ଵାସ୍ଥ୍ୟ କର୍ମୀଙ୍କ ପ୍ରତି ଏହା ଏକ ଉପହାସ ବୋଲି ମତ ଦେଇଛନ୍ତି। ଏବଂ ଛଟେଇ ଆଦେଶ କୁ ତୁରନ୍ତ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ଦେବା ପାଇଁ ଦାବି କରିଛନ୍ତି। ଆଗାମୀ ତିନି ରୁ ସାତ ଦିନ ମଧ୍ୟରେ ଯଦି ପୁନଃ ନିଯୁକ୍ତି ଓ ଥଇଥାନ କରାଯିବ ନାହି ତେବେ ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।

 ଛଟେଇ ହେଇଥିବା ମହିଳା ସ୍ଵାସ୍ଥ୍ୟ  କର୍ମୀ ଙ୍କ ଦାବିକୁ କଂଗ୍ରେସ, ବିଜେପି ଓ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।

ଏହି ଠାରେ ସୂଚନା ଯୋଗ୍ୟ ଯେ ଗତ ଅଗଷ୍ଟ ମାସ ଆଠ ତାରିଖରେ 196 ଜଣ ମହିଳା ସ୍ବାସ୍ଥ୍ୟ କର୍ମୀ ଙ୍କୁ ଜିଲ୍ଲାର ସମସ୍ତ ପଞ୍ଚାୟତ ଓ ଦୁଇଟି ପୌର ପରିଷଦ ର କୋଭିଦ କେୟାର ହୋମ ରେ ନିଯୁକ୍ତି ଦିଆଯାଇଥିଲା କିନ୍ତୁ କୋଭିଦ କେୟାର ହୋମରେ କେହି ରହିବାକୁ ଆସି ନଥିଲେ ତେଣୁ ମହିଳା ସ୍ବାସ୍ଥ୍ୟ କର୍ମୀ ଙ୍କୁ ସ୍ଵାବ ପରୀକ୍ଷା, ହୋମ ଆଇ   ସଲୋଷେନ ରେ ରହୁଥିବା କରନା ପୋଜିଟିଭ ରୋଗୀଙ୍କୁ ଔଷଧ ଦେବା ଇତ୍ୟାଦି କାର୍ଯ୍ୟ କରୁଥିଲେ କିନ୍ତୁ ଚଳିତ ମାସ ୧୬ ତାରିଖରେ ଛୋଟେ଼ଇ କରାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here