ପୁଣି ଚର୍ଚ୍ଚାରେ ପାଟକୁରା ଥାନା ପୋଲିସ ବା ଥାନା ଅଧିକାରୀ ।

କେନ୍ଦ୍ରାପଡାରୁ : ବାରମ୍ବାର କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଥାନା ପୋଲିସ ବା ଅଧିକାରୀଙ୍କ ନାମରେ ଅଭିଯୋଗ ଆସୁଥିଲେ ମଧ୍ୟ ଜିଲ୍ଲାପାଳକି ଆରକ୍ଷୀ ଅଧିକ୍ଷକ କୌଣସି ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ କିମ୍ବା ପଦକ୍ଷେପ୍ ଗ୍ରହଣ କରୁନଥିଲେ ମଧ୍ୟ ପୁଣି ପାଟକୁରା ପୋଲିସ୍ ବା ଥାନା ଅଧିକାରୀଙ୍କ ନାମରେ ପାଟକୁରା ରାମଚନ୍ଦ୍ରପୁର ଗ୍ରାମର ମଞୁଲତା ନାୟକ ଏକ ସଂଗୀନ୍ ଅଭିଯୋଗ ଆଣିଛନ୍ତି । ସେ ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କ ପିଡୀତା ୧୨ଵର୍ଷର ଝିଅ ଏବଂ ଛୋଟ ପୁଅ ସହିତ ପୋଲିସ ଓ ଜିଲ୍ଲା ପ୍ରଶାସନଠାରୁ ନ୍ୟାୟ ଟିକକ ପାଇଁ ଧାରଣାରେ ବସିଥିବା ଜଣା ପଡିଥିଲା । ତାଙ୍କୁ ପଚାରିବା ପରେ ସେ କହିଥିଲେ ଯେ-ତାଙ୍କର ଏକ ନାଁ ବାଳିକା ୧୨ବର୍ଷର ଝିଅକୁ ସେହି ଗ୍ରାମର ଜୈନିକ ବ୍ୟକ୍ତି ସକାଳ ୭ଘଟିକା ସମୟରେ ‘ମା’ ଘରେ ନଥିବା ବେଳେ ଯୋର ଜବର ଦସ୍ତ ଦୋକାନ ପଛପଟକୁ ଟାଣିନେଇ ମାଡିବସୀ ଦୁଷ୍କର୍ମ କରିବାରୁ ଝିଅ ଖୁବ୍ ଯୋରରେ ପାଟା କରିବାରୁ ଘରୁ ମାଙ୍କ ସହିତ ଅନ୍ୟାନ୍ୟ ସାହି ପଡିଶା ଦୌଡି ଯିବାରୁ ଆସାମୀ ପିଡୀତାଙ୍କୁ ଛାଡି ଦୌଡି ପଳାଇ ଯାଇଥିଲା । ଏବିଷୟରେ ପିଡୀତାଙ୍କ ମା ଏକ ଲିଖିତ ଅଭିଯୋଗ ପାଟକୁରା ଥାନା ଅଧିକାରୀଙ୍କ ନିକଟରେ ଅଭିଯୁକ୍ତଙ୍କ ବିରୋଧରେ କରିଥିଲେ । ହେଲେ ଏଥି ମଧ୍ୟରେ ଦୀର୍ଘ ୭ଦିନ ବିତିଯାଇଥିଲେ ମଧ୍ୟ ପାଟକୁରା ପୋଲିସ୍ ବା ଥାନା ଅଧିକାରୀ ଆସାମୀଙ୍କଠାରୁ ମୋଟା ଅଙ୍କର ଟଙ୍କାନେଇ ଆସାମୀକୁ ଗିରଫ୍ କରୁନଥିବାରୁ । ଆସାମୀ ଖୁଲମ୍ ଖୁଲା ମଧ୍ୟ ସ୍ପଷ୍ଟ ଦିବାଲୋକରେ ଚାରିଆଡେ ଘୁରି ବୁଲୁଥିବା ଜଣାପଡିଛି । ହେଲେ ଏଠି ପାଟକୁରା ଥାନାବାବୁ ବା ପୋଲିସ ନୀରବ ଦ୍ରଷ୍ଟା ପାଲଟିଛି କାହିଁକି ? କାହା