ପଞ୍ଚାୟତ ନିର୍ବାହୀ ଅଧିକାରୀ ଜିଲା ସଂଘ କାର୍ଯ୍ୟକାରିଣୀ ବୈଠକ

ଡାବୁଗାଁ, ୨୧/୯ :  ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମି

ଳନୀ କକ୍ଷ ଠାରେ ସଂଘର ଜିଲା ସଭାପତି  ଏ.ଡି.ପ୍ରସାଦଙ୍କ ସଭାପତିତ୍ଵରେ ନବରଙ୍ଗପୁର ଜିଲା ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର କାର୍ଯ୍ୟକାରିଣୀ ବୈଠକ ରବିବାର ଅନୁଷ୍ଠିତ ହୋଇଥିଲା । ସରକାର ଙ୍କ କୋଭିଡ-୧୯ ନିୟମ ଅନୁସାରେ ଆୟୋଜିତ ବୈଠକରେ ରାଜ୍ୟ ସଂଘ ପ୍ରତିନିଧି ସଂଗ୍ରାମ ପଟ୍ଟନାୟକ, ଜିଲା ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ନାୟକ, ଜିଲା ଉପ ସଭାପତି ଉତ୍କଳ ଭତ୍ରା, ଜିଲା କୋଷାଧ୍ୟକ୍ଷ କେ॰ ହୃଷିକେଶ ମଞ୍ଚାସିନ ଥିଲେ । ଜିଲାର ଦଶ ଗୋଟି ବ୍ଲକର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ବିଭିନ୍ନ ସମସ୍ୟା ଯଥା ବକେୟା ଦରମା ପ୍ରଦାନ, ଇଙ୍କ୍ରିମେଣ୍ଟ ମଞ୍ଜୁରୀ, ଦଶ ପ୍ରତିଶତ ନୂଆ ବର୍ଦ୍ଧିତ ଦରମା ପ୍ରଦାନ, ଆରଏସିପି/ଏମଏସିପି ମଞ୍ଜୁରୀ, ନିୟମିତ ଘର ଭଡ଼ା ପ୍ରଦାନ ଭଳି ସମସ୍ୟା ସମ୍ପର୍କରେ ଆଲୋଚନା କରାଗଲା । କୋରନା ସଂକ୍ରମଣ ରୋକିବା ଦିଗରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଭୂମିକା ପ୍ରତି ପ୍ରଶାସନର ଆନ୍ତରିକତା ନ ଥିବା ଓ ପ୍ରାୟ ଦଶ ରୁ ଅଧିକ ପଞ୍ଚାୟତ ନିର୍ବାହୀ ଅଧିକାରୀ କୋରନା ରେ ଆକ୍ରାନ୍ତ ଥାଇ ନିଜ ଜୀବନ ସହିତ ସଂଗ୍ରାମ କରୁଥିବା ବେଳେ ପ୍ରଶାସନ ତାଙ୍କ ଭଲ ମନ୍ଦ କଥା ବୁଝୁ ନାହାନ୍ତି । ଏବଂ ସରକାରୀ ଛୁଟି ଦିବସରେ ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟରେ ନିୟୋଜିତ କରୁଛନ୍ତି । କୋଭିଡ- ୧୯ କଟକଣା ବଳବତ୍ତର ଥିବା ବେଳେ ପଲ୍ଲୀ ସଭା ଆୟୋଜନ କରିବାକୁ ପ୍ରଶାସନ ଆଦେଶ ଦେଇଛନ୍ତି । ସମସ୍ତ ସମସ୍ୟା ର ସମାଧାନ ହେତୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ବୈଠକରେ ନିଷ୍ପତ୍ତି ନିଆଗଲା ।                                                                                                                                                                                             

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ, ନବରଙ୍ଗପୁର, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here