ଜିଲା କୃଷି ବିଭାଗ ତରଫରୁ ମାଗଣାରେ ରନ୍ଧା ଖାଦ୍ୟ ବଣ୍ଟନ

ଡାବୁଗାଁ, ୨୨/୯: ମହାମାରୀ କରୋନା ଯୋଗୁଁ ଜନସାଧାରଣ ନାହିଁ ନଥିବା ହଇରାଣ ହେଉଥିବା ବେଳେ ରୋଜଗାର ହରାଇ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଛି | ଏପରି ସ୍ଥଳେ ନବରଙ୍ଗପୁର ଜିଲା କୃଷି ବିଭାଗ ପକ୍ଷରୁ ସାଧାରଣ ଜନତାଙ୍କୁ ପ୍ରତି ଦିନ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବାଣ୍ଟିବା ପାଇଁ ନିସ୍ପତି ନେଇ ମଙ୍ଗଳବାର ସିନ୍ଧିଗୁଡା ଗ୍ରାମରେ ଥିବା ଦିନ ଦୟାଲ ଅନାଥ ଆଶ୍ରମରେ  କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା | ଏଥିରେ ନବରଙ୍ଗପୁର ଜିଲା ମୁଖ୍ୟ କୃଷି ଅଧିକାରୀ ବ୍ରଜ କିଶୋର ଲେଙ୍କା ଙ୍କ ପ୍ରଚେଷ୍ଟାରେ ସମସ୍ତ କୃଷି ବିଭାଗ ସହଯୋହଗରେ ନିଜ ନିଜ ଦରମାରୁ କିଛି ଅର୍ଥ ଅଭାବି ଲୋକଙ୍କୁ ମଙ୍ଗଳବାର ଠାରୁ ଅକ୍ଟୋବର ୨୦ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଜିଲାର ୧୦ ଟି ବ୍ଲକର ଉପାନ୍ତ ଅଞ୍ଚଳରେ ପ୍ରତିଦିନ ଲୋକଙ୍କୁ ମାଗଣାରେ ରନ୍ଧାଖାଦ୍ୟ ବଣ୍ଟନ କରାଯିବା ପାଇଁ ନିଷ୍ପତି ନେଇ ଉକ୍ତ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଛି | ନବରଙ୍ଗପୁର ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ କୃଷି ବିଭାଗର ଏଭଳି ମହତ୍ଵ କାର୍ଯ୍ୟକୁ ପ୍ରଶଂସା କରି, ଏହା ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ରଘୁନାଥ ପାତ୍ର, ଜିଲା କୃଷି ଅଧିକାରୀ ଶ୍ରୀକାନ୍ତ ସାହୁ, ସହକାରୀ କୃଷି ଅଧିକାରୀ  ମାନସ ରଞ୍ଜନ ନାୟକ ଓ ବିଭାଗୀୟ ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ |                                                                                                                             

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here