ସ୍ୱାଧୀନତାର ୭୪ବର୍ଷପରେ ମଧ୍ୟ କଂସାର ଗ୍ରାମପଞ୍ଚାୟତର ଜେନା ସାହିକୁ ନାହିଁ ରାସ୍ତା କିମ୍ବା ବିଜୁଳି ଆଲୁଅ ।

ଦେଖନ୍ତୁ ଆମେ ଦେଖାଉଛୁ କୌଣସି ଅପନ୍ତରା ରାଇଜ କି ବଣ ଜଂଗଲ ଘେରା ପାହାଡ ପର୍ତ ଅଞ୍ଚଳ ବା ଇଲାକାର ଦୃଶ୍ୟନୁହେଁ । ଏ ହେଉଛି ଜିଲ୍ଲା ମୂଖ୍ୟ କାର୍ଯ୍ୟାଳୟଠାରୁ ମାତ୍ର ୭କିଲୋ ମିଟର ଦୂରରେଥିବା କେନ୍ଦ୍ରାପଡା ବ୍ଲକ୍ ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ଚନ୍ଦନପୁର ଦଳିତ ସାହି ରୂପେ ପରିଚିତ ଥିବା ଜେନା ସାହିର ନଗ୍ନ ଚିତ୍ର । ଆପଣମାନେ ସିଧାସଳଖ ଟିଭି ସ୍କ୍ରିନରେ ଦେଖି ପାରୁଥିବେ ଏହି ଭିଜୁଆଲ୍ ଗୁଡିକ ମଧ୍ୟରେ । କିଭଳି ଏବଂ କେମିତି ରହିଛି ଏହି ଦଳିତ ଜେନା ସାହିର ପ୍ରତିଛବି । ଚାରିପଟ ଧାନ ବିଲ ଏବଂ ବଣଜଂଗଲ ଘେରା ଝାଟିମାଟି ନଡା ଛପର ଘର କେତୋଟି ଆଉ ସେହି ସାହି ଟିଏ । ସେଠାରେ ପହଞ୍ଚି ଦେଖିବା ପରେ ସତେ ଯେମିତି ଆମକୁ ଲାଗିଲା ଗୋଟେ ଦୀପାଞ୍ଚଳ ପରି । ଯାହା ଆଖିରେ ନଦେଖିଲେ ବିଶ୍ୱାଷ କରିହେବନି । ନାସେଠି ଅଛି ବିଜୁଳି ଆଲୁଅ ନା ରାସ୍ତା । ଗୋଟେ ପଟେ ପାଣି ଭର୍ତ୍ତି ଜୋର ପୁଣି ଆଉଗୋଟେ ପଟେ ଧାନ କ୍ଷେତର ହିଡ,ସେ ପୁଣି ଆଣ୍ଠୁଏ କାଦୁଅ । ଜଂଘେ ପାଣିରେ ପଶି ଲୋକମାନେ ପ୍ରତିଦିନ କୋଷେ ବାଟ ଆଶିବା ପରେ ଗାଁ ମୁଣ୍ଡରେ ପହଞ୍ଚନ୍ତି । ଗାଁକୁ ବିଦ୍ୟୁତ୍ ଆଲୁଅ ଏବଂ ରାସ୍ତା ନଥିବାରୁ ସେଠାରେ ବସବାସ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଏପରିକି ଡିବି ଆଲୁଅ ଆଉ ଲଣ୍ଠନ ଆଲୁଅ ହିଁ ସେମାନଙ୍କରଅନନ୍ଧାର ରାତିର ସାଥୀ ଆଉ ସାହା ଭରଷା । ଲଣ୍ଠନ ଲଗାଇ ପିଲାମାନେ ଏବେବି ସୁଧା ପାଠ ପଢନ୍ତି । ଏପରି ଅସୁବିଧା ପାଇଁ ୨ଟି ପରିବାର ଏପରିକି ନିଜ ଭିଟାମାଟି ଛାଡି ମଧ୍ୟ ଅନତ୍ର ଚାଲି ଯାଇଥିବା ଖବର ମିଳେ । ସଂନ୍ଧ୍ଯାହେଲେ ଘରେ ଘରେ ସାପ, ବେଙ୍ଗ ଏବଂ ଜନ୍ତୁ ଜୁନ୍ତା ଭୟରେ ତାଟି କବାଟ ପଡିଯାଏ । କିଟିମିଟି ଅନ୍ଧାର ରାତିରେ ଭୟରେ ପଦାକୁ କେହି ବାହାରନ୍ତି ନାହିଁ । ସମସ୍ତେ ଆଶା ଓ ଆଶଙ୍କା ମଧ୍ୟରେ ସାତ ପିଢୀଧରି ଜୀବନ ଓ ଜୀବିକା ସହିତ ବଞ୍ଚିବା ପାଇଁ ସେହି ସ୍ଥାନରେ ସଂଘର୍ଷ କରି ଆସୁଛନ୍ତି । ଭୋଟ୍ ସମୟ ଆସିଲେ ବହୁ ନେତା ମନ୍ତ୍ରୀ ଭୋଟ୍ ଭୀକ୍ଷା କରିବାକୁ ଆସି