ସ୍କ୍ରାପ ସହ ଟାଟା ମେଜିକ ଜବତ ଜଣେ ଗିରଫ

ସୁନ୍ଦରଗଡ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅଞ୍ଚଳରେ ଓଡି ୧୪ ଏଚ ୩୬୮୨ ନଂ ଟାଟା ମେଜିକ ଭେନରେ ୭୨୦ କେ ଜି ସ୍କ୍ରାପ ନେଇ ଚାଳକ ଉଦିତ ନାରାୟଣ ତିଓ୍ବାରୀ କଚାରୁ ଗ୍ରାମରୁ ବାହାରି ରାଉରକେଲା ଆଡେ ଯାଉଥିବା ବେଳେ କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ହାତରେ ଧରା ପଡିଥିଲା । କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦହରେ ଉକ୍ତ ଟାଟା ମେଜିକ ଭେନକୁ ଅଟକାଇ ଯାଞ୍ଚ କରିବାରୁ ସେଥିରେ ସ୍କ୍ରାପ ଥିବା ଦେଖି ଗାଡିକୁ ଜବତ କରିବା ସହ ଚାଳକକୁ ଗିରଫ କରିଥିଲେ । ଟାଟା ମେଜିକ ଭେନରେ ୭୨୦ କେ ଜି ସ୍କ୍ରାପ ଥିବାର ଜଣାପଡିଥିଲା । ଏ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଏକ ମାମଲା ରୁଜୁ ହେବା ସହିତ ଚାଳକକୁ କୋର୍ଟ ଚାଲାଣ କରିଥିବା ନେଇ ମତବ୍ୟକ୍ତ କରିଛନ୍ତି ପାଣ୍ଡି ଅଧିକାରୀ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here