ରାଉରକେଲା ସହରରେ ନକଲି ସହିତ ସମୟ ଅତିକ୍ରାନ୍ତ ଆଇସ୍କ୍ରିମ ସହ ବିଭିନ୍ନ ଖାଦ୍ୟ ଓ ପାନୀୟ ପଦାର୍ଥର ଘୋର କଳା ବଜାରୀ , ଚେଇଁ ଶୋଇଛନ୍ତି ଖାଦ୍ୟ ନିରୀକ୍ଷକ

ସରକାରୀ ଚାକିରୀର ଦରମା ସାଙ୍ଗକୁ ଯଦି ଉପରି ଭାବେ ଆଜ୍ଞା ରାଧେ ରାଧୃ ଟା ହେଇଯାଏ ତା ହେଲେ ବର୍ଷା , ଖରାରେ ଏପଟେ ସେପଟେ ଦୌଡି ଦୌଡି ଲାଭ କଣ । ଅଫିସରେ ବସି ସବୁକାମ କାମ କାଗଜପତ୍ରରେ କରି ଫାଇଲରେ ଚାପି ଦେଲେ ଗଲା । କମିଶନର ସାର କ’ଣ ସବୁ ଦେଖୁଛନ୍ତି ନା ଜାଣୁଛନ୍ତି ? ତାଙ୍କୁ ବା କହିବ କିଏ  ? ରାଉରକେଲା ସହରର ବିଭିନ୍ନ ଦୋକାନରେ ଭେଦିଲାଲ କମ୍ପାନୀର ବହୁ ପୁରୁଣା ଆଇସ୍କ୍ରିମ ଯାହା ରହିଯାଇଥିଲା କମ୍ପାନୀରେ ସେ ସବୁକୁ ବିଭିନ ଦୋକାନକୁ ପଠାଯାଇଛି ଡିଷ୍ଟିବ୍ୟୁଟର ମାଧ୍ୟମରେ । ଏହାକୁ ଲୋକେ କିଣି ଖାଉଛନ୍ତି ମଧ୍ୟ । ଏଭଳି ଏକ ଅଭିଯୋଗ ଆସିଛି ରାଉରକେଲା ସ୍ଥିତ ଛେଣ୍ଡ ଅଞ୍ଚଳରେ ଥିବା ଭେଦିଲାଲ ଆଇସ୍କ୍ରିମ ବଡ ସୋରୁମ ନାରେ । ସୋ ରୁମର ନା ‘  ଓ୍ବେଷ୍ଟ ଟାଉନ ‘ ଏହି ସୋ ରୁମଟି ଅଛି ବିଏସଏନଏଲ ଛକ ପାଖ ଛେଣ୍ଡ କଲୋନୀରେ । ଉକ୍ତ ଆଇସ୍କ୍ରିମ ସୋ ରୁମକୁ ଯାଇ ବର୍ଷକରୁ ଉର୍ଦ୍ଧ୍ବ ପୁରୁଣା ସମୟ ଅତିକ୍ରାନ୍ତ ଆଇସ୍କ୍ରିମ ବିକ୍ରି କରୁଥିବା ଖାଦ୍ୟ ପଦାର୍ଥ ଆଣି ଛୁଆଙ୍କୁ ଖାଇବାକୁ ଦେଇଛନ୍ତି ଜଣେ ସ୍ଥାନୀୟ ଗରାଖ । ଛୁଆ ଆଇସକ୍ରିମ ଖାଇବା ପରେ ସ୍ଥାନୀୟ ବ୍ୟକ୍ତି ଜଣକ ଉକ୍ତ ପେକେଟକୁ ଭଲକରି ଯାଞ୍ଚ କରିବାରୁ ସମୟ ଅତିକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ନେଇ ଉକ୍ତ ଗ୍ରାହକ ଜଣକ ଅଭିଯୋଗ ଆଣିଛନ୍ତି । ଏହି ସମୟ ଅତିକ୍ରାନ୍ତ ଖାଦ୍ୟ ପଦାର୍ଥ ରାଉରକେଲା ସହରର ସବୁ ଦୋକାନରେ ପ୍ରାୟ ପହଞ୍ଚିଛି । ଜନସାଧାରଣ ଏହାକୁ ଖାଇ ରୋଗ ଗ୍ରସ୍ତ ହୋଇ ମୃତ୍ୟୁ ମୁଖରେ ପଡିଲେ କମ୍ପାନୀ ଦାୟୀ ହେବକି ? ଲକଡାଉନ ସମୟର ସମସ୍ତ ସମୟ ଅତିକ୍ରାନ୍ତ ଖାଦ୍ୟ ପଦାର୍ଥ ଏବେ ସହରର ସବୁ ଦୋକାନରେ ପ୍ରାୟ ବିକ୍ରି ଚାଲିଥିବା ବେଳେ ଚେଇଁ ଶୋଇଛନ୍ତି ରାଉରକେଲା ଖାଦ୍ୟ ନିରୀକ୍ଷକ ମହୋଦୟ । ଏ ବାବଦରେ ଆମ ପ୍ରତିନିଧି ରାଉରକେଲା ଡିଷ୍ଟିବ୍ୟୁଟର ଜ୍ୟୋତି ରଞ୍ଜନ ଶତପଥିଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଲେ ଆମର ଦଳ ଏହା ଉପରେ ବିଶେଷ ପଦକ୍ଷେପ ନେବାସହ ଛେଣ୍ଡ ଦୋକାନ ବ୍ୟତୀତ ଅନ୍ୟ ଯେଉଁସବୁ  ଦୋକାନ ଗୁଡିକରେ ସମୟ ଅତିକ୍ରାନ୍ତ ଆଇସ୍କ୍ରିମ ଥିବ ସେ ସବୁକୁ ଆମେ ନେଇ ଆସିବୁ । ଦେଖିବାକୁ ବାକି ରହିଲା ଖାଦ୍ୟ ନିରୀକ୍ଷକ ମହୋଦୟ ରାଉରକେଲା ସହରର ସମସ୍ତ ଅଞ୍ଚଳରେ ନକଲି ସସ ଓ ଅନ୍ୟାନ୍ୟ ସମୟ ଅତିକ୍ରାନ୍ତ ସାମଗ୍ରୀ ବିକ୍ରି ଉପରେ କି ପ୍ରକାର ପଦକ୍ଷେପ ନେବେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here