ଦମ୍ପତିଙ୍କୁ ଭୁଜାଲିରେ ଆକ୍ରମଣ କରି ଟଙ୍କା,ସୁନା ଓ ଗହଣା ଲୁଟିନେଲେ ଲୁଟେରା l

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗ୍ରାମରେ ଘଟିଛି ଏକ ଅବାଭନୀୟ ଓ ହୃଦୟ ବିଦାରକ ଏବଂ ଦୁଃଖଦ ପୂର୍ଣ୍ଣ ଘଟଣା । ଗତକାଲି ବିଳମ୍ବିତ ରାତିରେ ୨ଟି ପରିବାରରୁ ଲୁଟ୍ ହୋଇଥିବା ସୂଚନା ମିଳିଛି । ଚୋରଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତ୍ବର ହେବା ସହ, ଟଙ୍କା ସୁନାଗହଣା ଲୁଟି ନେଲେ ଲୁଟେରା  । ଗତକାଲି ବିଳମ୍ବିତ ରାତ୍ରରେ ୬ ଜଣ ଲୁଟେରା ଘର ଆଗରେଥିବା ଗ୍ରିଲ୍ ତାଲା ଭାଙ୍ଗି କୁସୁନପୁର ଗ୍ରାମର କାହ୍ନୁ ଚରଣଙ୍କ ଘରେ ପସି ଚୋରି କରୁଥିବା ସମୟରେ ପରିବାର  ଲୋକେ ଉଠି ଚୋରକୁ ବିରୋଧ କରିବାରୁ ୬ଜଣ ଦୃବୃର୍ତ ଭୁଜାଲିରେ ସ୍ବାମୀ ଓ ସ୍ତ୍ରୀ ଦୁହିଁଙ୍କ ମୁଣ୍ଡକୁ ଖୁବ୍ ଯୋରରେ ଆକ୍ରମଣ କରିଥିଲେ ଓ ଅନ୍ୟ ଏକଘରେ,ଆଉ ଦୁଇ ଜଣଙ୍କୁ ପୁରାଇ ଘରର ବାହାର ପଟୁ ତାଲା ପକାଇ ଦେଇଥିଲେ । ଭୁଜାଲିରେ ଏଭଳି ଆକ୍ରମଣ କରିଥିଲେ ଯେ- ପୁରା ଘରଟା ସାରା ରକ୍ତ ପଡିଥିବା ଦେଖିବାକୁ ମଳିଥିଲା । ଯାହାକି ଆପଣବି ଖାଲି ଆଖିରେ ଦେଖିଲେ ବିଚଳିତ ହେବା ସ୍ବଭାବିକ । ଗୁରୁତ୍ବର  କାହ୍ନୁ ଚରଣ ନାୟକଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ଦିଆଯିବା ପରେ ପରେ ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡିବାରୁ କଟକ ବଡ ମେଡିକାଲକୁ ବିଭାଗୀୟ ଡାକ୍ତର ସଂଗେ ସଂଗେ ସ୍ଥାନାନ୍ତର କରିଥିବା ବେଳେ, ମହିଳା ଜଣଙ୍କ କେନ୍ଦ୍ରାପଡା ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ନେବାରୁ ଜଣାପଡିଛି । ହେଲେ ଦୁର୍ବୁତ୍ତମାନେ କାହିଁକି ଏପରି ବା ଏଭଳି କାଣ୍ଡ ବା ଘଟ୍ଟଣା ବାରମ୍ବାର ଘଟାଉଛନ୍ତି ତାହା ଏବେ ସୁଧା ପୋଲିସ ସହିତ ସାଧାରଣ ଜନତା ସଂନ୍ଦେହ ଘେରରେ । ପୁର୍ବରୁ କିଛି ଶତ୍ରୁତା ପାଇଁ ନା ଟଙ୍କା ସୁନା ଲୋଭରେ ପଡି ଦୁର୍ବୁତ୍ତ ମାନେ ଏଭଳି କାଣ୍ଡ ଘଟାଉଛନ୍ତି । ମାର୍ଶାଘାଇ ପୋଲିସ ଦୋଷୀମାନଙ୍କୁ ଧରିବାପାଇଁ ତଦନ୍ତ ଯାରିରଖିଛି । ତେବେ ଖାଲି ଯାହା ବାକି ରହିଲା ଦେଖିବାକୁ ମାର୍ଶାଘାଇ ପୋଲିସ କେବେ ଦୋଷୀ ମାନଙ୍କ ପାଖରେ ପହଞ୍ଚି ଦୋଷୀଙ୍କୁ କାବୁ କରିବାକୁ ସକ୍ଷମ ହୋଉଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here