ଛାଡ଼ିଦେଇ ଗଲେ ମା ବାପାଭୋକ ସହ ସଙ୍ଘର୍ଷ କରୁଛି ଆଠ ମାସର ଶିଶୁକନ୍ୟା

Byte of Manorama Swain, Chairman, Kakatpur panchayat samiti

କାକଟପୁର: ପୁଣି ପୁରୀ ଜିଲ୍ଲା କାକଟପୁର ରୁ ଆସିଲା ଛାତି ଥରାଇ ଦେବା ଭଳି ଦୃଶ୍ୟ l ତିନୋଟି ଛୋଟ ପୁଅ ସହ ଆଠ ମାସର କୋମଳମତି ଛୋଟ ଝିଅଟିକୁ ବୁଢ଼ୀ ଆଇ ପାଖରେ ଜରୀ ତମ୍ବୁ ତଳେ ଛାଡ଼ିଦେଇ କେଉଁଆଡେ ଚାଲିଯାଇଛନ୍ତି ବାପା ମା l ସୂଚନାଯୋଗ୍ୟ ଯେ କାକଟପୁର ବ୍ଲକ ଓ ସିଡିପିଓ ଅଫିସ ଠାରୁ 100ମିଟର ପାଖ କାକଟପୁର ବ୍ଲକ ପଡିଆ ରେ ବୋଇତିକୁଦ ରୁ ବାସନ୍ଦ ହୋଇଥିବା ଚନ୍ଦ୍ରମଣି ସେଠି ର ପଲିଥିନ କୁଡ଼ିଆ l ଯୋଉଠି ନିର୍ଦୟ ବାପା ମା ଗରିବ ମାମୁଁଘର ଅଜା ଆଇଙ୍କ ପାଖରେ ନିଜର ଚାରି ଚାରି ଟା ଛୁଆଙ୍କୁ ଛାଡ଼ି ପ୍ରାୟ 4ମାସ ହେବ କେଉଁଆଡେ ଚାଲିଯାଇଛନ୍ତି l ଚନ୍ଦ୍ରମଣି ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଓ ତାଙ୍କ ପରିବାର ରେ ଜଣେ  ଦିବ୍ୟାଙ୍ଗ ପୁଅ ସହ ଦୁଇଟି ଛୋଟ ଝୀଅ କୁ ନେଇ ଆଠ ଜଣଙ୍କ ସଂସାର ଚଲେଇବା କରୋନା ସମୟରେ କାଠିକର ପାଠ ହେଉଛି l ଆଠ ମାସର ଶିଶୁକନ୍ୟା ଖାଉଛି ଭାତ ଚକଟା l ଏହାଠୁ ଦୁର୍ଭାଗ୍ୟ ଜନକ ଆଉ କଣ ହୋଇପାରେ? ସରକାର ଙ୍କ ସବୁ ଯୋଜନା ଏଠି ଫେଲ ମାରିଛି l ଅଂଚଳରେ  ଛୁଆ ଜନ୍ମ ହେଇ ଆଠ ମାସ ହେଲାଣି ଆଶା ଅଙ୍ଗନବାଡି ଜାଣିନାହାନ୍ତି ଛୁଆଟେ ଜନ୍ମ ହେଇଛି ବୋଲି l ଏ ବାବଦରେ କାକଟପୁର ପଂଚାୟତ ସମିତି ଅଧ୍ୟକ୍ଷା ଙ୍କୁ ପଚାରିବାରୁ ସେ ତୁରନ୍ତ ବିଡ଼ିଓ ଏବଂ ସିଡିପିଓ ଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ l ଅନ୍ୟପକ୍ଷରେ ସିଡ଼ିପିଓ ଙ୍କ ପ୍ରତିକ୍ରିୟା ମିଳିପାରୀ ନଥିବା ବେଳେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୂର୍ବକ ପିଲା ମାନଙ୍କୁ ସେମାନଙ୍କର ମାନବାଧିକାର ତଥା ମୌଳିକ ଅଧିକାରୀ ପ୍ରଦାନ କରିବାକୁ ଦାବୀ କରିଛନ୍ତି l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here