ଏମିତି ବି ଜୀବନ ଯାଏ

କାଳ ହେଲା ଗୁପଚୁପ ଖାଇବା । ଶୀଘ୍ର ଶୀଘ୍ର ଖାଇବା ସମୟରେ ଗୁପଚୁପ ତଂଟିରେ ଲାଗିଯିବାରୁ ଜୀବନ ଗଲା ଜନୈକା ମହିଳାଙ୍କର । ଏଭଳି ଏକ ଘଟଣା ଘଟିଯାଇଛି ସୁନ୍ଦରଗଡ଼ର ସରଫଗଡ଼ ଗାଁରେ ।

ଯାହାକୁ କାଳ ଡାକେ ତାଙ୍କୁ  କିଏ ବା ରକ୍ଷା କରିପାରେ ।  ଗାଁ ର ଜଣେ ମହିଳା ଗୁପଚୁପ ଖାଇବାବେଳେ ଗୁପଚୁପ ତଣ୍ଟିରେ ଅଟକି ଯାଇଥିଲା ଘଟଣାସ୍ଥଳରେ ହିଁ ଜୀବନ ପଳାଇଥିଲା ଫୁଲମତିଙ୍କର । ଖବର ପାଇ ଫୁଲମତିଙ୍କ ସ୍ୱାମୀ ତତକ୍ଷଣାତ ଆମ୍ବୁଲାନ୍ସ ଡାକି ହସ୍ପିଟାଲ ନେଇଥିଲେ ହେଲେ ଡାକ୍ତରଖାନାରେ ପହଞ୍ଚିବାପରେ ଡାକ୍ତର ଯାଞ୍ଚକରି ତାଙ୍କୁ ମୃତ ଘୋଷଣା କରିଥିଲେ ।

ଆସନ୍ତା କାଲି ମହିଳାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here