ଇଂଗୀତରେ କାର୍ଯ୍ୟ କରୁଛି ପାଟକୁରା ପୋଲିସ୍ । ଯଦି ଆଇନର ରକ୍ଷକ ହୋଇ ଖୋଦ୍ ଥାନାଧିକାରୀ ଭକ୍ଷକ ହୁଅନ୍ତି ଏବଂ ପିଡୀତାକୁ ନ଼୍ୟାୟ ବଦଳରେ ଓଲଟି କେସ୍ ଉଠାଇ ନେବାକୁ କହି ଗାଳୀ ଗୁଲଜ୍ କରନ୍ତି । ତେବେ ଆଜ୍ଞା ଏଠି ପ୍ରଶ୍ନ ଉଠୁଛି ଆପଣ ଗୁହାରୀ କରିବେ କାହାକୁ । ପୋଲିସ୍ ଯଦି ନ୍ୟାୟ ଦେବା ବଦଳରେ ଅଭିଯୁକ୍ତ ବା ଆସାମୀକୁ ଘଣ୍ଟ ଘୋଡାଏ, ତାହେଲେ ତେବେ ତଃ ଜାଣ ଯେ-କଥା ସରିଲା । ଏପରିକି ପିଡୀତାଙ୍କ ପାଖରେ ଶିଶୁ ମଂଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ମିତାଞଳୀ ମହାପାତ୍ର ପହଞ୍ଚି ସବୁ ବୁଝିବା ପରେ କେସର ମୋଡ କେଉଁ ଆଡେ ଯିବ ଏବଂ ପିଡୀତାଙ୍କୁ କେତେ ସିଘ୍ର ନ୍ୟାୟ ମିଳିବ । ସେ ବିଷୟରେ ଜିଲ୍ଲା ପ୍ରଶାସନଙ୍କୁ ଏକ ଲିଖିତ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ପଡୀତା ଏବଂ ତାଙ୍କ ‘ମା’ ଏବଂ ଭାଇଙ୍କ ପାଖରେ ତତକ୍ଷଣାତ୍ ପହଞ୍ଚି ସେମାନଙ୍କର ଖାଇବା, ପିଇବା ବନ୍ଦୋବସ୍ତ କରିବା ସହିତ ଅନ୍ୟାନ୍ୟ ସମସ୍ତ ଅସୁବିଧା ବିଷୟରେ ପଚାରି ବୁଝିବା ପରେ ପାଟକୁରା ପୋଲିସ୍ ସହିତ ଆସାମୀକୁ କିପରି ତୁରନ୍ତ ଗିରଫ୍ କରାଯିବ ସେ ବିଷୟରେ ଆଲୋଚନା କରିଥିବା ଜଣାପଡିଛି । ଏପଟେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କୁ ଭେଟି ପାଟକୁରା ପୋଲିସର ଖାମ ଖିଆଲି ଓ ମନମୂଖୀ କାର୍ଯ୍ୟପାଇଁ ଏବଂ ଆସାମୀକୁ କିପରି ସିଘ୍ରରୁ ଅତି ସିଘ୍ର ଗିରଫ୍ କରାଯାଇ ଦଣ୍ଡ ପ୍ରଦାନ କରାଯିବ ସେ ବିଷୟରେ ଅନୁରୋଧ କରିବା ସହିତ ସେମାନଙ୍କୁ ନ୍ୟାୟ ନମିଳିଲେ ଆଗାମୀ ଦିନରେ ପିଡୀତା ତାଙ୍କ ସପରିବାର ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିରୋସିନି ଢାଳି ଦହରେ ନିଆଁ ଲଗାଇ ଆତ୍ମହୁତି ଦେବେ ବେଲି ଜିଲ୍ଲା ପ୍ରଶାସନକୁ ଚେତାବନୀ ମଧ୍ୟ ଦେଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here