ବହୁ ପ୍ରତିଶୃର୍ତି ପରେ ପ୍ରତିଶୃର୍ତ୍ତି ଦେଇ କଥା କହି ଭୋଟ ହାତେଇବା ପରେ କାଶିଆ କିଏ ନା କପିଳା କିଏ ପରି କଥାର ପୂନ୍ନରାବୃର୍ତ୍ତି ସେଠାରେ ଦେଖିବାକୁ ମିଳିଥାଏ । ଯାଗାଛାଡି ଚାଲିଯାନ୍ତି ନେତାମାନେ ସିନା ହେଲେ ଦିନକ ପାଇଁ କୌଣସି ରାଜନେତାଙ୍କ ପାଦ ପଡେନି ସେଠାରେ । ଯେ-ଆମେ ସବୁ କିଛି କରିଦେବୁ । ହେଲେ ବଡ ଦୁଃଖର ଆଉ ପରିତାପର ବିଷୟ ହେଉଛି ଯେ-ନେତା ମନ୍ତ୍ରୀ, ଅଫିସର ସମସ୍ତଙ୍କ ପ୍ରତିଶୃର୍ତି କାଳକ୍ରମେ ନାଲିଫିତା ଏବଂ କାଗଜ ବିଡାତଳେ ଚାପିହୋଇ ରହିଯାଏ । କଥାରେ ଅଛି ଦଳିତ ଅବହେଳିତ । ଏବେବି ଦେଖିଲି ଉକ୍ତ ଜେନାସାହି ଲାଗେ ସତେ ଯେମିତି କେନ୍ଦ୍ରାପଡା ଜିଲ୍ଲାର ଶହେ ବର୍ଷତଳ ପଛର ପ୍ରତିଛବି ଭଳି । ଏଠି ଆଜ୍ଞା ଗୋଟେ ପ୍ରଶ୍ନ ଉଠୁଛି କହିବା କାହାକୁ ଏବଂ ଗୁହାରୀ ଶୁଣିବ କିଏ  । ଏପରିକି ସ୍ଥାନୀୟ ସରପଞ୍ଚ ନିଜ ହାତରୁ ପଇସା ଖର୍ଚ୍ଚ କରି ସରକାରୀ ଅନାବାଦି ଓ ଗୋଚର ଜମିକୁ ଅମିନ ଡକାଇ ରାସ୍ତାପାଇଁ ଏକ ନକ୍ସା ପ୍ରସ୍ତୁତ କରି ଡିମାରକେସନ୍ କରାଇବା ସହିତ ଜିଲ୍ଲା ପ୍ରଶାସନକୁ ଏହି ସାହିର ନଗ୍ନ ଚିତ୍ର ଏବଂ ନକ୍ସା ଯଥା-ରାସ୍ତା ବା ବିଦ୍ୟୁତ୍ ପାଇଁ ପ୍ରଦାନ କରିବା ସହିତ ବାରମ୍ବାର ଅବଗତ କରାଇ ସାରିଥିଲେ ମଧ୍ୟ ବିଡିଓ,କେନ୍ଦ୍ରାପଡା  କିମ୍ବା ତହସିଲଦାର ହୁଅନ୍ତୁ କି ଖୋଦ୍ ଜିଲ୍ଲାପାଳ ହୁଅନ୍ତୁ ସରକାରୀ ଉଚ୍ଚ ପଦାଧିକାରୀ ମାନଙ୍କର ପାଦ ଏପର୍ଯ୍ୟନ୍ତ ସେହି ଅପନ୍ତରା ସାହି ବା ଜାଗା ଉପରେ ନପଡିବା ବହୁ ଦୁଃଖ ଓ ପରିତାପର ବିଷୟ ଏବଂ କଷ୍ଟ ଦାୟକ କଥାବୋଲି ଆମ କ୍ୟାମେରା ସମ୍ମୁଖରେ କୋହଭର କଣ୍ଠରେ କୁହନ୍ତି ଦଳିତ ଜେନା ସାହିର କିଛି ମହିଳା ଓ ପୁରୁଷ ଲୋକେ । ଆମେ ଚନ୍ଦନପୁର ଦଳିତ ସାହିରୁ ଫେରିବା ପରେ ଯାଇଁ ଭେଟିଥିଲୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କ ସମେତ ବିଡିଓ, ତହସିଲଦାର ଏବଂ ସ୍ଥାନୀୟ ସରପଞ୍ଚଙ୍କ କାର୍ଯ୍ୟାଳୟରେ । ତେବେ ଆସନ୍ତୁ ପଚାରି ବୁଝିବା ଏବଂ ଶୁଣିବା ସେମାନଙ୍କ ମୁହଁରୁ କଣ ପ୍ରତିକ୍ରିୟା ରଖୁଛନ୍ତି ଚନ୍ଦନପୁର ଜେନା ସାହି ବା ଦଳିତ ସାହିର ରାସ୍ତା ଓ ବିଦ୍ୟୁତକୁ ନେଇ ଉକ୍ତ ପଦାଧିକାରୀ ମାନେ ।—–କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here