ଅର୍ଥାଭାବ ରୁ ଚିକିତ୍ସା କରିପାରୁ ନାହାଁନ୍ତି ହେମନ୍ତ

ଡାବୁଗାଁ, ୨୨/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ମେଦନା ପଞ୍ଚାୟତ ଅଥିନସ୍ଥ ଚାଟିଗୁଡା ଗ୍ରାମରେ ବସବାସ କରୁଛନ୍ତି ହେମନ୍ତ ଗୌଡ (୧୯) | ହେମନ୍ତ ଙ୍କ ପିତାମାତା ଙ୍କୁ ଦୀର୍ଘ ଦିନ ହେଲା ହରାଇ ହେମନ୍ତ ଓ ତାଙ୍କ ଭଉଣୀ ପାର୍ବତୀ ଗୌଡ (୧୬) ଦୁଇ ଜଣ କୁଲି କାର୍ଯ୍ୟ କରି ଦୁଃଖରେ ଚଳି ଆସୁଛନ୍ତି | ଆଜକୁ ପ୍ରାୟ ୧ ବର୍ଷ ତଳେ ହେମନ୍ତ ଙ୍କ ବେକରେ ଏକ ଘା॰ ହୋଇଥିଲା | ସେ ଉକ୍ତ ଘା ଭଲ ହେବା ପରିବର୍ତ୍ତେ ଧୀରେ ଧୀରେ ବୃଦ୍ଧି ପାଇ ବେକର ଗୋଟିଏ ପାର୍ଶ୍ଵରେ ପୂଜ ବାହାରୁଥିବା ବେଳେ ଅନ୍ୟ ପଟେ ବେକଟି ଫୁଲି ରହିଛି | ଅର୍ଥ ଅଭାବରୁ ଚିକିତ୍ସା କରିନପାରି ଦୟନୀୟ ଅବସ୍ଥାରେ ରହିଛନ୍ତି | ଏଥିନେଇ ଗ୍ରାମବାସୀ ମାନେ ଉକ୍ତ ପଞ୍ଚାୟତ ର ସରପଞ୍ଚ ଓ ଜିଲା ପ୍ରଶାସନ ତରଫରୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଗରିବ ହେମନ୍ତ ଗୌଡ ନିବେଦନ କରିଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here