ହ୍ବାଇଟ ଗ୍ରୁପ ନିୟୁଦିଲ୍ଲୀ ପକ୍ଷରୁ ବନ୍ଯା ବିପନ୍ନ ମାନଙ୍କୁ ସହାୟତା ପ୍ରଦାନ

ବାଲେଶ୍ବର: ଚଳିତବର୍ଷ ଲଗାତାର ଲଘୁଚାପଜନିତ ବର୍ଷା ହେବା ଫଳରେ ବାଲେଶ୍ବର ଜିଲ୍ଲାର ପ୍ରମୁଖ ତିନୋଟି ନଦୀ ବୁଢାବଳଙ୍ଗ, ସୁବର୍ଣ୍ଣରେଖା,ଜଳକା ଆଦି ନଦୀ ଗୁଡିକ ରେ ବନ୍ଯା ଆସି ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ର ବହୁ ଧନ ଜୀବନ ନଷ୍ଟ ହୋଇଯାଇଥିବାର ଦେଖିବାକୁ ମିଳିଛି ।ଜିଲ୍ଲାର 12 ଟି ବ୍ଲକ ମଧ୍ୟରୁ ବାଲେଶ୍ବର ସଦରବ୍ଲକ ର ଛାନୁଆ,ଗୋପିନାଥପୁର,ପରିକ୍ଷୀ,ଓଲନ୍ଦାସାରଗା,ସିନ୍ଧିଆ,ବୁଆଳ,ହଳଦୀପଦା ଆଦି ପଞ୍ଚାୟତ ଗୁଡିକରେ ବସବାସ କରୁଥିବା ଲୋକେ ଚଳିତବର୍ଷ ବନ୍ୟା ରେ ବହୁ ଘରଦ୍ୱାର ଭାଙ୍ଗି ଯିବା ସହ ବାସହରା ହେବାକୁ ମଧ୍ୟ ପଡିଛି ,ଏପରି ପରିସ୍ଥିତି ରେ ଜିଲ୍ଲାପ୍ରଶାସନ ର ଖାମଖିଆଲି ନିତି ସାଙ୍ଗକୁ ନିର୍ବାଚିତ ଜନ ପ୍ରତିନିଧି ମାନଙ୍କର ଆନ୍ତରିକ ତାର ଅଭାବ ପାଇଁ ଆଜି ବି ବହୁ ଗାଁରେ ଲୋକେ ଖରା ବର୍ଷା ରେ ଖୋଲା ଆକାଶତଳେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି ,ଏପରି ଦୁଃଖ ସମୟରେ ନିୟୁଦିଲ୍ଲୀ ର ହ୍ବାଇଟ ଗ୍ରୁପର ର ଅଧକ୍ଷା ତଥା ସମାଜସେବୀ ବାଲେଶ୍ବର ମାଟିର ଝିଅ ମମତା କୁଣ୍ଡୁ ବନ୍ଯା ବିପନ୍ନ ଙ୍କ ପାଖରେ ପହଂଚିବା ସହ ଲୋକ ମାନଙ୍କର ଆବଶ୍ୟକତା ଅନୁଯାୟୀ ଚୁଡା,ଗୁଡ,ଚାଉଳ,ପଲିଥିନ ,କ୍ଯାଣ୍ଡଲ ,ମାକ୍ସ,ସାନିଟାଇଜର,ବ୍ଲିଚିଙ୍ଗ ପାଉଡର ଆଦି ଯୋଗାଇ ଦେବା ସହ ସେମାନଙ୍କ ର ସୁବିଧା ଅସୁବିଧା ବୁଝୁଥିବା ଦେଖିବାକୁ ମିଳିଛି ,ନିର୍ବାଚନ ଆସିଲେ ଗାଁ ରେ କେବଳ ନେତାଙ୍କୁ ଦେଖିବାକୁ ମିଳିବା ସହ ପୁଳାପୁଳା ପ୍ରତିଶୃତି ମିଳିଥାଏ ,ହେଲେ ହ୍ବାଇଟ ଗ୍ରୁପର ଅଧକ୍ଷା ମମତା କୁଣ୍ଡୁ ସେଥିରୁ ନିବୃତ ରହି ,ଲୋକମାନଙ୍କର ପ୍ରକୃତ ସମସ୍ୟା ଉପରେ ଗୁରୁତ୍ୱ ଦେବା ସହ ଶିତ କାକରରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପଲିଥିନ ସାଙ୍ଗକୁ ନିଜର ସକ୍ଷମ ଅନୁସାରେ ଲୋକଙ୍କୁ ଦୁଇ ମାସଧରି ସାହାଯ୍ୟ କରିଆସୁଥିବା ନିଶ୍ଚିତ ଭାବେ ଏକ ପ୍ରଶଂସନିୟ ପଦକ୍ଷେପ ,ଚାକଚକ୍ଯ ଘରେ ରହୁଥିବା ଲୋକଟି କେବେ ଗରିବର ଦୁଃଖ ବୁଝିପାରେନା ବୋଲି ମମତା କୁଣ୍ଡୁ ପ୍ରକାଶ କରିବା ସହ ଆଗାମି ଦିନରେ ଗାଁ ଗାଁ ରେ କିପରି ଆଲୋକିତ ହେବ ସେ ନେଇ ଏକ ବଡ ପ୍ରସ୍ତୁତି କରିଥିବା କହିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here