ଗ୍ରାମବାସୀ ଆଇନକୁ ନିଜ ହାତକୁ ନେଇ ହଟହଟା କଲେ ପରିବାରର ସଦସ୍ୟଙ୍କୁ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ର କୁଟୁଣିଆ ପଞ୍ଚାୟତ ଫକ୍ର ପଡ଼ା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଶୋଭନୀୟ ଘଟଣା ! ଏହି ଗ୍ରାମ ର ଗ୍ରାମବାସୀ ମାନେ  ଆଇନ କୁ ହାତ କୁ ନେଇ  ଥିବା ଘଟଣା ନଜର କୁ ଆସିଥିଲା।ପାରିବାରିକ କଳହରୁ ମଲ୍ଲୀ ବାରୁଆ ନାମକ ଜଣେ ସ୍ତ୍ରୀ ଲୋକ ନିଜ ସ୍ୱାମୀ କୁ ଛାଡି ସ୍ୱାମୀ ଙ୍କ ର ସାନ ଭାଇ ଜିତେନ୍ଦ୍ର ବାରୁଆ ଙ୍କ ସହିତ ରହିବେ ବୋଲି ଥାନାରେ ଏକ ରାଜିନାମା ଦାଖଲ କରିଥିଲେ।ଏହା ଏକ ସମାଜ ବିରୋଧୀ କାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀ ମାନେ ଏକ ସଭା କରି ମଲ୍ଲୀ ବରୁଆ ଓ ଜିତେନ୍ଦ୍ର ବରୁଆ ଙ୍କ ବେକରେ ଜୋତା ମାଳ ପିନ୍ଧାଇ ଗ୍ରାମରେ ବୁଲାଉଥିବାର ଭିଡିଓ ଭାଇରାଲ  ହେବାରୁ ରାଜଗାଙ୍ଗପୁର ଥାନା ଅଭିଯୁକ୍ତ ମାନଙ୍କୁ ଡାକି ଏହି ଘଟଣା ର ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ନାମରେ  ଏକ ଲିଖିତ ଅଭିଯୋଗ ଦାଏର କରାଯାଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here