ଗୁଣୀ ଗାରେଡି ସନ୍ଦେହରେ ସ୍ୱାମୀ ଓ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗ : କେହି ଘରେ ନଥିବା ସମୟରେ ଧାରୁଆ ଅସ୍ତ୍ରରେ ହତ୍ୟା ସନ୍ଦେହ । ପୋଲିଶ ର ତନାଘନା ତଦନ୍ତ ଜାରି

ସୁନ୍ଦରଗଡ଼ ଜିଲ୍ଲା  କେ ବଲାଙ୍ଗ ଥାନା ଅନ୍ତର୍ଗତ ନଙ୍ଗଳକଟା ଗ୍ରାମର କମଦପଦା ବସ୍ତିରେ ଘଟିଛି ଅଭାବନୀୟ ଘଟଣା । ବସ୍ତିର ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ କେହି ଦୁର୍ବୁତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘରେ କୌଣସି ସଦସ୍ୟ ନଥିବା ବେଳେ ସ୍ୱାମୀ ପାରୁ ମୁଣ୍ଡା (୬୮) ଏବଂ ସ୍ତ୍ରୀ ମାଗଦଲି ମୁଣ୍ଡା (୬୪) ଉଭୟଙ୍କୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରାଯାଇଥିବା ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି । ମୃତକଙ୍କ ତିନି ପୁଅ ବାହାରେ ରହି କାର୍ଯ୍ୟ କରୁଥିବା ବେଳେ ମୃତକଙ୍କ ପୁତ୍ରବଧୁ ରବିବାର ସକାଳ ସମୟରେ ଗାଈ ଚରାଇବା ପାଇଁ ପାର୍ଶ୍ୱ କ୍ଷେତକୁ ଚାଲି ଯାଇଥିଲେ ପରେ ଦିବା ୧୨ ଘଟିକା ସମୟରେ ଘରକୁ ଫେରି ଦେଖନ୍ତିତ ଶାଶୁଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ଘରର ବାହାରେ ପଡିଥିବା ବେଳେ ଶଶୁରଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ଘରର ଭିତରେ ପଡି ରହିଚି । ସଙ୍ଗେ ସଙ୍ଗେ ଏ ବିଷୟରେ ପୁତ୍ରବଧୁ ପଡ଼ୋଶୀଙ୍କୁ ଜଣାଇଥିଲେ ପରେ ସୋମବାର ସକାଳ ସମୟରେ କେ ବଲାଙ୍ଗ ଥାନାରେ ଘଟଣା ବିଷୟରେ ଜଣାଇବା ସହ ପରିବାର ତରଫରୁ ଏକ ମାମଲା ରୁଜୁ ହୋଇଥିଲା । ଖବର ପାଇ କେ ବଲାଙ୍ଗ ଥାନା ଅଧିକାରୀ ବିକାଶ ସ୍ୱାଇଁ , ବଣାଇ ଅତିରିକ୍ତ ଏସପି ମୁଜିବୁର ରେହେମାନ ପହଞ୍ଚି ଶବକୁ ଜବତ କରିବା ସହିତ କେସ ନଂ ୪୬/୨୦୨୦ ମାମଲା ରୁଜୁ କରି ଦୁଇଟି ଶବକୁ ଜବତ କରି ବିବେଛେଦ ନିମନ୍ତେ ଲହୁଣୀପଡା ସିଏଚସି କୁ ପଠାଇ ଥିବା ପୋଲିଶ ସୂଚନା ଦେଇଛି । ଏପଟେ ଓଡିଶା ଏବଂ ଝାଡ଼ଖଣ୍ଡର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ହୋଇଥିବା ବେଳେ ଗୁଣୀ ଗାରେଡି ସନ୍ଦେହରେ ଏଭଳି ହତ୍ୟାକାଣ୍ଡ ଘଟିଥାଇ ପାରେ ପୋଲିଶ ସନ୍ଦେହ କରୁଥିବା ସହ ଘଟଣାର ପ୍ରକୃତ ରହସ୍ୟ କଣ ଜାଣିବା ସକାସେ ପୋଲିଶ ତଦନ୍ତ ଆରମ୍ଭ କରିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here